‘ଅତିକ୍ର ହତ୍ୟାରେ ପୋଲିସ୍ର କୌଣସି ଭୁଲ୍ ନାହିଁ’, ସୁପ୍ରିମକୋର୍ଟରେ ୟୁପି ସରକାରଙ୍କ ଷ୍ଟାଟସ ରିପୋର୍ଟ
2/10/2023 at 10:01 PM

ନୂଆଦିଲ୍ଲୀ: ଅତିକ୍ ଅହମଦ ହତ୍ୟାକାଣ୍ଡରେ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ପ୍ରକୃତରେ, ଉତ୍ତର ପ୍ରଦେଶରେ ଅତିକ୍କୁ ହତ୍ୟା ସହ ଏନକାଉଣ୍ଟର ମାମଲାର ଯାଞ୍ଚ ଦାବି କରି ଏକ ଯାଚିକା ଦାୟର ହୋଇଥିଲା। ଏହା ଉପରେ କୋର୍ଟ ରାଜ୍ୟ ସରକାରଙ୍କୁ ଯାଞ୍ଚ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହି ରିପୋର୍ଟରେ ୟୁପି ସରକାର କହିଛନ୍ତି, ଅତିକ୍ ମାମଲାରେ ପୋଲିସ୍ ତରଫରୁ କୌଣସି ଭୁଲ୍ ହୋଇନାହିଁ।
ଏହି ମାମଲାରେ ଅତିକ୍ ଏବଂ ତା’ର ଭାଇ ଅଶରଫ ଅହମଦର ପୋଲିସ୍ ହେପାଜତରେ ହତ୍ୟା ଉପରେ ପ୍ରଶ୍ନ ଉଠିଥିଲା। ଅତିକ୍ ଅହମଦ, ତା’ ଭାଇ ଅଶରଫ ଏବଂ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏନକାଉଣ୍ଟର ମାମଲାରେ ଯାଞ୍ଚ ଦାବି କରିଥିଲେ। ଏବେ ୟୁପି ସରକାର ସୁପ୍ରିମକୋର୍ଟରେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ୟୁପି ସରକାର ଦାବି କରିଛନ୍ତି ରାଜ୍ୟ ଉପରେ ଲଗାଯାଇଥିବା ସବୁ ଅଭିଯୋଗ ସଂପୂର୍ଣ୍ଣ ଭାବରେ ମିଥ୍ୟା ଏବଂ ଅନୁଚିତ୍।
ଆହୁରି ପଢ଼ନ୍ତୁ: ଅତିକ-ଅଶରଫ ହତ୍ୟା ମାମଲାରେ UP ସରକାରଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, ଅସଦ ଏନକାଉଣ୍ଟରେ ବିସ୍ତୃତ ସତ୍ୟପାଠ ଦାଖଲ ଲାଗି ନିର୍ଦ୍ଦେଶ
କୋର୍ଟ ମୁଖ୍ୟ ଭାବରେ ଦୁଇ ଯାଚିକା ଉପରେ କଥା ଆଲୋଚନା କରିଥିଲେ। ପ୍ରଥମଟି ଥିଲା ଓକିଲ ବିଶାଲ ତିଓ୍ବାରୀଙ୍କର ଦ୍ବାରା ରୁଜୁ ଯାଚିକା । ଯେଉଁଥିରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ, ତା’ର ଗ୍ୟାଙ୍ଗ ସଦସ୍ୟ, ଅତିକ୍, ଅଶରଫର ହତ୍ୟା, ଅତିକ୍ଣ ପୁଅ ଅସଦ ଅହମଦ ସମେତ ୧୮୩ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଯାଇଥିଲା। ଦ୍ବିତୀୟ ଯାଚିକାଟି ଅତିକ୍ଙ୍କ ଭଉଣୀ ନୂରୀ ନିଜ ଭାଇର ହତ୍ୟାର ନିରୀକ୍ଷଣରେ ଯାଞ୍ଚ ପାଇଁ ଦାବି କରିଥିଲେ।
