Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ବାଧୀନତାର ୭୨ ବର୍ଷ ପରେ ବି କନ୍ଧମାଳର ଅନେକ ଗାଁରେ ନାହିଁ ବିଜୁଳି, ଅନ୍ଧାରରେ ଡିବିରି ଆଲୁଅ ଭରସା

8/06/2019 at 3:47 PM

ଫୁଲବାଣୀ ୮|୬: ଯୋଜନା ପୁଳା ପୁଳା କିନ୍ତୁ ଗାଁ ଅନ୍ଧାର । କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଅନେକ ଗାଁ ଲୋକେ ବିଦ୍ୟୁତ୍ ବିନା ହନ୍ତସନ୍ତ । ବିଦ୍ୟୁତ୍ ଖୁଣ୍ଟ ରେ ତାର ଝୁଲୁଛି, କିନ୍ତୁ କରେଣ୍ଟ ଦିଆଯାଉନି । କାମ ଅଧା, ଆଉ କେବେ ସରିବ ତାହା ବି ଅନିଶ୍ଚିତ । ଏପରି ସ୍ଥିତିରେ କେବେ ଆସିବ ବିଜୁଳି ? ଏହି ପ୍ରଶ୍ନ ପ୍ରତିଟି ଉପଭୋକ୍ତାଙ୍କ ମୁହଁରେ ।

ଖୁଣ୍ଟ ପୋତା ହୋଇଛି, ତାର ଟଣା ବି ହୋଇଛି । କିନ୍ତୁ ଜଳୁନି ବିଜୁଳି ବତୀ । କାରଣ, କରେଣ୍ଟ ଦିଆଯାଇନି, ଟ୍ରାନ୍ସଫର୍ମର ସ୍ଥାପନ କାମ ମଧ୍ୟ ସରିନାହିଁ  । ଏପରି ସ୍ଥିତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ  କିରିକୁଟି ପଂଚାୟତର ବୁରାଙ୍ଗିଆ ଗାଁରେ । ଗାଁ ମୁଣ୍ଡରେ ଗଦାହୋଇଛି ବିଦ୍ୟୁତ୍ ଖୁଣ୍ଟ । କିଛି ସ୍ଥାନରେ ଖୁଣ୍ଟ ପୋତି ତାର ଟାଣିସାରିଛି ବିଦ୍ୟୁତ ବିଭାଗ ।

ଦିନେ, ସପ୍ତାହେ କିମ୍ବା ମାସେ ନୁହେଁ , ଅନେକ ଦିନ ଧରି ଏତିକିରେ ଅଟକିଛି ବିଦ୍ୟୁତ୍  ବ୍ୟବସ୍ଥା । ବିଜୁଳିର ଦେଖାନାହିଁ। କାରଣ ଟ୍ରାନ୍ସଫର୍ମର ବସିପାରୁନି। କେବଳ ବୁରାଙ୍ଗିଆ ଗାଁ ନୁହେଁ ବୁଦେଲପଡି ଓ ଝାରମୁଣ୍ଡା ଗାଁରେ ବି ସେହି ଏକା ଅବସ୍ଥା। ଖୁଣ୍ଟ ପୋତି ତାର ଟଣା ଯାଇଛି । କିନ୍ତୁ  ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସିପାରୁନି କି ଉପଭୋକ୍ତାଙ୍କ ଘରକୁ ତାର ସଂଯୋଗ ମଧ୍ୟ ହୋଇନି। ଫଳରେ, ଏବେ ବି ଅନ୍ଧାରରେ ଡିବିରି ଭରସା । ଡିବିରି ଜାଳି ପାଠ ପଢୁଛନ୍ତି ପିଲାଏ । ବାରମ୍ବାର ପ୍ରଶାସନକୁ ଗୁହାରୀ କଲେ ବି ଶୁଣିବାକୁ କିଏ ନାହିଁ। ।  

ଅନ୍ୟପଟେ ଫୁଲବାଣୀ ସ୍ଥିତ ସାଉଥ-କୋ ନିର୍ବ।ହୀ ଯନ୍ତ୍ରୀ କହିଛନ୍ତି, କନ୍ଧମାଳ ଜିଲ୍ଲାର ପ୍ରାୟ ସବୁ ଗାଁକୁ ବିଦ୍ୟୁତ ସଂଯୋଗ ଦେବାଲାଗି କାମ ଜୋରସୋରରେ ଚାଲିଛି। ବାତ୍ୟା ଫୋନି ଲାଗି କାମ ଧିମେଇ ଯାଇଥିଲା । ଏବେ ପୁଣି ଜୋରସୋରରେ ଚାଲିଛି, ଅତିଶୀଘ୍ର ବୁରାଙ୍ଗିଆ ଓ ଆଖପାଖ ଅଂଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ।

ସବୁ ଘରକୁ ବିଦ୍ୟୁତ ସେବା ଲାଗି ସରକାର ବିଜୁ ଗ୍ରାମ୍ୟ ଜ୍ୟୋତି ଯାଜନା, ସୌଭାଗ୍ୟ ଯୋଜନାରେ  ଭଳି ଯୋଜନା ଥିଲେ ବି ସ୍ବାଧୀନତାର  ୭୨ ବର୍ଷ ପରେ ବି  କନ୍ଧମାଳ ଅବହେଳିତ ।  ଜିଲ୍ଲାରେ ବର୍ତମାନ ସୁଦ୍ଧା ୨୭୧ ଗାଁ ଲୋକେ ଅନ୍ଧାରରେ । ଗ୍ରାମବାସୀଙ୍କ ଦାବି ଫଳରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ସୋଲାର ଲାଇଟ୍‌ ବ୍ୟବସ୍ଥା କରାଯାଇଥିଲେ ବି  ଏବେ ତାହା ଅଚଳ। ଏପରି ସ୍ଥିତିରେ  ଗାଁ ଲୋକଙ୍କ ବିଜୁଳି ସ୍ବପ୍ନ କେବେ ପୂରଣ ହେବ ତାକୁ ହିଁ ଅପେକ୍ଷା। 

   Related Posts