scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଜବ ଟ୍ରାଫିକ୍‌ ସିଗନାଲ୍‌: ହେଲ୍‌ମେଟ୍‌ ନ ପିନ୍ଧିଲେ, ଦେବନି ଗ୍ରିନ୍‌ ସିଗନାଲ୍‌ !

23/09/2023 at 1:43 PM

ନୂଆଦିଲ୍ଲୀ ୨୩।୦୯: ଟ୍ରାଫିକ୍ ସିଗନାଲ୍‌ । ନିୟମ ନମାନିବାରୁ ପ୍ରତିଦିନ ହେଉଛି ଅନେକ ଦୁର୍ଘଟଣା । କିନ୍ତୁ କିଛି ଅମାନିଆ ଏପରି ଅଛନ୍ତି, ଯେତେ ନିୟମ କଲେ ମଧ୍ୟ ତାକୁ ଫୁ କରିଦଉଛନ୍ତି । କେତେକ ସ୍ପିଡ୍‌ରେ ଗାଡି ଚଲାନ୍ତି ତ ଆଉ କିଛି ହେଲ୍‌ମେଟ୍‌ ପିନ୍ଦନ୍ତିନି ଆଉ ଟ୍ରାଫିକ୍‌ ନିୟମ ଭାଙ୍ଗନ୍ତି । ଏଥିପାଇଁ ଅନେକ ସମୟରେ ଟ୍ରାଫିକ୍‌ ନିୟମରେ କରାଯାଏ ପରିବର୍ତ୍ତନ ।

 କିନ୍ତୁ କେବେ ଦେଖିଛନ୍ତି କି ଏମିତି ଟ୍ରାଫିକ୍‌ ସିଗନାଲ୍‌ । ଯଦି କେହି ହେଲ୍‌ମେଟ୍‌ ପିନ୍ଧିନଥିବେ, ତେବେ ସିଗନାଲ୍‌ ଗ୍ରିନ୍‌ ଲାଇଟ୍‌ ଦେବନି । ଆଉ ହେଲ୍‌ମେଟ୍‌ ପିନ୍ଧିବା ପରେ ହିଁ ସିଗନାଲ୍‌ ରେଡ୍‌ରୁ ହୋଇଥାଏ ଗ୍ରିନ୍‌ । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ସତ । ଏହାର ଏକ ଭିଡିଓରେ ଏବେ ଦେଖିବାକୁ ମିଳିଛି । ଯାହା ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଭାଇରାଲ୍ ହୋଇଥିବା କ୍ଲିପରେ ଏକ ଅଜବ ଟ୍ରାଫିକ୍ ସିଗ୍ନାଲ୍ ଦେଖିବାକୁ ମିଳିଛି । ଏହାର ଖାସିୟତ୍‌ ହେଉଛି ଟ୍ରାଫିକ୍ ଲାଇଟ୍ ସେତେବେଳ ଯାଏଁ ରେଡ୍‌ ରହିବ ଯେତେବେଳ ଯାଏଁ  ରାସ୍ତାରେ ଥିବା ବାଇକ୍‌ ଡ୍ରାଇଭର୍‌ ହେଲ୍‌ମେଟ୍‌ ନପିନ୍ଧିଛି । ଆଉ ହେଲ୍‌ମେଟ୍‌ ପିନ୍ଧିବା ପରେ ହିଁ ସିଗନାଲ୍‌ ଦେଉଛି ଗ୍ରିନ୍‌ ଲାଇଟ୍‌ ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ସିଗନାଲ୍‌ରେ ବିନା ହେଲମେଟ୍‌ରେ ବାଇକ୍‌ ଧରି ଠିଆ ହୋଇଛନ୍ତି । ଆଉ ସିଗନାଲ୍‌ରେ ଲାଗିଛି ଏକ ଏଲ୍‌ଇଡି ସ୍କିନ୍‌ ।  ଯେଉଁଥିରେ ଯୁବତୀଙ୍କ ମୁହଁକୁ ପୁରା ଜୁମ୍‌ କରି ଦେଖାଯାଉଛି । ଆଉ ସେ ହେଲ୍‌ମେଟ୍‌ ପିନ୍ଧିନଥିବାରୁ ଟ୍ରାଫିକ୍‌  ଗ୍ରିନ୍‌ ସିଗନାଲ୍‌ ଦେଉନି । ଭିଡିଓରେ ଦେଖିପାରୁଥିବେ ଯୁବତୀ ଜଣକଙ୍କର ନଜର ଏଲ୍‌ଇଡି ସ୍କିନ୍‌ ଉପରେ ପଡୁଛି । ଆଉ ଯୁବତୀ ଜଣକ ଲାଜ ଅନୁଭବ କରି  ତୁରନ୍ତ ହେଲମେଟ୍‌ ପିନ୍ଧୁଛନ୍ତି ।

ଏହି ଭିଡିଓକୁ ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ @TansuYegen ନାମକ ଆଇଡିରୁ ସେୟାର କରାଯାଇଛି । ୟୁଜର୍ସ ଜଣକ କ୍ୟାପସନ୍‌ ଦେଇଛନ୍ତି , ହେଲମେଟ ନାହିଁ ତ ଗ୍ରିନ୍‌ ସିଗ୍‌ନାଲ୍‌ ନାହିଁ । ୧୮ ସେପ୍ଟେମ୍ବରରେ ସେୟାର ହୋଇଥିବା ଏହି ଭିଡିଓଟି ଖବର ଲେଖା ହେବା ଯାଏଁ ୮୪ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ୨୪ ହଜାରରୁ ଅଧିକ ରିଟ୍ବିଟ କରାଯାଇଛି ।

 ଏହାବ୍ୟତୀତ ହଜାର ହଜାର ଲୋକ ଏଥିରେ ମନ୍ତବ୍ୟ ଦେଇଛନ୍ତି । କେହି କେହି ଏହାକୁ ସ୍ପେନ ଏବଂ କେହି କେହି ଏହାକୁ ଆର୍ଜେଣ୍ଟିନା ବୋଲି କହୁଛନ୍ତି। ତେବେ କମେଣ୍ଟରେ ଜଣେ ୟୁଜର୍ସ କହିଛନ୍ତି କି ଆଶ୍ଚର୍ଯ୍ୟଜନକ ଟେକ୍‌ନିକ୍‌ । ବିଶେଷକରି ଭାରତରେ ଏପରି ହେବା ହେବା ଦରକାର୍‌ । ସେହିପରି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି କି ଏହି ଜିନିଷ ସବୁ ସହରରେ ହେବା ଆବଶ୍ୟକ ।

You Can Read:

   Related Posts