କୌଣସି ମୁସଲମାନ ମହିଳା ଚାହିଁବେ ନାହିଁ କି ତାଙ୍କ ସ୍ୱାମୀ ଆଉ ୩ ପତ୍ନୀ ଘରକ ଆଣନ୍ତୁ: UCC ଉପରେ ହିମନ୍ତ ବିଶ୍ୱ ଶର୍ମାଙ୍କ ବୟାନ

Published By : Prameya-News7 Bureau | May 01, 2022 IST

ଦିସ୍‌ପୁର: ଦେଶରେ ଅନେକ ଥର ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ କୋର୍ଡ-ୟୁସିସି) ୟୁସିସି କଥା ଉଠିଥିଲେ ବି ଏହାକୁ ଏପର୍ଯ୍ୟନ୍ତ ଲାଗୁ କରାଯାଇପାରି ନାହିଁ। ଏବେ ପୁଣିଥରେ ୟୁସିସି କଥା ଉଠାଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ପ୍ରତ୍ୟେକ ମୁସଲମାନ ମହିଳା ଏହାକୁ ଲାଗୁ କରିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି।  

ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି " କୌଣସି ବି ମୁସଲମାନ ମହିଳା ଚାହିଁବେ ନାହିଁ ଯେ ତାଙ୍କ ସ୍ୱାମୀ ଘରକୁ ଆଉ ୩ ପତ୍ନୀ ନେଇ ଆସନ୍ତୁ। କୌଣସି ଭି ମୁସଲମାନ ମହିଳାଙ୍କୁ ପଚାରନ୍ତୁ। ୟୁସିସି ମୋର ସମସ୍ୟା ନୁହେଁ, ବରଂ ସେମାନଙ୍କ ସମସ୍ୟା।" ମୁସଲମାନ ମହିଳାଙ୍କୁ ନ୍ୟାୟ ଦେବାକୁ ହେଲେ ଟ୍ରିପଲ ତଲାକ ପରେ ୟୁସିସି ନିହାତି ଲାଗୁ ହେବା ଦରକାର ବୋଲି ବିଶ୍ୱ ଶର୍ମା କହିଛନ୍ତି।

ସୂଚନା ଥାଉକି, ଭାରତରେ ୟୁସିସି ଲାଗୁ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ପ୍ରୟାଶକୁ ସମାଲୋଚନା କରି ଅଲ୍‌ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ(ଏଆଇଏମ୍‌ପିଏଲ୍‌ବି)। ଏହାକୁ ଅସମ୍ବିଧାନିକ ଦର୍ଶାଇବା ସହିତ ସଂଖ୍ୟାଲଘୁ ବିରୋଧ ବୋଲି ଏଆଇଏମ୍‌ପିଏଲ୍‌ବି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.