ପୁଣିଥରେ କଂଗ୍ରେସକୁ ଫେରିବେ କି ଗୁଲାମ ନବୀ ଆଜାଦ? କହିଲେ...

Published By : Prameya-News7 Bureau | November 10, 2022 IST

ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସକୁ ଫେରିବେ କି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ? ଏନେଇ ଆଲୋଚନା ଚାଲିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଆଜାଦ। ସେ କହିଛନ୍ତି ଯେ ଆଉଁ କଂଗ୍ରେସକୁ ଯିବାକୁ ପ୍ରଶ୍ନ ଉଠୁ ନାହିଁ। ରୋକ୍‌ଠୋକ୍ ସମାଲୋଚନା କରି ଦଳ ଛାଡ଼ିବା ପରେ ପୁଣିଥରେ କଂଗ୍ରେସକୁ ଫେରିବି ନାହିଁ ବୋଲି ଆଜାଦ କହିଛନ୍ତି।  

ଜାତୀୟ ଗଣମାଧ୍ୟମ ଆଜତକକୁ ସୂଚନା ଦେଇ ଶ୍ରୀ ଆଜାଦ କହିଛନ୍ତି ଯେ ଆଉ ଘର ୱାପସୀ ହେଇପାରିବ ନାହିଁ। ମୁଁ କଦାପି କଂଗ୍ରେସରେ ପୁନଃ ଯୋଗ ଦେଇପାରିବି ନାହିଁ ବୋଲି ଆଜାଦ କହିଛନ୍ତି।  ତା ସହିତ ୬ ଦେଶରେ ହୋଇଥିବା ଉପନିର୍ବାଚନରେ ଅସଫଳତା ପାଇଁ ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। କଂଗ୍ରେସର କେବଳ ପତ୍ତନ ହେଉଛି ବୋଲି ଆଜାଦ କହିଛନ୍ତି। ଆଜି ସେମାନେ ଉପନିର୍ବାଚନ ହାରିଲେ , ଭବିଷ୍ୟତରେ କଣ ହେଉଛି ଦେଖାଯାଉ ବୋଲି ଆଜାଦ କହିଛନ୍ତି।

ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରି ସେ କହିଛନ୍ତି ଯେ ସେ ତାଙ୍କ ରାଜ୍ୟର ଲୋକମାନଙ୍କ ପାଇଁ କାମ କରିବେ। ତାଙ୍କ ଦଳ ଡେମୋକ୍ରାଟିକ୍ ଆଜାଦ ପାର୍ଟି(DAP) ଦଳରେ ରହି ସେ ଲୋକଙ୍କୁ ଏକାଠି କରିବେ ବୋଲି ଆଜାଦ କହିଛନ୍ତି ଯେ ଏନେଇ ସେ କହିଛନ୍ତି ଯେ ଲୋକେ ମୋତେ ଏବେ ବି ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ମନେ ରଖିଛନ୍ତି। ମୋ ସମୟରେ ରାଜ୍ୟରେ ଅନେକ ବିକାଶ ହୋଇଛି। ତେଣୁ ମୁଁ ଜାମ୍ମୁ-କାଶ୍ମୀର ବିକାଶ ପାଇଁ କାମ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦଳର ପ୍ରଥମ ଲକ୍ଷ୍ୟ ହେଲା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ ହୋଇଥିବା ଜାମ୍ମୁ-କାଶ୍ମୀରର ରାଜ୍ୟମାନ୍ୟତା ଫେରାଇ ଆଣିବା। ତା ସହିତ ଭୂମୀ ସୁରକ୍ଷା ସହିତ ଚାକିରି ସୁନିଶ୍ଚିତ କରିବା ଓ ରାଜ୍ୟ ଛାଡ଼ି ପଳାଇଥିବା କାଶ୍ମୀର ପଣ୍ଡିତମାନଙ୍କୁ ପୁଣିଥରେ ଫେରାଇ ଆଣିବା ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଆଜାଦ କହିଛନ୍ତି।

କେବଳ ସେତିକି ନୁହେଁ ଘାଟିରେ ହିନ୍ଦୁ ହତ୍ୟାକୁ ସେ ବିରୋଧ କରିଛନ୍ତି। ଏନେଇ ସେ କହିଛନ୍ତି “କାଶ୍ମୀର ପଣ୍ଡିତଙ୍କ ଜୀବନ ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ତୁରନ୍ତ ଜାମ୍ମୁକୁ ଟ୍ରାନ୍ସଫର କରିଦେବା ଦରକାର।”

ସୂଚନା ଥାଉକି ୭୩ ବର୍ଷୀୟ ଆଜାଦ ଅଗଷ୍ଟ ୨୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସର ଚାଟୁକାର ଓ ରାହୁଲଙ୍କ ପିଏ ଓ ବଡିକାର୍ଡ ସରକାର ଚଳାଉଛନ୍ତି ବୋଲି କହିଥିଲେ ଆଜାଦ୍। ଏହାପରେ ସେପ୍ଟେମ୍ବର ୨୬ ତାରିଖରେ ଜାମ୍ମୁ-କାଶ୍ମୀରରେ ନିଜ ଦଳ ଗଠନ କରିଥିଲେ ଆଜାଦ। ଏହି ଦଳରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଏକାଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ନେତାମାନେ ଆସି ଆଜାଦଙ୍କୁ ସମର୍ଥନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.