ଏଭଳି ରହିଛି ରିପୋର୍ଟ:
ରିପୋର୍ଟ ଅନୁଯାୟୀ ୟୁପି ପୋଲିସ୍ ଉପରେ ଯାହାବି ଅଭିଯୋଗ ଲାଗିଥିଲା, ତାକୁ ରାଜ୍ୟ ସରକାର ଖାରଜ କରିଛନ୍ତି । ଷ୍ଟାଟସ ରିପୋର୍ଟରେ ୟୁପି ସରକାର କହିଛନ୍ତି ରାଜ୍ୟ ମାର୍ଗଦର୍ଶିକା ଅନୁଯାୟୀ, ଯାଚିକାକର୍ତ୍ତାଙ୍କ ଦ୍ବାରା ଦଲିଲରେ ଆସିଥିବା ସାତ ଘଟଣାର ସଂପୂର୍ଣ୍ଣ ଭାବରେ ଯାଞ୍ଚ କରାଯାଇଛି ଏବଂ ଏଥିରେ ପୋଲିସ୍ ତରଫରୁ କୌଣସି ଭୁଲ୍ ହୋଇନାହିଁ। ଅସଦ ଏବଂ ମୋହମ୍ମଦ ଗୁଲାମଙ୍କ ମୃତ୍ୟୁକୁ ନେଇ ରାଜ୍ୟ କହିଛି ଯେ, ଯାଞ୍ଚ ଏବଂ ମାଜିଷ୍ଟେଟ ତଦନ୍ତରେ ପୋଲିସ୍ କୌଣସି ଭୁଲ୍ ହୋଇନଥିବା ମିଳିଛି।
ଆହୁରି ପଢ଼ନ୍ତୁ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅସ୍ରଫ୍ର ହତ୍ୟା; ପୁଲିସ ମେଡିକାଲ ଟେଷ୍ଟ ପାଉଁ ନେଉଥିବା ବେଳେ ଗୁଳି ମାରିଦେଲେ ଦୁର୍ବୃତ୍ତ
ଷ୍ଟାଟସ ରିପୋର୍ଟରେ ଆହୁରି କହିଛନ୍ତି ଯେ, ଆଲାହବାଦର ପୂର୍ବତନ ବିଚାରପତି ରାଜୀବ ଲୋଚନ ମେହରୋତ୍ରାଙ୍କ ଅଧ୍ୟକ୍ଷତାରେ ଦୁଇ ସଦସ୍ୟ ନ୍ୟାୟିକ ଆୟୋଗ ମଧ୍ୟ ଏହି ମାମଲାରେ ଯାଞ୍ଚ କରୁଛନ୍ତି। ହତ୍ୟାର ଯାଞ୍ଚ ପାଇଁ ଅତିରିକ୍ତ ଡିସିପି (କ୍ରାଇମ)ଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ ଏସଆଇଟିର ଗଠନ କରଯାଇଥିଲା। ବର୍ତ୍ତମାନ ପ୍ରୟାଗରାଜ ଜୋନରେ ଏଡିଜିଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ ଟିମ୍ ମାମଲାର ନିରୀକ୍ଷଣ କରୁଛନ୍ତି। ସରକାର କହିଛନ୍ତି ଯାଞ୍ଚ ସମୟରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯାଚିକାରେ ସାମିଲ୍ ଘଟଣାର ନିରପେକ୍ଷ ଯାଞ୍ଚ ସୁନିଶ୍ଚିତ କରିବାରେ କୌଣସି ତ୍ରୁଟି ହୋଇନାହିଁ। ଏଭଳି ମାମଲାରେ ପୋଲିସ୍ ସବୁ କାର୍ଯ୍ୟାନୁଷ୍ଠାନର ନିୟମିତ ନିରୀକ୍ଷଣରେ ରହିଥାଏ।
ସୂଚନାଥାଉକି, ଚଳିତ ବର୍ଷ ଏପ୍ରିଲ ୧୫ରେ ଅତିକ୍ ଅହମ୍ମଦ ଏବଂ ତା’ର ଭାଇ ଅଶରଫ ଅହମଦକୁ ପ୍ରୟାଗରାଜରେ ଲାଇଭ ଟିଭିରେ ଗୁଳିମାରି ହତ୍ୟା କରିଥିଲେ। ସେହି ସମୟରେ ପୋଲିସକର୍ମୀ ଉଭୟଙ୍କୁ ମେଡିକାଲ ଯାଞ୍ଚ ପାଇଁ ହସ୍ପିଟାଲ ନେଇ ଯାଇଥିଲେ।