scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମ ଆଦ୍‌ମୀ ପାର୍ଟି ପବନରେ ଭାସୁଛି, ଗୁଜୁରାଟରେ କଂଗ୍ରେସ ମଜଭୁତ ନିର୍ବାଚନ ନିଶ୍ଚୟ ଜିିତିବୁ: ରାହୁଲ ଗାନ୍ଧୀ

31/10/2022 at 7:49 PM

ନୂଆଦିଲ୍ଲୀ: ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ। ରାଜ୍ୟରେ ବିଜେପି ବିରୋଧୀ ହାୱା ରହିଛି। ଆଉ ଆପ୍‌ କେବଳ ବିଜ୍ଞାପନରେ ହିଁ ଚର୍ଚ୍ଚାରେ ରହୁଛି। ନହେଲେ ତୃଣମୂଳ ସ୍ତରରେ ଆପର କୌଣସି ସମ୍ପର୍କ ନାହିଁ। ଗୁଜୁରାଟ ନିର୍ବାଚନକୁ ନେଇ  ଆଜି ଏଭଳି ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜୁରାଟରେ ଆମେ ମଜଭୁତ ଅଛୁ ବୋଲି କହିଛନ୍ତି ରାହୁଲ। ଭାରତ ଯୋଡ଼ ଯାତ୍ରା ଅବସରରେ ତେଲେଙ୍ଗାନାରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାହୁଲ୍।   

ରାହୁଲ କହିଛନ୍ତି ” ଆପ କେବଳ ପବନରେ ଭାସୁଛି। ହେଲେ ତୃଣମୂଳ ସ୍ତରରେ କୌଣସି ସମ୍ପର୍କ ନାହିଁ। ଆପର କଥାରେ ଗଣମାଧ୍ୟମ ହାୱା ତିଆରି କରୁଛି। ସେଠାରେ କଂଗ୍ରେସ ମଜଭୁତ ଅଛି। ଆମେ ଏଥର ନିର୍ବାଚନ ଜିତିବୁ।” ରାହୁଲ ଆହୁରି କହିଛନ୍ତି “ଭାରତରେ ଦୁଇଟି ଆଦର୍ଶ ମଧ୍ୟରେ ଲଢ଼େଇ ହେଉଛି। ଗୋଟିଏ ଦେଶକୁ ଭାଙ୍ଗିବାକୁ ଚାହୁଁଛି ଓ ଅନ୍ୟ ଜଣେ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାକୁ ଚାହୁଁଛି। ଏକଥା ସ୍ପଷ୍ଟ ଯେ ବିଜେପି ଓ ଆର୍‌ଏସ୍‌ଏସ୍‌ର ଆଦର୍ଶକୁ ହରାଇବା ପାଇଁ ହେଲେ ବିରୋଧୀମାନଙ୍କୁ ସୌହାର୍ଦ୍ୟପୂର୍ଣ୍ଣ ଭାବେ ମିଳି ମିଶା କାମ କରିବାକୁ ପଡ଼ିବ। “

ବିଜେପିକୁ ରାର୍ଗେଟ୍ କରି ରାହୁଲ ଆହୁରି କହିଛନ୍ତି ଯେ ବିଜେପି ଆର୍‌ଏସ୍‌ର ନେତାମାନଙ୍କ ପାଇଁ ଚାଲୁଛି। ତା ପାଖରେ କେବଳ ଘୃଣା ଅଛି। ବିଜେପି ଏକ ଭୟର ଭାବ। ମୁଁ ସାବରକରଣ ଓ ଗୋଭଲକରଙ୍କ ବିଷୟରେ ପଢ଼ିଛି। ଯଦି ଆପଣ ଟିକେ ତାଙ୍କୁ ଅଧିକ ପଢ଼ିବେ ଏହା କେବଳ ଆପଣଙ୍କୁ ଘୃଣା ଲାଗିବନି ବିରଂ ଭୟ ବି ଦେଖାଯିବ। ସେମାନଙ୍କର ଏହି ଭୟରୁ ଘୃଣା ସୃଷ୍ଟି ହୁଏ। କଂଗ୍ରେସ ମଧ୍ୟ ଏକେ ଆବେଗ ହେଲେ ଭୟ ବିରୋଧୀ ଲଢ଼େଇର।   

   Related Posts