କାଲୁ ସହିଦ ଦରଗାହ ଉଚ୍ଛେଦ ଉପରେ ରୋକ ଲଗାଇଲେ ହାଇକୋର୍ଟ, ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଜାରି କାଲୁ ସହିଦ ଦରଗାହରେ ସ୍ଥିତାବସ୍ଥା ବଜାୟ ରଖିବା ରଖିବା ପାଇଁ କହିଛନ୍ତି । ରେଲୱେ ଭବନ ଓ ରେଲୱେ ଅଧିକାରୀଙ୍କ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍ ଜାରି କରିଥିଲେ । ଉଲ୍ଲେଖଯୋଗ୍ୟ କାଲୁପୁର ରେଲୱେ ଷ୍ଟେସନ ପରିସରରେ ଏହି ବିବାଦୀୟ ମସଜିଦ ରହିଛି ।

ଅକ୍ଟୋବର ୨୬ରେ ପଶ୍ଚିମ ରେଲୱେ ଡିଭିଜନ ଓ ରେଲ୍ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ ହଜରତ କାଲୁ ସହିଦ ଦରଗାହକୁ ନୋଟିସ୍ ଜାରି କରାଯାଇ ବେଆଇନ ଦରଗାହକୁ ହଟାଇବା ପାଇଁ କୁହାଯାଇଥିଲା । ରେଲୱେ ଷ୍ଟେସନର ଉନ୍ନତିକରଣ ଚାଲିଥିବା ବେଳେ ଏହା ପରିସରରେ ଥିବା ବେଆଇନ ଦରଗାହ ଏଥିରେ ବାଧା ସୃଷ୍ଟି କରୁଛି । ନିର୍ମାଣ କାମ ସୁରୁଖୁରରେ ଜାରି ରଖିବା ପାଇଁ ଆସନ୍ତା ୧୪ ଦିନ ମଧ୍ୟରେ ଏହାକୁ ହଟାଇବା ପାଇଁ ରେଲୱେ ପକ୍ଷରୁ କହାଯାଇଥିଲା ।

ପଢନ୍ତୁ: ଗୁଜରାଟୀ ଠକ ବୟାନରେ ତେଜସ୍ୱୀଙ୍କୁ ଆଶ୍ୱସ୍ତି, ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ରେଲୱେ ଅଧିକାରୀଙ୍କ ନୋଟିସକୁ ବିରୋଧ କରି ସବୀରହୁସେନ ମଲେକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ରେଲୱେ ଅଧିକାରୀଙ୍କୁ ନୋଟିସକୁ ରଦ୍ଦ କରିବା ସହ ଚୂଡାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଏଠାରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ଦାବି କରିଥିଲେ ।

ଏହି ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍ ବୈଭବୀ ରେଲୱେ ଅଧିକାରୀଙ୍କୁ ପରବର୍ତ୍ତୀ ଶୁଣାଣି ଯାଏ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଛନ୍ତି । ଆବେଦନରେ ଏହା ମଧ୍ୟ କୁହାଯାଇଥିଲା ଯେ ରେଲୱେ ନୋଟିସ୍ ୱଫ୍ ଆକ୍ଟ ୧୯୯୫ର ଉଲ୍ଲଘଂନ କରୁଛି । ୨୦୦୨ ମସିହାରୁ ଏହି ମସଜିଦ ୱଫ ବୋର୍ଡ ଅଧିନରେ ରହିଛି । ତେଣୁ ୱଫ୍ ବୋର୍ଡର ବିନା ଅନୁମତିରେ କୌଣସି ନିର୍ମାଣ ହୋଇପାରିବ ନାହିଁ ।

Also Read: ମଣିପୁରର ୪ ଜିଲ୍ଲାରେ ଇଣ୍ଟରନେଟ୍ ସେବା ଆରମ୍ଭ; ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଟ୍ରାଏଲ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.