ଜଣେ ହେଲେ ପାକିସ୍ତାନୀ ବ୍ୟାଟସମ୍ୟାନ ଭାରତୀୟ ଖେଳାଳିଙ୍କ ସହ ସମାନ ନୁହଁନ୍ତି- ପୂର୍ବତନ ପାକ୍ ଅଧିନାୟକ

Published By : Prameya-News7 Bureau | March 19, 2020 IST

ଲାହୋର, ୧୯|୦୩: ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ଓ ବ୍ୟାଟସମ୍ୟାନ ଜାଭେଦ ମିଆଁଦାଦ ନିଜ କ୍ରିକେଟ ବୋର୍ଡ ଉପରେ ବର୍ଷିଛନ୍ତି। ପିସିବି ସର୍ବଦା ଦୀର୍ଘ ସମୟ ଧରି ଖରାପ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ପାଇଁ ବାହାରୁଛି ବୋଲି ମିଆଁଦାଦ ଅଭିଯୋଗ କରିଛନ୍ତି। ଏପରିକି କୌଣସି ପାକିସ୍ତାନୀ ବ୍ୟାଟସମ୍ୟାନ ଭାରତୀୟ ଖେଳାଳିଙ୍କ ସମକକ୍ଷ ନୁହଁନ୍ତି ବୋଲି ସେ କହିଛନ୍ତି।

{"id":240843,"width":748,"height":420,"sizeSlug":"large"}

ସେ ଆହୁରି କହିଛନ୍ତି, ପାକିସ୍ତାନରେ ଏଭଳି ଜଣେ ହେଲେ ଖେଳାଳି ନାହାଁନ୍ତି ଯିଏ କି ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଭଳି ଖେଳାଳିଙ୍କ ଭଳି ହୋଇପାରିବ। କୌଣସି ପାକିସ୍ତାନୀ ବ୍ୟାଟସମ୍ୟାନ ଏହି ଟିମ ସହ ଖେଳିପାରିବେ ନାହିଁ।କିନ୍ତୁ ଦଳ ପାଖରେ ଭଲ ବୋଲର ଅଛନ୍ତି।ସେ ଅହମ୍ମଦ ଶେହଜାଦଙ୍କ ସେହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ଯେଉଁଥିରେ ଅହମ୍ମଦ ଆହୁରି ୧୨ ବର୍ଷ ଯାଏଁ ଖେଳିପାରିବେ ବୋଲି କହିଥିଲେ। ଯଦି ଜଣେ ସବୁଦିନ ଭଲ ଖେଳେ ତେବେ ତାକୁ କେହି ଦଳରୁ ବାହାର କରିପାରିବ ନାହିଁ।

ମିଆଁଦାଦ ଆହୁରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦଳ ସିରିଜ ହିସାବରେ ଖେଳାଳି ଚୟନ କରିଥାନ୍ତି। କୌଣସି ଖେଳାଳି ଗତ ସିରିଜରେ ୫୦୦ ରନ କରିଥିଲେ ମଧ୍ୟ ଫରକ ପଡେ ନାହିଁ। କିନ୍ତୁ ପାକିସ୍ତାନୀ ଖେଳାଳି ଗୋଟିଏ ମ୍ୟାଚରେ ଶତକ ଲଗାଇଲେ ଆଗାମି ୧୦ଟି ମ୍ୟାଚ ତାଙ୍କୁ ସ୍ଥାନ ମିଳେ। ଖେଳାଳି ବିଫଳ ହେଲେ ମଧ୍ୟ ବୋର୍ଡ ଚିନ୍ତା କରେ ନାହିଁ। ଭାରତୀୟ ଖେଳାଳି ୧୦୦, ୨୦୦ ରନକୁ ପରଫରମାନ୍ସ ମାନନ୍ତି। କିନ୍ତୁ କୌଣସି ପାକିସ୍ତାନୀ ଖେଳାଳି ସେଭଳି ଖେଳିପାରନ୍ତି ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.