scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରକାର କହୁଛନ୍ତି ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ, ହେଲେ ପୁରୀ, କଟକ ଓ ଖୋର୍ଦ୍ଧାର ବହୁ ଅଞ୍ଚଳ ଜଳମଗ୍ନ, ସେପଟେ ୪ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

17/08/2019 at 6:09 PM

ଭୁବନେଶ୍ବର୧୭|୮: ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ। କିନ୍ତୁ ହୀରାକୁଦରୁ ଛଡ଼ା ଯାଇଥିବା ବନ୍ୟା ଜଳ  ପ୍ରବାହିତ ହେବା ଯୋଗୁଁ ତଳିଆ ଅଞ୍ଚଳ ବୁଡ଼ିଲାଣି । ଏହାକୁ ନେଇ ଚିନ୍ତାରେ ସରକାର । ପୁରୀ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳ ଜଳମଗ୍ନ ହୋଇଥିବା ​‌ବେଳେ ଯୋଗାଯୋଗ ବିଛିନ୍ନ ହୋଇଛି ।  ଏପଟେ ବନ୍ୟା ପ୍ରଭାବିତ ବଲାଙ୍ଗିର, ସୋନପୁର, ବୌଦ୍ଧ ଓ କଳାହାଣ୍ଡିର ବନ୍ୟାସ୍ଥିତିକୁ  ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ରାଜ୍ୟରେ ବଡ଼ ବନ୍ୟା ଆଶଙ୍କା ନାହିଁ। ମୁଣ୍ଡୁଳି ଓ ନରାଜରେ ପହଞ୍ଚି ସାରିଲାଣି ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ । ଏବେ ମୁଣ୍ଡୁଳିରେ  ସାଢ଼େ ୫ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ବୁଡି ଗଲାଣି ଅନେକ ତଳିଆ ଅଞ୍ଚଳ । ଯୁଗ୍ମ ରିଲିଫ କମିଶନରଙ୍କ ସୂଚନା ଅନୁସାରେ ପୁରୀରେ ୪୦ ଜଣ, ଖୋର୍ଦ୍ଧାରେ ୪୮ଜଣ, କଟକରେ ୫୫୦ଲୋକଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି ।  ଏପଟେ ଭାର୍ଗବୀ ନଦୀରେ ବନ୍ୟା ଜଳ ଆସି ପୁରୀ ସଦର ଅନ୍ତର୍ଗତ ବାଟ ଗାଁ ଓ ଉତ୍ତରକଣା ଗାଁ ଭିତରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଉତ୍ତରକଣାର ୩ ଶହ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଉତ୍ତରକଣା, ନୂଆଁଗାଁ , ବାଟଗାଁ, ସମଙ୍ଗ ଓ ତଳଜଙ୍ଗ ଗ୍ରାମବାସୀଙ୍କ  ଚାଷ ଜମିରେ ବନ୍ୟା ପାଣି ମାଡ଼ିଯାଇଛି। ଏପଟେ ରାଜୁଆ ନଦୀରେ ବନ୍ୟା ଜଳ ଆସି ଖୋର୍ଦ୍ଧା ବ୍ଲକର ଓରବରସିଂହ ଓ ନରଣଗଡ଼ ପଞ୍ଚାୟତରେ ଥିବା ୭୮ଟି ଗାଁରେ ବନ୍ୟା ପାଣି ପଶିଯାଇଛି ।…   

ଏପଟେ ବନ୍ୟା ପ୍ରଭାବିତ ୪ଟି ଜିଲ୍ଲାରେ ସ୍ଥିତି ପରିଖିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ।ହେଲିକପ୍‌ଟରରୁ ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ଓ ସୋନପୁରର  ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । କେନ୍ଦ୍ରମନ୍ତ୍ରୀ ବଲାଙ୍ଗୀରରେ ଓହ୍ଲାଇ ସିଧାସଳଖ ରୋଡ୍‌ ଯୋଗେ ବରପାଲି ପଡ଼ାକୁ ଯାଇ ବନ୍ୟାସ୍ଥତିକୁ ଅନୁଧ୍ୟାନ କରିବା ସହ ବନ୍ୟା ବିପନ୍ନଙ୍କୁ ଭେଟି ଆଲୋଚନା କରିଥିଲେ। ଏନଏଚଏମ ସମ୍ମିଳନୀ କକ୍ଷରେ ହୋଇଥିବା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ବନ୍ୟାଞ୍ଚଳ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବା ପରେ ରିପୋର୍ଟ ଅନୁସାରେ ସ୍ବତନ୍ତ୍ର ପ୍ୟାକେଜ ପାଇଁ ପ୍ରଧାନମନ୍ତ୍ରୀଙ୍କୁ  ଜଣାଇବେ । ଏହାସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନକୁ ପ୍ରଥମିକତା ଦିଆଯାଇ ସ୍ବତନ୍ତ୍ର ମଡେଲ ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।…  

ଏପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ ବନ୍ୟାରେ ଲୋକଙ୍କୁ ଥଇଥାନ ଏବଂ ଖାଦ୍ୟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ବଲାଙ୍ଗିରରେ ୫୬ଟି କ୍ୟାମ୍ପରେ ୧୯ହଜାର ଏବଂ ସୁବର୍ଣ୍ଣପୁରରେ ୨୪ଟି କ୍ୟାମ୍ପରେ ୩୯ ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।…

ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ କନ୍ଧମାଳରେ ସ୍ଥିତି ଧିରେ ଧିରେ ସ୍ବଭାବିକ  ହେଉଥିବା ବେଳେ ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ ଯୋଗୁ୍ଁ ତଳିଆ ଅଞ୍ଚଳ ବୁଡ଼ିବାରେ ଲାଗିଲାଣି ।ଯାହାକୁ ନେଇ ସରକାର ଚିନ୍ତାରେ ।

   Related Posts