ମିଳିଲାନି ମହାପ୍ରୟାଣ ଗାଡି, ଟ୍ରଲିରେ ବୁହାହେଲା ମୃତଦେହ
30/06/2023 at 12:13 PM

ମୋହନା ୩୦/୦୬: ଟ୍ରଲିରେ ବୁହା ହେଲା ଟ୍ରଲିରେ । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାରେ । ଗତ ବିଳମ୍ବିତ ରାତିରେ ମୋହନା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ହେଲେ ଶବ ନେବା ପାଇଁ ମିଳିଲାନି ଗାଡି । ତେଣୁ ବାଧ୍ୟ ହୋଇ ମୃତ ଦେହକୁ ଏକ ଟ୍ରଲି ରିକ୍ସାରେ ନେଲେ ପରିବାର ଲୋକେ । ଏହି ଘଟଣାରେ ଆହୁରି ହୃଦୟ ବିଦାରକ ଥିଲା ରିକ୍ସା ଉପରେ ନିଜ ସ୍ୱାମୀଙ୍କ ମୃତ ଦେହ ପାଖରେ ବସି ପତ୍ନୀ ଜୟନ୍ତୀଙ୍କ ବାହୁନି ବାହୁନି କାନ୍ଦିବାର ଦୃଶ୍ୟ ।
ସୂଚନାଥାଉକି, ଗୁରୁବାର ରାତିରେ ମୋହନାର କୃଷ୍ଣ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମୋହନା ମେଡିକାଲରେ ଭର୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ବହୁ ଯୋଜନା ହୋଇଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ମୃତ୍ୟୁ ପରେ ଶବକୁ ଘରେ ପହଂଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା ବି ହୋଇଛି ।
ହେଲେ ମୋହନାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ହେଲେ ଏହି ଘଟଣା ପରେ ଏହି ଯୋଜନାର ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ମୃତ କୃଷ୍ଣଙ୍କ ମୃତଦେହକୁ ଟ୍ରଲି ରିକ୍ସାରେ ପ୍ରାୟ ଦେଢ଼ କିଲୋମିଟର ନେଇଥିଲେ ପରିବାର ଲୋକେ । ଏଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
you can also read…