oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଦେଶରେ ଗତ ୧୦ ବର୍ଷରେ ଘଟିନାହିଁ କୌଣସି ବଡ ଦଙ୍ଗା, ଧାର୍ମିକ ଅସହିଷ୍ଣୁତା କେବଳ ଟିଭିରେ: ସଦଗୁରୁ

6/06/2022 at 5:23 PM

ନୂଆଦିଲ୍ଲୀ; ଇଶା ଫାଉଣ୍ଡେସନର ସଂସ୍ଥାପକ ସଦଗୁରୁ ଜାଗି ବାସୁଦେବ ଦେଶରେ ବଢୁଥିବା ଧାର୍ମିକ ଅସହିଷ୍ଣୁତାକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେମିତି ପ୍ରଚାର କରାଯାଉଛି ସେହି ହିସାବରେ ଦେଶରେ  ଧାର୍ମିକ ଅସହିଷ୍ଣୁତା ବଢିନାହିଁ। ଟେଲିଭିଜନ ଷ୍ଟୁଡିଓରେ ବହୁତ ଗରମ ରହିଛି। ଘଟଣାକୁ ଅତି ରଞ୍ଜିତ କରି ପ୍ରସାରଣ କରାଯାଉଛି ଯେ ଦେଶରେ ଧାର୍ମିକ ଅସହିଷ୍ଣୁତା ବଢିବାରେ ଲାଗିଛି। ସତ ଏହା ଯେ, ଦେଶ ଗତ ଏକ ଦଶନ୍ଧିରେ ବଡ ସାଂପ୍ରଦାୟିକ ହିଂସାରୁ ମୁକ୍ତ ରହିଛି। ନିଜ କଲେଜ ବେଳର ସମୟ ବିଷୟରେ ସଦଗୁରୁ କହିଛନ୍ତି ସେହି ସମୟରେ ଦେଶରେ ବଡ ବଡ ଦଙ୍ଗା ହେଉଥିଲା। କିନ୍ତୁ ଗତ ୧୦ ବର୍ଷରେ କୌଣସି ବଡ ଦଙ୍ଗା ଘଟିନାହିଁ।

ସଦଗୁରୁ ନିକଟରେ ନିଜର ମାଟି ବଞ୍ଚାଅ ଅଭିଯାନରେ ୨୭ ଦେଶରେ ୩୦ ହଜାର କିଲୋମିଟର ବାଇକ ଯାତ୍ରା କରି ଭାରତରେ ପହଞ୍ଚିଛନ୍ତି। ସେ କହିଛନ୍ତି, ମୋତେ ଲାଗୁଛି ଘଟଣାକୁ ବଢାଇ ଚଢାଇ ଉପସ୍ଥାପନ କରାଯାଉଛି। ଟିଭି ଡିବେଟରେ ବହୁତ ଗରମ ଦେଖିବାକୁ ମିଳୁଛି। ଆପଣ ଏହାକୁ ସଡକରେ କଦାପି ଦେଖି ପାରିବେ ନାହିଁ। ଆପଣ ସମଗ୍ର ଦିଲ୍ଲୀରେ ବୁଲନ୍ତୁ କିମ୍ବା ଦେଶର କୌଣସି ବି ଗାଁକୁ ଯାଆନ୍ତୁ ସେଠାରେ କୌଣସି ଅସହିଷ୍ଣୁତା କିମ୍ବା ହିଂସା ଦେଖିବାକୁ ମିଳିବ ନାହିଁ।

ସେ କହିଛନ୍ତି ଧାର୍ମିକ ପ୍ରସଙ୍ଗରେ ଟିଭି ଷ୍ଟୁଡିଓରେ ଆଲୋଚନା ଆବଶ୍ୟକତାଠୁ ଅଧିକ ଅତି ରଞ୍ଜିତ କରି ଆଲୋଚନା କରାଯାଉଛି। କିଛି ସର୍ବସମ୍ମତି ପ୍ରସଙ୍ଗରେ  ବିତର୍କ କରାଯାଉଛି। ଏସବୁକୁ ଅଦାଲତ ଉପରେ ଛାଡିଦେବା ଉଚିତ୍। ଆଇନକୁ ତାରି ରାସ୍ତାରେ ଯିବାକୁ ଦେବା ଉଚିତ୍। ଯେବେ ଆପଣ ଗୋଟିଏ ଜିନିଷକୁ ବାରମ୍ବାର ଦେଖିବେ ତେବେ ନିଜେ ଉତ୍ସାହିତ ହୋଇଯିବେ। ମୋ କଲେଜ ବେଳରେ ଦେଶର ଦଙ୍ଗା ନିତିଦିନିଆ ଘଟୁଥିଲା। ହେଲେ ଗତ ୨୫ ବର୍ଷରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି। ନିକଟ ୧୦ ବର୍ଷରେ ବଡ ଦଙ୍ଗା ଦେଶରେ ଘଟିନଥିବା ସଦଗୁରୁ କହିଛନ୍ତି।

   Related Posts