ଜୁନ ୧ ରୁ ନୂଆ ନିୟମ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଯିବାକୁ ପଡ଼ିବନି ଆର୍‌ଟିଓ ଅଫିସ୍, ନାବାଳକ ଗାଡ଼ି ଚଳାଇଲେ...

Published By : Prameya-News7 Bureau | May 22, 2024 IST

internet

ନୂଆଦିଲ୍ଲୀ: ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆପଣଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। କୌଣସି ଘରୋଇ ତାଲିମ କେନ୍ଦ୍ର କିମ୍ବା ଡ୍ରାଇଭିଂ ସ୍କୁଲକୁ ଯାଇ ଆପଣ ଆପଣଙ୍କର ଡ୍ରାଇଭିଂ ପରୀକ୍ଷା ଦେଇପାରିବେ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ନୂତନ ନିୟମ ଘୋଷଣା କରିଛନ୍ତି। ଏହି ନୂଆ ନିୟମ ୧ ଜୁନ୍ ,୨୦୨୪ରୁ କାର୍ଯ୍ୟକାରୀ ହେବ।  ନୂଆ ନିୟମ ଅନୁଯାୟୀ ତିନୋଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି।

ଡ୍ରାଇଭିଂ ସ୍କୁଲରେ ଦେଇପାରିବେ ଟେଷ୍ଟ - ନୂଆ ନିୟମ ଅନୁଯାୟୀ, ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆରଟିଓରେ ପରୀକ୍ଷା ଦେବାର ଯେଉଁ ବାଧ୍ୟତାମୂଳକ ରହିଛି ତାହା ଶେଷ ହୋଇଯିବ। ଏବଂ ଜୁନ୍ ୧ ତାରିଖରୁ ଠାରୁ ଆପଣ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରକୁ ଯାଇ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ। ଏହି ସେଣ୍ଟରଗୁଡ଼ିକୁ ଡ୍ରାଇଭିଂ ପରୀକ୍ଷା ଏବଂ ଡ୍ରାଇଭିଂ ସାର୍ଟିଫିକେଟ୍ ଦେବାକୁ ଅନୁମତି ଦିଆଯିବ।

ନାବାଳିକ ଗାଡ଼ି ଚଳାଇଲେ ୨୫ ହଜାର ଜରିମାନା- ବିନା ଲାଇସେନ୍ସରେ କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଜୋରିମାନା ଆଦାୟ କରାଯିବ। ବର୍ତ୍ତମାନ ଏଥିପାଇଁ ଜରିମାନା ୧ ରୁ ୨ ହଜାର ଟଙ୍କା ଫାଇନ ଆଦାୟ କରାଯାଉଛି। ଏଥିସହିତ ଯଦି ନାବାଳକ ଗାଡ଼ି ଚଳାଇବାରେ ଧରାପଡ଼ନ୍ତି, ତେବେ ପିତାମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୨୫ ହଜାର ଟଙ୍କା ଜରିମାନା ଲାଗୁ କରାଯିବ। ଏହା ବ୍ୟତୀତ ଗାଡି ମାଲିକଙ୍କ ପଞ୍ଜୀକରଣ କାର୍ଡ ବାତିଲ ହେବ ଏବଂ ନାବାଳକ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଲାଇସେନ୍ସ ପାଇବାକୁ ଅଯୋଗ୍ୟ ଘୋଷିତ ହେବେ।

ସରଳ ହେବ ଡକ୍ୟୁମେଣ୍ଟେସନ୍ମନ୍ତ୍ରଣାଳୟ ନୂତନ ଲାଇସେନ୍ସ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟେସନ୍ କୁ ସରଳ କରିଛି। ଏଥିରେ ଗାଡ଼ିର ପ୍ରକାର ଭେଦ (ଦୁଇ ଚକିଆ ବା ଚାରି ଚକିଆ) ଅନୁସାରେ ପ୍ରସ୍ତୁତ କରାଯିବ। ଏଥିରେ ଆରଟିଓରେ ଫିଜିକାଲ ଚେକ୍ଅପ୍‌ର ଆବଶ୍ୟକତା କମ ହେବ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କରିବେ ଆବେଦନଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟା ସମାନ ରହିବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ - https://parivahan.gov.in/ କୁ ଯାଇ ଆବେଦନକାରୀମାନେ ସେମାନଙ୍କର ଆବେଦନ ଅନଲାଇନରେ ଦାଖଲ କରିପାରିବେ। ତଥାପି, ଆବେଦନ ଦାଖଲ କରିବାକୁ ସମ୍ପୃକ୍ତ ଆରଟିଓ ଅଫିସ୍‌କୁ ମଧ୍ୟ ଯାଇପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.