ଗାଁରେ ନାହିଁ ମୋବାଇଲ ନେଟଓ୍ବର୍କ, ୟୁଟ୍ୟୁବ ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀ

Published By : Prameya-News7 Bureau | June 24, 2021 IST

ଭୁବନ ୨୪।୬: କରୋନା ମହାମାରୀ ଯୋଗୁଁ ବନ୍ଦ ରହିଛି ସମସ୍ତ ଶିକ୍ଷାନୁଷ୍ଠାନ । ତେବେ ଘରୋଇ ଶିକ୍ଷାନୁଷ୍ଠାନରେ ଅନଲାଇନ ପାଠପଢା ଚାଲିଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବରେ ପାଠପଢା ଆରମ୍ଭ ହୋଇଛି । ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ମାସ ୨୧ ତାରିଖଠାରୁ ୟୁଟ୍ୟୁବ ପାଠପଢା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । 

{"id":470439,"width":749,"height":337,"sizeSlug":"large","linkDestination":"none"}

ତେବେ କିଛି ଦିନ ହେବ ଗାଁରେ ମୋବାଇଲ ନେଟଓ୍ବର୍କ ନଥିବାରୁ ପାଠପଢାରୁ ବଞ୍ଚିତ ହେଉଛନ୍ତି ବହୁ ଛାତ୍ରଛାତ୍ରୀ । ଗାଁଠାରୁ ୧ କି.ମି. ଦୂରରେ ଥିବା ବରଗଛ ମୂଳେ ପଢୁଛନ୍ତି ପାଠ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଉଁଶକଣ ଗ୍ରାମରେ।  ତେବେ ଗ୍ରାମରେ ଏୟାରଟେଲ ଓ ଜିଓ ନେଟଓ୍ବର୍କ କାମ କରୁଥିବା ବେଳେ ଗତ କିଛିଦିନ ହେବ ତାହା କାମ କରୁନଥିବାରୁ ସମସ୍ୟା ଉପୁଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.