ସିବିଆଇକୁ ଅନ୍ଧ୍ରପ୍ରଦେଶ ମନା ! : 9pm discussion (16.11.2018)
17/11/2018 at 3:15 AM

ସିବିଆଇକୁ ଆନ୍ଧ୍ରପ୍ରଦେଶରେ ପଶିବାକୁ କବାଟ କିଳିଛନ୍ତି ଚନ୍ଦ୍ରବାବୁ ନାୟୁଡୁ । ଆନ୍ଧ୍ରପ୍ରଦେଶ ସରକାର ଏମିତି କିଛି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ପ୍ରବେଶ କରିବାକୁ ସିବିଆଇକୁ ବାରଣ କରିଛନ୍ତି । କେନ୍ଦ୍ର ବିଜେପି ବିରୋଧୀ ରାଜନୈତିକ ଦଳ ଶାସନରେ ଥିବା ରାଜ୍ୟ ସରକାରଙ୍କୁ ହଇରାଣ କରିବା ଲାଗି ସିବିଆଇକୁ ପ୍ରୟୋଗ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ଏମିତି ଘୋଷଣା କରିଛନ୍ତି। ଏଣେ ଆନ୍ଧ୍ରର ଘୋଷଣା ପରେ ଓଡ଼ିଶାରେ ବି ରାଜନୈତିକ ବୟାନବାଜି ଦେଖାଦେିଛି।