ମାର୍ଚ୍ଚ ୨୨ରୁ ଭାରତରେ ଅନ୍ତରାଷ୍ଟ୍ରୀୟ ବିମାନର ପ୍ରବେଶ ଉପରେ ଲାଗିଲା ରୋକ୍, ୧୦ ରୁ କମ ଓ ୬୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୦୩: ଦେଶରେ କରୋନା ଭୂତାଣୁରେ ଚାରି ଜଣଙ୍କ ମୃତ୍ୟୁ ଘଟିବା ପରେ ସରକାର ନିଜର ଆଡଭାଇଜରୀକୁ ଆହୁରି କଠୋର କରିଛନ୍ତି। ଏହା ସହିତ ଯାତ୍ରୀଙ୍କ ସହ ସମ୍ବନ୍ଧିତ କିଛି ଆଉ ପ୍ରତିବନ୍ଧକ ଲଗାଇଛନ୍ତି। ମାର୍ଚ୍ଚ ୨୨ରୁ ଦେଶରେ କୌଣସି ବି ଅନ୍ତର୍ଜାତୀୟ ବିମାନକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି କେନ୍ଦ୍ର  ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରତିବନ୍ଧକ ଗୋଟିଏ ସପ୍ତାହ ଲାଗି ଜାରି ରହିବ। ସରକାର ୧୦ ବର୍ଷରୁ କମ ବୟସର ବାଳକ ଓ ୬୫ ବର୍ଷରୁ ଅଧିକ ବୟସର ବୃଦ୍ଧଙ୍କୁ ଘରେ ରହିବାକୁ ଉପଦେଶ ଦେଇଛନ୍ତି।

ସରକାର ଆଡଭାଇଜରୀ ଜାରି କରି କହିଛନ୍ତି ଯେ, ୧୦ ବର୍ଷରୁ କମ ବୟସର ସମସ୍ତ ପିଲା ଘରେ ରହିବେ। ରାଜ୍ୟ ସରକାର ୬୫ ବର୍ଷରୁ ଅଧିକ ବୟସର ବୃଦ୍ଧଙ୍କୁ ଘରେ ରହିବାକୁ ଆଡଭାଇଜରୀ  ଜାରି କରନ୍ତୁ। ଏହି ଆଡଭାଇଜରୀ ମେଡିକାଲ କର୍ମଚାରୀ, ସରକାରୀ କର୍ମଚାରୀ, ମେଡିକାଲ ଅଫିସର ଓ ଜନ ପ୍ରତିନିଧିଙ୍କ ଉପରେ ଲାଗୁ ହେବ ନାହିଁ। ରେଲଓ୍ଵେ ଓ ସିଭିଲ୍ ଏଭିଏସନ ଛାତ୍ର, ରୋଗୀ ଓ ଦିବ୍ୟାଙ୍ଗ ବର୍ଗରେ ଯାତ୍ରା କରିବା ଉପରେ ଦିଆଯାଉଥିବା ସରକାରୀ ସୁବିଧାକୁ ବାତିଲ କରନ୍ତୁ। ମାସ୍କ ଓ ସାନିଟାଇଜର ଉପରେ ଅଧିକ ଟଙ୍କା ଆଦାୟ କରୁଥିବା ଲୋକଙ୍କ ବିରୋଧରେ ଫାର୍ମା ଡିପାର୍ଟମେଣ୍ଟ  ଓ ଉପଭୋକ୍ତା ମାମଲା କାର୍ଯ୍ୟାନୁଷ୍ଠାନ କରନ୍ତୁ।

{"id":241067,"sizeSlug":"large"}

ଉଲ୍ଲେଖଯୋଗ୍ୟ ସରକାର ପୂର୍ବରୁ ୟୁରୋପିୟନ ୟୁନିୟନ, ତୁର୍କି ଓ ବ୍ରିଟେନରୁ ଭାରତ ଆସିବାକୁ ଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ମାର୍ଚ୍ଚ ୧୮ରୁ ରୋକ୍ ଲଗାଇଥିଲେ। ଏବେ ସରକାର ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ବିମାନକୁ ଭାରତରେ ପ୍ରବେଶ ଉପରେ ମାର୍ଚ୍ଚ ୨୨ ରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଅନ୍ୟପଟେ ଭିସ୍ତାରା ନିଜର ଅନ୍ତରାଷ୍ଟ୍ରୀୟ ଉଡାଣ ମାର୍ଚ୍ଚ ୨୩ ରୁ ଏପ୍ରିଲ ୧୫ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.