ସାଧା ପୋଷାକରେ ହେଉ କିମ୍ବା ୟୁନିଫର୍ମରେ ଭାରତୀୟ ସେନାଙ୍କୁ ମାଳଦ୍ୱୀପରେ ପ୍ରବେଶ ମନା: ମହମ୍ମଦ ମୁଇଜୁ

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ: ଚୀନ ମାଗଣା ଲୋଭ ଦେଖାଇବା ପରେ ଭାରତ ବିରୋଧରେ ସ୍ୱର ଶାଣିତ କଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ମେ ୧୦ ତାରିଖ ପରେ କୌଣସି ଭାରତୀୟ ସେନାକୁ ମାଳଦ୍ୱୀପରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏମିତିକି ସିଭିଲ ଡ୍ରେସ୍‌ରେ ଥିବା ସେନା କର୍ମୀମାନେ ମଧ୍ୟ ରହିବେ ନାହିଁ ବୋଲି ମହମ୍ମଦ ମୁଇଜୁ କହିଛନ୍ତି।

ଚୀନ ଠାରୁ ମାଗଣା ସେନା ସହଯୋଗ ନେବା ପରେ ସୋମବାର ମାଳଦ୍ୱୀପ ଏକ ଚୁକ୍ତି କରିଛି। ଚୁକ୍ତି କରିବାର ଗୋଟିଏ ଦିନ ପରେ ଏପରି କହିଛନ୍ତି ମୁଇଜୁ। ନ୍ୟୁଜ୍‌ ପୋର୍ଟାଲ ଏଡିସନ.ଏମ୍‌ଭି ଏହି ଖବର ପ୍ରକାଶ ପାଇଛି।

ସେପଟେ ମାଳଦ୍ୱୀପରେ ଥିବା ଭାରତର ୩ ବିମାନ ଆଡ୍ଡା ମଧ୍ୟରୁ ଗୋଟିଏରେ ଦାୟିତ୍ୱ ନେବାକୁ ଭାରତର ଏକ ଟିମ୍ ମାଳଦ୍ୱୀପ ଗସ୍ତ କରିଥିବା ମୁଇଜୁ ଏପରି କହଚନ୍ତି। ବା ଅତୋଲଆଇଧାଫୁସି ସମ୍ପ୍ରଦାୟକୁ ସମ୍ବୋଧନ କରି ମୁଇଜୁ କହିଛନ୍ତି ଯେ ଭାରତୀୟ ସେନାକୁ ମାଳଦ୍ୱୀପରୁ ବାହାର କରିବାରେ ତାଙ୍କ ସରକାର ସଫଳ ହୋଇଥିବା ବେଳେ କିଛି ଲୋକ ଏହା ବିଷୟରେ ମିଛ ପ୍ରଚାର କରୁଛନ୍ତି। କହୁଛନ୍ତି ଯେ ଭାରତୀୟ ସେନାକୁ ବିଦା କରାଯାଉ ନାହିଁ। ବରଂ ସାଧା ପୋଷାକରେ ପୁଣିଥରେ ମୁତୟନ କରାଯାଉଛି। ହେଲେ ଏମିତି ମିଛ କଥା କହିବା ଉଚିତ୍ ନୁହେଁ ବୋଲି ମୁଇଜୁ କହିଛନ୍ତି।

ପଢ଼ନ୍ତୁ-ଇସ୍ରାଏଲ୍‌ ସୀମାରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହିଲେ କେନ୍ଦ୍ର ସରକାର

ଏଥିପାଇଁ ଦେଶବାସୀଙ୍କୁ ପୁଣିଥରେ ଭରସା ଦେଇ ମୁଇଜୁ କହିଛନ୍ତି “ମେ ୧୦ ତାରିଖ ପରେ ଦେଶରେ କୌଣସି ଭାରତୀୟ ସେନା ରହିବେ ନାହିଁ, ନା ୟୁନିଫର୍ମରେ ନା ସାଧାରଣ ପୋଷାକରେ। ସେ ଯେ କୌଣସି ପ୍ରକାର ପୋଷାକ ପିନ୍ଧନ୍ତୁ ନାହିଁ କି ଭାରତୀୟ ସେନା ଏଠାରେ ରହିବେ ନାହିଁ। ମୁଁ ପୂରା ଆତ୍ମ ବିଶ୍ୱାସର ସହ ଏମିତି କହୁଛି।” ତେବେ ଦେଶର ସୁରକ୍ଷା ନେଇ ମଧ୍ୟ ମୁଇଜୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.