Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାୟଗଡାର ନିୟମଗିରି ଦୁର୍ଗମ ଅଂଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା

28/10/2018 at 4:38 PM

ରାୟଗଡା ୨୮/୧୦ : ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ପରଶାଲୀ ପଂଚାୟତ ନିୟମଗିରି ପାହାଡରେ ଥିବା ଦୁର୍ଗମ ଅଂଚଳରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା | ନଦୀ ପାର କରି ଡାକ୍ତରଖାନା ଯାଉଛନ୍ତି ରୋଗୀ | ଆଜି ନଦୀ ପାର କରି ଫକିରି ଗାଁର ସୀଲକା ସିତାରିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ସ୍ଥାନୀୟଲୋକେ | ତାଙ୍କୁ ଗତକାଲିଠାରୁ ଭୀଷଣ ଜ୍ୱର ହେଉଥିଲା | ଅବସ୍ଥା ଗୁରୁତର ହେବାରୁ ଆଜି ତାଙ୍କ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ତାଙ୍କୁ ଏକ ଅଟୋରେ ୨ କି:ମି: କଲ୍ୟାଣ ନଦୀ ଘାଟକୁ ଆଣିଥିଲେ | ସେଠାରୁ ଦୁହେଁ ତାଙ୍କ ଗୋଡ଼ ହାତ ଧରି ତାଙ୍କୁ ନଦୀ ପାର କରିଥିଲେ | ନଦୀ ପାର କରିବା ପରେ ପୁଣି ଏକ ଅଟୋରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ | ନିକଟରେ ବଡଦ୍ୱାରସାହି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି | କିନ୍ତୁ ସେଠାରେ ଭଲ ଚିକିତ୍ସା ହେଉନଥିବାରୁ ନଦୀ ପାର କରି ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଛନ୍ତି | ଏହି ଦୁର୍ଗମ ଅଂଚଳରେ ମୋବାଇଲ ଟାୱାର ନଥିବାରୁ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରିହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ | ନିୟମଗିରି ଦୁର୍ଗମ ଅଂଚଳରେ ସରକାରଙ୍କ ସ୍ୱାସ୍ଥ୍ୟସେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି |

   Related Posts