scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋର୍ଟରେ ଏହି ସବୁ ଶବ୍ଦ ବ୍ୟବହାର କରିବାକୁ ମନା କଲେ ସୁପ୍ରିମକୋର୍ଟ, ପରିବର୍ତ୍ତିତ ଶବ୍ଦ ବ୍ୟବହାର କରିବାକୁ ଜାରି କଲେ ପୁସ୍ତିକା

16/08/2023 at 7:24 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କୌଣସି ମାମଲାରେ ଶୁଣାଣି ବେଳେ ଅନେକ ସମୟରେ ଏଭଳି ଶବ୍ଦର ବ୍ୟବହାର କରାଯାଉଥିଲା, ଯାହା ଲିଙ୍ଗଗତ ବୈଷମ୍ୟତାକୁ ଦର୍ଶାଉଥିଲା। ଏବେ କୋର୍ଟ ରାୟରେ ଏଭଳି ଶବ୍ଦ ବ୍ୟବହାର କରାଯିବ ନାହିଁ। ଏଥିପାଇଁ ସୁପ୍ରିମକୋର୍ଟ ଏକ ହ୍ୟାଣ୍ଡନୋଟ୍‌ ପ୍ରକାଶ କରିଛନ୍ତି, ଯେଉଁଥିରେ ଏଭଳି କିଛି ଶବ୍ଦକୁ ଚିହ୍ନଟ କରାଯାଇ ଏଗୁଡ଼ିକୁ ବ୍ୟହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଶବ୍ଦଗୁଡ଼ିକ ମଧ୍ୟରେ ଆଫେୟାର, ହାଉସ ୱାଇଫ୍, ପ୍ରଷ୍ଟିଟ୍ୟୁଟ୍, ଇଭ୍ ଟିଜିଂ ଭଳି ଶବ୍ଦ ରହିଛି। ଏଭଳି ଶବ୍ଦର ପରିବର୍ତ୍ତିତ ରୂପ ମଧ୍ୟ ହ୍ୟାଣ୍ଡ ନୋଟ୍‌ରେ ଦିଆଯାଇଛି।

ହ୍ୟାଣ୍ଡ ନୋଟ୍ ଉନ୍ମୋଚନ ସମୟରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏହି ହ୍ୟାଣ୍ଡବୁକ୍‌ରେ ସେହିଭଳି କିଛି ଆପତ୍ତିଜନକ ଶବ୍ଦର ତାଲିକା ରହିଛି। ଏହି ଶବ୍ଦ ବଦଳରେ କେଉଁ ଶବ୍ଦ ବ୍ୟବହାର କରାଯିବ ସେ ନେଇ ମଧ୍ୟ ତାଲିକାରେ ଉଲ୍ଲେଖ ରହିଛି।

ପଡନ୍ତୁ-ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ରର ଅନୁମୋଦନ, କୌଳିକ ବୃତ୍ତିକୁ ମିଳିବ ପ୍ରୋତ୍ସାହନ, କମ ସୁଧରେ ମିଳିବ ଋଣ

ସିଜେଆଇ କହିଛନ୍ତି ଯେ କୋର୍ଟରେ ତର୍କ ରଖିବା, ଆଦେଶ ଦେବା କିମ୍ବା ଏହାର କପି ତିଆରି କଲାବେଳେ ଆପତ୍ତି ଜନକ ଶବ୍ଦ ବ୍ୟବହାର ନ କରି ପରିବର୍ତ୍ତିତ ଶବ୍ଦ ବ୍ୟବହାର କରିବେ। ଏହି ହ୍ୟାଣ୍ଡବୁକ୍ କେବଳ ଓକିଲଙ୍କ ପାଇଁ ନୁହେଁ ବିଚାରପତିମାନେ ମଧ୍ୟ ଏଭଳି ପରିବର୍ତ୍ତିତ ଶବ୍ଦର ବ୍ୟବହାର କରିବେ ବୋଲି ଚନ୍ଦ୍ରଚୂଡ କହିଛନ୍ତି।

ଏହି ହ୍ୟାଣ୍ଡ ବୁକ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟରେ ବ୍ୟବହୃତ ହେଉଥିବା ଶବ୍ଦ ବିଷୟରେ ଉଲ୍ଲେଖ ରହିବା ସହିତ ଏଗୁଡ଼ିକୁ କାହିଁକି ଅନୁଚିତ ବୋଲି କୁହାଗଲା ତାହା ମଧ୍ୟ କୁହାଯାଇଛି। ଏହାଦ୍ୱାରା ଆପଣ ମହିଳାଙ୍କ ବିରୋଧରେ ଆପତ୍ତିଜନକ ଭାଷାର ପ୍ରୟୋଗରେ ବି ରକ୍ଷା ପାଇପାରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।   

ଏହି ସବୁ ଶବ୍ଦର ସଂଶୋଧନ କଲେ କୋର୍ଟ ?

କୋର୍ଟଙ୍କ ଦ୍ୱାରା ପ୍ରକାଶିତ ପୁସ୍ତିକାରେ ଅଫେୟାର ସ୍ଥାନରେ ବିବାହ ବାହାରେ ସମ୍ପର୍କ, ପ୍ରୋଷ୍ଟିଟ୍ୟୁଟ ବଦଳରେ ଯୌନ କର୍ମୀ, ଅନୱେଡ୍ ମଦର(କୁଆଁରୀ ମାଆ) ବଦଳରେ କେବଳ ମାଆ, ଚାଇଲ୍ଡ ପ୍ରଷ୍ଟିଟ୍ୟୁଟ୍‌ ସ୍ଥାନରେ ତସ୍କରି କରି ଅଣାଯାଇଥିବା ପିଲା, ଜାରଜ ସନ୍ତାନ ବଦଳରେ ଏମିତି ଅବିବାହିତ ମାଆ ବାପାର ସନ୍ତାନ, ଇଭ ଟିଜିଂ ସ୍ଥାନରେ  ଷ୍ଟ୍ରିଟ୍ ସେକ୍ସୁଆଲ୍ ହାରାସମେଣ୍ଟ, ହାଇସ ୱାଇଫ୍ ସ୍ଥାନରେ ହୋମମେକର, ମିଷ୍ଟ୍ରେସ୍ ସ୍ଥାନରେ ସେହି ମହିଳା ଯାହାଙ୍କ ସହ କୌଣସି ପୁରୁଷ ବିବାହ ନ କରି ଯୌନ ସମ୍ପର୍କ ରଖିଛନ୍ତି ବୋଲି ଶବ୍ଦ ବ୍ୟବହାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ଅନ୍ୟ କିଛି ଶବ୍ଦର ମଧ୍ୟ ପରିବର୍ତ୍ତିତ ରୂପ ବ୍ୟବହାର କରିବାକୁ କୋର୍ଟ କହିଛନ୍ତି।  

ପଢନ୍ତୁ-ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ରର ଅନୁମୋଦନ, କୌଳିକ ବୃତ୍ତିକୁ ମିଳିବ ପ୍ରୋତ୍ସାହନ, କମ ସୁଧରେ ମିଳିବ ଋଣ

   Related Posts