ଦେଶର ନାଁ ବଦଳାଇବାକୁ କାହାର ବି ଅଧିକାର ନାହିଁ: ଶରଦ ପାଓ୍ୱାର

Published By : Prameya-News7 Bureau | September 05, 2023 IST

ଦେଶର ନାଁ ବଦଳାଇବାକୁ କାହାର ବି ଅଧିକାର ନାହିଁ। ଏକଥା କହିଛନ୍ତି ଏନସିପି ସଭାପତି ଶରଦ ପାଓ୍ୱାର। ଜି୨୦ ନୈଶ ଭୋଜିରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଭାରତ ଉଲ୍ଲେଖ କରାଯିବା ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ପରେ ଏକଥା କହିଛନ୍ତି ପାଓ୍ୱାର।

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାଓ୍ୱାର କହିଛନ୍ତି ଯେ ନାଁକୁ ନେଇ କେନ୍ଦ୍ରରେ ଶାସିତ ସରକାର କାହିଁକି ବିଚଳିତ ହୋଇପଡୁଛନ୍ତି, ମୁଁ ବୁଝିପାରୁନାହିଁ। ସମ୍ବିଧାନ ଅନୁସାରେ ଇଣ୍ଡିଆର ନାଁ ପରିବର୍ତ୍ତିନ କଣ ହୋଇପାରିବ, ମୋର ପାଖରେ ଏଭଳି ସୂଚନା ନାହିଁ।

ଇଣ୍ଡିଆ ମେଣ୍ଟର ସବୁ ମୁଖ୍ୟକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବୁଧବାର ସଭା ଡାକିଥିବା କହିଛନ୍ତି ପାଓ୍ୱାର। ସେଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ଦେଶର ନାଁ ପରିବର୍ତ୍ତନ କରିବାକୁ କାହାର ବି ଅଧିକାର ନାହିଁ ବୋଲି ସେ କହିଛନ୍ତି।

{"align":"center","id":840656,"sizeSlug":"full","linkDestination":"none"}

ମୋଦି ସରକାର କେନ୍ଦ୍ର ଶାସିତ ଅଞ୍ଚଳକୁ ଅପମାନ କରିଥିବା କହିଛି କଂଗ୍ରେସ। ଜି୨୦ ନୈଶ ଭୋଜନରେ ରାଷ୍ଟ୍ରପତିଙ୍କୁ ପ୍ରେସିଡେଣ୍ଟ ଅଫ୍ ଭାରତ ଉଲ୍ଲେଖକୁ ନେଇ ସମାଲୋଚନା କରିଛି କଂଗ୍ରେସ।

ଅଧିକ ପଢନ୍ତୁ- ବଦଳିଯିବ ଦେଶର ନାଁ; ‘ଇଣ୍ଡିଆ’ ସମାପ୍ତ ହୋଇ କେବଳ ଲେଖାଯିବ ‘ଭାରତ’ !

ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାକୁ ନେଇ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। କେହି କେମିତି ଦେଶର ନାଁ ପରିବର୍ତ୍ତନ କରିପାରିବ ବୋଲି କେଜ୍ରିଓ୍ୱାଲ ପଚାରିଛନ୍ତି ।  ମହାମେଣ୍ଟର ନାମ ଯଦି ଭାରତ ହେବ ତେବେ କଣ ଭାରତର ନାଁ ପରିବରର୍ତ୍ତନ କରିଦେବ ବୋଲି ପ୍ରଶ୍ନ କରିଛନ୍ତି ଆପ୍‌ ନେତା ଅରବିନ୍ଦ କେଜ୍ରିଓ୍ବାଲ । 

ଆସନ୍ତା ୯ ଓ ୧୦ ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଜି୨୦ ସମ୍ମିଟ୍। ଆମେରି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଶ୍ୱର ଅନେକ ଦେଶର ମୁଖ୍ୟ ଏହି ଯୋଗଦେବେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.