suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ଟି ଔଷଧ; ରାଣ୍ଟାକ୍ ଓ ଜିନେଟାକ ଆଣ୍ଟାସିଡ୍ ତାଲିକାରୁ ବାହାର

13/09/2022 at 3:23 PM

ନୂଆଦିଲ୍ଲୀ: ଅତି ଆବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ ଟି ଔଷଧ। କ୍ୟାନ୍‌ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟିସିଡ୍ ସଲ୍ଟ ରେନିଟିଡାଇନକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି।

ପେଟ ଖରାପ କିମ୍ବା ବଦହଜମୀ ହେଲେ ଡାକ୍ତର ରେନିଟିଡାଇନ(Ranitidine)କୁ ଖାଇବାକୁ ଲେଖିଥାନ୍ତି। ଏହି ଟାବ୍ଲେଟ୍ ଏସିଲୋକ, ଜିନେଟାକ୍ ଏବଂ ରାଣ୍ଟାକ ଭଳି ନାଁରେ ବିକ୍ରି ହୋଇଥାଏ। ଏହି ଔଷଧଗୁଡ଼ିକୁ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍‌ ମେଡିସିନ(NLEM) ବା ଅତ୍ୟାବଶ୍ୟକୀୟ ଔଷଧ ତାଲିକା ଜାରି କରିଛି।

ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ବାହାର କରିଦିଆଯାଇଛି। ଅତ୍ୟାବଶ୍ୟକୀୟ ତାଲିକାରୁ ହଟିଥିବା ଔଷଧ ଗୁଡ଼ିକ ହେଲା-   

  1. Alteplase
    2. Atenolol
    3. Bleaching Powder
    4. Capreomycin
    5. Cetrimide
    6. Chlorpheniramine
    7. Diloxanide furoate
    8. Dimercaprol
    9. Erythromycin
    10. Ethinylestradiol
    11. Ethinylestradiol(A) Norethisterone (B)
    12. Ganciclovir
    13. Kanamycin
    14. Lamivudine (A) + Nevirapine (B) + Stavudine (C)
    15. Leflunomide
    16. Methyldopa
    17. Nicotinamide
    18. Pegylated interferon alfa 2a, Pegylated interferon alfa 2b
    19. Pentamidine
    20. Prilocaine (A) + Lignocaine (B)
    21. Procarbazine
    22. Ranitidine
    23. Rifabutin
    24. Stavudine (A) + Lamivudine (B) 25. Sucralfate
    26. White Petrolatum

 

ରାନିଟିଡାଇନ ଆଣ୍ଟାସିଡ୍ ଯୋଗୁ କ୍ୟାନସର ଜନିତ ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି। ଏନେଇ ସାରା ବିଶ୍ୱର ଏହି ଟାବ୍ଲେଟ୍ ଉପରେ ଗବେଷଣା ଜାରି ରହିଛି। ତେଣୁ ଏହାକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଭରତୀୟ ଔଷଧ ନିୟନ୍ତ୍ରକ ସହ ଆଲୋଚନା କରିଥିଲେ। ତା ସହ ଏମ୍ସର ଏକ୍ସପର୍ଟଙ୍କ ଆଲୋଚନା ପରେ ଏହାକୁ ହଟାଇ ଦିଆଯାଇଛି। ରାନିଟିଡାଇନ ଔଷଧକୁ ନେଇ ୨୦୧୯ରୁ ଗବେଷଣା ଜାରି ରହିଛି। ଆମେରିକାର ଔଷଧ ନିୟନ୍ତ୍ରକ ସଂସ୍ଥା ଏଥିରେ କ୍ୟାନସ୍‌ର ଆଶଙ୍କା ରହିଥିବା ଜାଣିବାକୁ ପାଇଥିଲା।   

   Related Posts