scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ ଖବର, ମାସ୍କ ନଥିଲେ ବାରବାଟୀ ଷ୍ଟାଡିୟମରେ ମିଳିବନି ପ୍ରବେଶ ଅନୁମତି

10/06/2022 at 4:59 PM

ଭୁବନେଶ୍ୱର: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ ଖବର । ନୋ ମାସ୍କ ନୋ ଏଣ୍ଟ୍ରି । ଅର୍ଥାତ ମାସ୍କ ନାହିଁ ତ ବାରବାଟୀ ଷ୍ଟାଡିୟମକୁ ପ୍ରବେଶ ମନା । ସ୍ପଷ୍ଟ କଲେ ପୋଲିସ କମିଶନର । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୧୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବା ଦ୍ୱିତୀୟ ଟି-୨୦ । ଓସିଏ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି । କେବଳ ରବିବାର ସନ୍ଧ୍ୟାକୁ ଅପେକ୍ଷା। ଖେଳାଳି ମଧ୍ୟ ଭୁବନେଶ୍ୱର ପହଞ୍ଚି ସାରିଛନ୍ତି । ତେବେ ଶାନ୍ତି ଶୃଙ୍ଖଳା ଏବଂ ସଫଳତା ସହ ମ୍ୟାଚ୍ ଆୟୋଜନ ନେଇ ଓସିଏ ଏବଂ ପୋଲିସ କମିଶନରେଟ୍ ଅଣ୍ଟା ଭିଡିଛି ।

ମ୍ୟାଚ୍ ଆୟୋଜନ ନେଇ ଶୁକ୍ରବାର ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବିନା ମାସ୍କରେ ମ୍ୟାଚ୍ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହା ପୂର୍ବରୁ ନୋ ମାସ୍କ ନୋ ଏଣ୍ଟ୍ରି ନେଇ ସ୍ପଷ୍ଟ କରାଯାଇଛି । ଉତ୍ସାହ ଏବଂ ଉଦ୍ଦିପନା ନାମରେ ଗଣ୍ଡଗୋଳ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ଦର୍ଶକଙ୍କ ସାମ୍ନାରେ ପୋଲିସ କର୍ମଚାରୀ ଛିଡା ହେବେ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି ।

ଏହା ପୂର୍ବରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ଷ୍ଟାଡିୟମ ବୁଲି ଦେଖିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖେଳ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୋଲିସ ଡିଜି । ଆବଶ୍ୟକ ଅନୁସାରେ ପୋଲିସ ଫୋର୍ସ ଓ ଅଫିସରଙ୍କୁ ମୁତୟନ କରାଯିବ। ସେଥିପାଇଁ ପୋଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । ଦର୍ଶକଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ତେଣୁ ଶୃଂଖଳିତ ଭାବେ ବସି ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ପରାମର୍ଶ ଦେଇଛନ୍ତି। ଡିଜିପିଙ୍କ ସହ ଆଇନଶୃଂଖଳା ଏଡିଜି ଆର୍‌କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ମଧ୍ୟ ସୁରକ୍ଷା ବ୍ୟବସ୍ଥା ପରଖିଛନ୍ତି। 

   Related Posts