କରୋନା ନେଇ ଆତଙ୍କିତ ନ ହେବାକୁ ବିଶେଷଜ୍ଞଙ୍କ ପରାମର୍ଶ: ସତର୍କ ରହିଲେ ୮୦% ଡାକ୍ତରଖାନା ନଯାଇ ମଧ୍ୟ ଭଲ ହେବେ

Published By : Prameya-News7 Bureau | March 23, 2020 IST

ଭୁବନେଶ୍ୱର,୨୩।୩:  କରୋନାକୁ ନେଇ ଯେଉଁଭଳି ଭାବେ କଟକଣା ଜାରି କରାଯାଉଛି ଲୋକଙ୍କ ମନରେ ସେହିଭଳି ମଧ୍ୟ ଭୟ ବଢ଼ିବାରେ ଲାଗିଛି। ତେବେ ବିଶେଷଜ୍ଞମାନେ ବାରମ୍ବାର ସୂଚନା ଦେଉଛନ୍ତି ଏହି ରୋଗକୁ ନେଇ ଆତଙ୍କିତ ହେବା ଉଚିତ ନୁହେଁ । ଏହି ରୋଗରେ ୮୦ ପ୍ରତିଶତ ଲୋକ ହସ୍ପିଟାଲକୁ ନ ଯାଇ ବି ଭଲ ହେଇପାରିବେ। ତେବେ ଏହି ରୋଗକୁ ନେଇ ଏତେ ଭୟ ହେବା ର ସବୁଠାରୁ ବଡ଼ କାରଣ ହେଲା ଏହା କ୍ଷୀପ୍ର ବେଗରେ ସଂକ୍ରାମିତ ହେଉଛି।

{"id":243113,"width":745,"height":443,"sizeSlug":"large"}

ଜାଣି ରଖନ୍ତୁ ୮୦ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ଦରକାର ନାହିଁ। କରୋନା କ୍ଷୀପ୍ର ବେଗରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ମାଡୁଛି। କିନ୍ତୁ ଯେଉଁମାନେ କରୋନାରେ ଆକ୍ରାନ୍ତ ହେବେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କେବଳ ସାମାନ୍ୟ ଥଣ୍ଡା ଜରରେ ପୀଡ଼ିତ ହେବେ। ହସ୍ପିଟାଲରେ ଭର୍ତ୍ତି ନହେଲେ ମଧ୍ୟ ସେମାନେ ଛାଏଁ ଭଲ ହୋଇଯିବେ। ଏମିତିକି ସେମାନେ ଜାଣିବି ପାରିବେନି ସେମାନେ କୋଭିଡ 19 ସଂକ୍ରମଣ ବଳୟ ଭିତରକୁ ଆସିଛନ୍ତି। ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ ନିର୍ଦ୍ଦେଶକ ବଳରାମ ଭାର୍ଗବ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ୨୦ ପ୍ରତିଶତ ଅତି ଗୁରୁତର ଭାବେ ପ୍ରଭାବିତ ହେବେ। ଏବଂ ସେମାନଙ୍କ ମଧ୍ୟରୁ ମାତ୍ର ୫ ପ୍ରତିଶତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଦରକାର ପଡ଼ିବ। ଭାରତରେ ୪୦୦ରୁ ଅଧିକ କୋଭିଡ 19ରେ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶରୁ ଆସିଥିବା ରୋଗୀ କିମ୍ବା ସେମାନଙ୍କର ସହ ପ୍ରତ୍ୟକ୍ଷ ଭାବେ ସଂସ୍ପର୍ଶରେ ଆସିଛନ୍ତି।

{"id":243124,"width":747,"height":447,"sizeSlug":"large"}

ୟୁରୋପରେ କରୋନା ସାଂଘାତିକ ରୂପ ନେଇଛି। ତେବେ ଏହା ପୂର୍ବରୁ ଚୀନରେ ସ୍ଥିତିରେ ଉନ୍ନତି ଆସିଛି। ଏଠାରେ ୮୧ ହଜାର ଆକ୍ରାନ୍ତ ହୋଇଥିବା ବେଳେ ଭଲ ହୋଇଛନ୍ତି ୭୨ ହଜାର । କୋରିଆରେ ୧୬ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାର ଭଲ ହୋଇସାରିଲେଣି। ତେବେ ସେଠାରେ ମୃତ୍ୟୁ ସଂଖ୍ୟା ତୁଳନାତ୍ମକ ଭାବେ କମ ରହିଛି।  ସେହିପରି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ବୟସକୁ ବିଶ୍ଳେଷଣରୁ ଜଣାପଡ଼ିଛି, ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ    ୨୦ରୁ ୪୪ ବର୍ଷ ବୟସ ମଧ୍ୟରେ। ମାତ୍ର ୨ରୁ ୪ ପ୍ରତିଶତ ରୋଗୀଙ୍କୁ ଆଇସିୟୁରେ ଚିକିତ୍ସା ଆବଶ୍ୟକ ପଡୁଛି। ତେବେ ଏହା ବୟସ୍କମାନଙ୍କ ପାଇଁ ସବୁଠାରୁ ଅଧିକ ବିପଦ ସୃଷ୍ଟି କରୁଛି।

{"id":243115,"width":747,"height":446,"sizeSlug":"large"}

କରୋନାକୁ ନେଇ ଆତଙ୍କିତ ନ ହେବା ଲାଗି ବିଶେଷଜ୍ଞମାନେ କହୁଛନ୍ତି କିନ୍ତୁ ଏହାକୁ ନେଇ ସତର୍କ ରହିବା ଜରରୀ। କାରଣ ଏହା ଅତି ସହଜରେ ଜଣଙ୍କଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହେଉଛି, ତେଣୁ ଜଣେ ଗୁରୁତର ଭାବେ ରୋଗ ଗ୍ରସ୍ତ ନ ହୋଇପାରେ କିନ୍ତୁ ଅନ୍ୟଜଣଙ୍କୁ ସେ ଗୁରୁତର ଭାବେ ପ୍ରଭାବିତ କରିଦେଇପାରି। ସେଥିପାଇଁ ଏହି ରୋଗକୁ ନେଇ ସତର୍କ ରହିବା ଲାଗୁ କୁହାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.