କ'ଣ ଦେଶରେ ସମସ୍ତଙ୍କୁ ଦିଆଯିବ କରୋନା ଟିକା ? ଏମିତି ଉତ୍ତର ଦେଲେ କେନ୍ଦ୍ର ସରକାର

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧।୧୨: ଯଦି ଆପଣ ଅପେକ୍ଷା କରିଛନ୍ତି କରୋନା ଭ୍ୟାକସିନ ହେବା ପରେ ଆପଣ ଏହାକୁ ଲଗାଇବେ ତେବେ ଭୁଲ୍ ଚିନ୍ତା କରୁଛନ୍ତି। ହୋଇପାରେ ଆପଣଙ୍କୁ ଟିକାର ଆବଶ୍ୟକତା ପଡିନପାରେ। କାରଣ ଦେଶରେ ସମସ୍ତଙ୍କୁ କରୋନା ଟିକା ଲାଗିବ ନାହିଁ। ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ, ସେ କେବେ ମଧ୍ୟ କହି ନାହାନ୍ତି ଦେଶର ସମସ୍ତ ଜନତାଙ୍କୁ ଟିକା ଦିଆଯିବ। କେବଳ ସେହି ମାନଙ୍କୁ ଟିକା ଦିଆଯିବ, ଯାହାଙ୍କଠାରେ କରୋନା ସଂକ୍ରମଣର ବିପଦ ରହିଥିବ କିମ୍ବା ସଂକ୍ରମିତ ହୋଇଥିବେ। ସରକାର ଅକ୍ସଫୋର୍ଡ ଭ୍ୟାକସିନର ପରୀକ୍ଷଣକୁ ଜାରି ରଖିବା କଥା କହିଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ନିୟମିତ ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆରର ନିର୍ଦ୍ଦେଶକ ଜେନେରାଲ ବଳରାମ ଭାର୍ଗବ କହିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ସରକାର କେବେ ମଧ୍ୟ କହି ନାହାନ୍ତି ଯେ, ସଭିଙ୍କୁ  କରୋନା ଟିକା ଦିଆଯିବ। ଆମର ଉଦ୍ଦେଶ୍ୟ କୋଭିଡ୍-୧୯ ସଂକ୍ରମଣକୁ ଭାଙ୍ଗିବା ରହିଛି। ଯଦି ଆମେ ରିସ୍କରେ ଥିବା ଲୋକଙ୍କୁ ଟିକା ଦେବାରେ ସଫଳ ହୁଅନ୍ତି, ସଂକ୍ରମଣକୁ ଭାଙ୍ଗିବାରେ ସଫଳ ହୁଅନ୍ତି ତେବେ ପୂରା ଜନସଂଖ୍ୟାକୁ ଟିକାକରଣ ଆବଶ୍ୟକ ପଡିବ ନାହିଁ।

wp:html /wp:html

ସରକାର ଅକ୍ସଫୋର୍ଡ ଭ୍ୟାକସିନର ଟ୍ରାଏଲରେ ସାମିଲ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ଉପରେ ଭ୍ୟାକସିନର କୁପ୍ରଭାବ ନେଇ ପ୍ରଚାରିତ ଗୁଜବକୁ ଖଣ୍ଡନ କରିଛନ୍ତି। ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଭ୍ୟାକସିନ ଟାଇମଲାଇନ୍‌ ପ୍ରଭାବିତ ହେବ ନାହିଁ। ସେ କହିଛନ୍ତି, ଯେବେ ବି କ୍ଲିନିକଲ ଟ୍ରାଏଲ ହୋଇଥାଏ ତେବେ ଯେଉଁ ସ୍ଵେଚ୍ଛାସେବୀ ଏଥିରେ ସାମିଲ ହୁଅନ୍ତି, ଏହା ପୂର୍ବରୁ ଏକ ସହମତି ପତ୍ରରେ ସେ ଦସ୍ତଖତ କରନ୍ତି। ପୂରା ଦୁନିଆରେ ଏହି ପ୍ରକ୍ରିୟା ଚାଲିଛି। ଫର୍ମରେ ସ୍ଵେଚ୍ଛାସେବୀଙ୍କୁ ଜଣାଇ ଦିଆଯାଇଥାଏ ଯେ, ଟ୍ରାଏଲରେ କିଛି କୁପ୍ରଭାବ ବା ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିପାରେ। ଏହାକୁ  ଏଡାଇ ଦିଆଯାଇନପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.