scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ମୋବାଇଲ ନେଟୱାର୍କ ସାତସପନ, ଫୋନ୍ କଲ୍ ଟିକିଏ ପାଇଁ ଯିବାକୁ ପଡୁଛି ସାତ କିଲୋମିଟର

17/07/2023 at 11:01 AM

ବୋରିଗୁମ୍ମା ୧୭/୦୭: ଯୁଗ ବଦଳିଛି ବଦଳୁଛି ଟେକ୍ନୋଲୋଜି । ଆଧୁନିକ ଯୁଗରେ ଆମେ ଆଉ ପାଦେ ଆଗେଇଲେଣି । ଦିନକୁ ଦିନ ନୁଆଁ ନୁଆଁ ଟେକ୍ନୋଲୋଜି ବ୍ୟବହାର ହେଉଛି । ମୋବାଇଲ ନେଟୱର୍କ 5G କୁ ପହଂଚିଲାଣି । ଗାଁ ଗହଳି ଠାରୁ ଆରମ୍ଭ କରି ସହରର ପ୍ରତ୍ୟେକ ଲୋକେ ମୋବାଇଲ ବ୍ୟବହାର କରୁଛନ୍ତି । ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ କୋରାପୁଟ ଚମ୍ପାପଦର ଗ୍ରାମବାସୀ ମୋବାଇଲ ନେଟୱର୍କ ପାଇଁ ସଂଘର୍ଷ କରୁଛନ୍ତି ।

ଏକଥା ଆମେ କହୁନୁ ବରଂ ଏଠାକାର ଲୋକେ କେମିତି ନେଟଓ୍ୱାର୍କ ଟିକିଏ ପାଇଁ ଗଛ ଉପରେ ବି ଚଢୁଛନ୍ତି । କିଏ ଗଛ ଉପରେ ଚଢି ଟିକିଏ ନେଟୱର୍କ ଆସିଲେ କଥା ହେଇଯିବି ବୋଲି ଭାବୁଛି ତ, କିଏ ଛାତ ଉପରେ ଚଢି ନେଟୱର୍କ ଖୋଜୁଛି । ଚମ୍ପାପଦର ରାପଞ୍ଚାୟତର ପ୍ରାୟ ୧୫ ଖଣ୍ଡ ଗାଁରେ ଏହି ଅବସ୍ଥା । ଏହି ଗାଁରେ ପ୍ରାୟ ସମସ୍ତଙ୍କ ପାଖରେ ମୋବାଇଲ ଅଛି କିନ୍ତୁ ନେଟୱର୍କ ନାହିଁ ।

କୌଣସି ଜରୁରୀକାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ ହେଉ କିମ୍ବା ଅଗ୍ନିଶମ ବିଭାଗ କୁ କଲ କରିବାକୁ ହେଲେ ପାହାଡ଼ ଉପରେ ଯିବାକୁ ପଡେ । ନ ହେଲେ ଗଛ କିମ୍ବା ଛାତ ଉପରେ ଚଢି କଥା ହେବାକୁ ପଡେ । ନ ହେଲେ ସେହି ଗ୍ରାମରୁ ସାତ କିଲୋମିଟର ଆଗକୁ ଯାଇ ଅନ୍ୟ ଗାଁ କୁ ଆସି କଲ୍ କରିବାକୁ ପଡେ। ଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାରେ ମଧ୍ୟ ଅସୁବିଧା ହେଉଛି । ଚମ୍ପାପଦର ଗାଁ ରେ ଟାୱାର ଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଙ୍କୁ ଗୁହାରି କରି କରି ଥକି ଗଲେଣି ହେଲେ କେହି କର୍ଣ୍ଣପାତ କରୁନାହାନ୍ତି।

you can also read..

   Related Posts