ନୂଆଦିଲ୍ଲୀ ୭।୧: କାନାଡାର ଇ-କମର୍ସ କମ୍ପାନୀ ଶପିଫାଇ ଇଂକ୍ ନୂଆ ବର୍ଷରେ ତାଙ୍କ କର୍ମଚାରୀଙ୍କୁ ବୈଠକରୁ ଆଶ୍ୱସ୍ତ କରିଛନ୍ତି। କମ୍ପାନୀ ବଡ଼ ମିଟିଂ କଲଚରକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହା ଛଡା କର୍ମଚାରୀଙ୍କୁ ଗୃପ୍ ମିଟିଂରୁ ମଧ୍ୟ ଦୂରେଇ ରହିବାକୁ କୁହାଯାଇଛି। ରିପୋର୍ଟ ଅନୁସାରେ କାନାଡାର ଇ-କମର୍ସ କମ୍ପାନୀ ଶପିଫାଇ ୫୦ରୁ ଅଧିକ ଲୋକଙ୍କ ସହ ବଡ ବୈଠକ କେବଳ ଗୁରୁବାର ୬ ଘଣ୍ଟାର ୱିଣ୍ଡୋ କାଳରେ କରାଯାଇପାରେ ବୋଲି କହିଛନ୍ତି। କମ୍ପାନୀର ଲିଡର ମଧ୍ୟ କର୍ମଚାରୀଙ୍କୁ ଚାଟ୍ ଗୃପ ଓ ଅନ୍ୟ ବୈଠକରୁ ଦୂରରେ ରହିବା ପାଇଁ ପ୍ରୋତ୍ସାହିତ କରିବେ ବୋଲି କୁହାଯାଇଛି।
ଶପିଫାଇ ଇଂକ୍ଙ୍କ ଭାଇସ୍ ପ୍ରେସିଡେଣ୍ଟ ପ୍ରଡକ୍ଟ ତଥା ସିଇଓ କାଜ୍ ନେଜତିୟାନ କହିଛନ୍ତି ଯେ କମ୍ପାନୀ ଲୋକଙ୍କୁ ସେମାନଙ୍କର ମେକର ଟାଇମ୍ ଫେରସ୍ତ ଦେଇଛି। ଆମେ ୨ରୁ ଅଧିକ ଲୋକଙ୍କ ସହ ସମସ୍ତ ଶପିଫାଇ ମିଟିଂ ରଦ୍ଦ କରିଛୁ। ସେ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଆମେ ଦେଖି ଆସୁଛୁ ଏକ୍ସଟ୍ରା ମିଟିଂ ଗୁଡିକ ଜୋରଜବରଦସ୍ତ ଦୀର୍ଘ କରାଯାଇଛି। ଏହା ଛଡା କମ୍ପାନୀ କୋଭିଡ ପରେ କର୍ମଚାରୀଙ୍କୁ କେଉଁଠାରୁ ବି କାମ କରିବାର ସ୍ୱାଧୀନତା ଦେଇଛି।
{"id":730204,"width":842,"height":555,"sizeSlug":"full","linkDestination":"none"}ଏହା ଛଡା ଫ୍ରାନ୍ସର ‘ନିଓମା’ ବିଜନେସ୍ ସ୍କୁଲର ଗବେଷଣାରୁ କମ୍ପାନୀମାନଙ୍କର ମିଟିଂ ନ କରିବାର ନୀତି ଉତ୍ପାଦକତା ବଢାଇପାରେ ଓ କର୍ମଚାରୀଙ୍କ ଟେନସନ୍ ହ୍ରାସ କରିପାରେ ବୋଲି ଜଣାପଡିଛି। ତେବେ ଶପିଫାଇରେ ମିଟିଂ ସମ୍ପୂର୍ଣ୍ଣ ସମାପ୍ତ ହୋଇ ନାହିଁ। କମ୍ପାନୀ ଗତବର୍ଷ କର୍ମଚାରୀଙ୍କୁ ସେମାନଙ୍କ ସାଲାରୀ ଓ କନସେସନ ଷ୍ଟ୍ରକ୍ଚର ନିଜେ ଧାର୍ଯ୍ୟ କରିବାକୁ ଅଧିକାର ଦେଇଥିଲା। ତେବେ କମ୍ପାନୀ କଷ୍ଟ କଟିଂ ଉପରେ ଫୋକସ କରୁଛି।
ଗତବର୍ଷ କରାଯାଇଥିବା ଏକ ସର୍ଭେ ଅନୁସାରେ କର୍ମଚାରୀମାନେ ସପ୍ତାହକରେ ହାରାହାରି ୧୮ ଘଣ୍ଟା ମିଟିଂରେ କଟାଇ ଦେଉଛନ୍ତି। ଏଥିରେ ୧୪ ପ୍ରତିଶତ ମିଟିଂ ଇନଭାଇଟ୍କୁ ଆକ୍ସେପ୍ଟ କରୁନାହାନ୍ତି। ସର୍ଭେରେ ଦେଖାଯାଇଥିଲା ଯେ ବଡ଼ ସଙ୍ଗଠନଙ୍କ କର୍ମଚାରୀମାନେ ଅନାବଶ୍ୟକ ମିଟିଂକୁ ଯିବା ଯୋଗୁ ପ୍ରତିବର୍ଷ ପାଖାପାଖି ୧୦୦ ମିଲିୟନ ଡଲାର ବର୍ବାଦ ହେଉଛି। ଏହାକୁ ନଜରରେ ରଖି ଫେସବୁକ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ଇଂକ୍ କମ୍ପାନୀରେ ନୋ ମିଟିଂ ଡେଜ୍ କଲଚର ଆରମ୍ଭ ହୋଇଛି।