ହେଲମେଟ୍ ନ ପିନ୍ଧିଲେ ପେଟ୍ରୋଲ ପମ୍ପରୁ ମିଳିବନି ପେଟ୍ରୋଲ

Published By : Prameya-News7 Bureau | June 22, 2019 IST

ସୁବର୍ଣ୍ଣପୁର ୨୨|୬: ସୁବର୍ଣ୍ଣପୁର ଜିଲ୍ଲାରେ ହେଲମେଟ ନ ପିନ୍ଧିଲେ ଆଉ ପେଟ୍ରୋଲ ପମ୍ପରୁ ମିଳିବନି ପେଟ୍ରୋଲ । ଏପରି ନୂଆ ନିୟମ ସୁବର୍ଣ୍ଣପୁରରେ ଲାଗୁ ହେବାକୁ ଯାଉଛି । ସଡକ ସୁରକ୍ଷା ଦିଗରେ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛି । ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ମନା । ମଦ୍ୟପାନ କରି ମଧ୍ୟ ଗାଡି ଚଳାଇବା ପଡିବ ମହଙ୍ଗା । ଆଉ ଟ୍ରିପଲ ରାଡିଂ କରିବା ହେବନି ସହଜ । ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ସଭାଗୃହରେ  ଏମଭିଆଇ ରବିନ ପଟ୍ଟନାୟକଙ୍କ ପୌରହିତ୍ୟରେ  ଆୟୋଜିତ ହୋଇଥିବା  ବୈଠକରେ ଏହି ନିୟମ ଆଗାମୀ ୨୪ତାରିଖରୁ ଲାଗୁହେବ ବୋଲି   ନିଷ୍ପତ୍ତି ନିଆଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.