ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

କଂଗ୍ରେସ ବିନା ବିରୋଧୀ ଦଳ ମେଣ୍ଟ ହେବା ସମ୍ଭବ ନୁହେଁ; ଜୟରାମ ରମେଶ

19/03/2023 at 9:30 PM

ନୂଆଦିଲ୍ଲୀ: ବିନା କଂଗ୍ରେସରେ କୌଣସି ବିରୋଧୀ ଦଳ ମେଣ୍ଟ କରି ବିଜେପିକୁ ଟକ୍କର ଦେଇପାରିବେ ନାହିଁ। ଆଉ ଯଦି ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳର ମେଣ୍ଟ ହୁଏ, ତେବେ କଂଗ୍ରେସ ହିଁ ମୁଖ୍ୟ ଭୂମିକା ନିର୍ବାହ କରିବ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ନିକଟରେ ଅଖିଳେଶଙ୍କର ସମାଜବାଦୀ ପାର୍ଟି ଓ ମମତାଙ୍କର ଟିଏମ୍‌ସି ବିରୋଧୀ ମେଣ୍ଟ କରିଛନ୍ତି। କଂଗ୍ରେସକୁ ବାଦ୍‌ ଦେଇ ଏହି ମେଣ୍ଟ ହୋଇଛି। ଦୁଇ ଦଳ ଖୁବ୍‌ଶୀଘ୍ର ଯାହାକୁ ନେଇ ପ୍ରଶ୍ନ କରିବା ପରେ ପିଟିଆଇରେ ସାକ୍ଷାତ୍‌କାର ଦେଇ ଏପରି କହିଛନ୍ତି ଜୟରାମ ରମେଶ।

ଟିଏମ୍‌ସି ଓ ଏସ୍‌ପି ଦୁଇ ଦଳ ବିରୋଧୀ ଦଳମାନଙ୍କୁ ଏକାଠି କରିବାରେ ସମର୍ଥ ହେବେ କି ବୋଲି ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ଜୟରାମ କହିଛନ୍ତି “ ଟିଏମ୍‌ସି ଓ ସମାଜବାଦୀ ନେତାମାନେ ବୈଠକ କରୁଛନ୍ତି। ତୃତୀୟ ଓ ଚତୁର୍ଥ ସାମୁଖ୍ୟ ଏମିତି ଗଠନ ହେଉଥିବ। କିନ୍ତୁ କଂଗ୍ରେସ ବିରୋଧୀ ଦଳର ରହିବା ନିହାତି ଆବଶ୍ୟକ। ଯଦି ବିରୋଧୀ ମେଣ୍ଟ ହୁଏ ତେବେ କଂଗ୍ରେସ ଏହାର ମୁଖ୍ୟ ଭୂମିକା ନିର୍ବାହ କରିବ। କଂଗ୍ରେସ ବିନା କୌଣସି ମେଣ୍ଟ ହେବା ସମ୍ଭବ ନୁହେଁ। କିନ୍ତୁ ଏବେ ସେ ବିଷୟରେ ଆଲୋଚନା କରିବାର ଏବେ ସମୟ ନୁହେଁ।”

ଜୟରାମ କହିଛନ୍ତି, ପ୍ରଥମେ କର୍ଣ୍ଣାଟକରେ ନିର୍ବାଚନ ରହିଛି। ପରେ ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମ ନିର୍ବାଚନ ହେବ। ଚଳିତ ବର୍ଷ ଆମେ ରାଜ୍ୟ ନିର୍ବାଚନରେ ବ୍ୟସ୍ତ ଅଛୁ। ପରେ ୨୦୨୪ ନିର୍ବାଚନ କଥା ପରେ ଭାବିବୁ। ସେହିପରି ୨୦୨୪ ନିର୍ବାଚନ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ଲଢାଯିବ ବୋଲି ଜୟରାମ କହିଛନ୍ତି।

   Related Posts