୨ ମାସ ହେଲା ସରକାରୀ ଆଦିବାସୀ ହଷ୍ଟେଲରେ ବିଦ୍ୟୁତ୍ ନାହିଁ - ଲଣ୍ଠନ ଜାଳି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

Published By : Prameya-News7 Bureau | October 21, 2019 IST

ରାୟଗଡା ୨୧।୧୦- ସରକାର ଆଦିବାସୀ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ ଯୋଜନା କରୁଛନ୍ତି । କିନ୍ତୁ ଦାୟିତ୍ବେର ଥିବା ଅଧିକାର ଆଉ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯେ।ଗୁଁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ୨ ମାସ ହେଲା ହଷ୍ଟଲରେ ନାହିଁ ବିଦ୍ୟୁତ୍ । ଲଣ୍ଠନ ଜାଳି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏମିତି କିଛି ଅବ୍ୟବସ୍ଥା ଦେଇ ଗତି କରୁଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡାବାଲି ସ୍ଥିତ ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଅନ୍ତେବାସୀ ।

{"id":172866}

ଫ୍ୟାନ୍ ଲାଗିଛି । ବଲବ୍ ବି ଲାଗିଛି । ହେଲେ ଜଳିବ କେମିତି । ଦୀର୍ଘ ୨ ମାସ ହେଲା ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡାବାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲକୁ କାଟିଦିଆଯାଇଛି ବିଦ୍ୟୁତ୍ ସଂଯେ।ଗ ।ସଞ୍ଜ ନଇଁଲେ ମାଡି ବସୁଛି ଚିନ୍ତା ।ବାଧ୍ୟ ହେ।ଇ ଲଣ୍ଠନ ଓ ଚାର୍ଜ ଲାଇଟ୍ ଲଗାଇ ପାଠ ପଢୁଛନ୍ତି ୪୦ରୁ ଅଧିକ ଛାତ୍ରଛାତ୍ରୀ । ଆରମ୍ଭରୁ ହଷ୍ଟଲକୁ ବିଦ୍ୟୁତ୍ ସଂଯେ।ଗ ଦିଆଯାଇନଥିଲା । କିଛି ମାସ ତଳେ ଅସ୍ଥାୟୀ ଭାବେ ବିଦ୍ୟୁତ୍ ସଂଯେ।ଗ ହେ।ଇଥିଲେ ବି ୨ ମାସ ତଳେ କାଟିଦିଆଯାଇଛି । ଫଳରେ ଅସୁରକ୍ଷିତ ଓ ଭୟଭୀତ ଭାବେ ରହୁଛନ୍ତି ଛାତ୍ରଛାତ୍ରୀ ।

{"id":172867}

ବିଦ୍ୟୁତ୍ ଅବ୍ୟବସ୍ଥାକୁ ନେଇ ଅଭିଭାବକ ମହଲରେ ଅସନ୍ତେ।ଷ ପ୍ରକାଶ ପାଇଛି । ଯଦି ଶୀଘ୍ର କିଛି ସମାଧାନ କରାନଯାଏ ତାହେଲେ ବାଧ୍ୟହୋଇ ପିଲାଙ୍କୁ ହଷ୍ଟେଲରୁ ଫେରାଇ ନେଇଯିବେ ବେ।ଲି କହିଛନ୍ତି । ଅନ୍ୟପଟେ ସ୍କୁଲ କର୍ତ୍ତୃପକ୍ଷ ବି ନାଚାର । ଅନେକ ଥର ଉଚ୍ଚପଦସ୍ଥ ଅଧିକାରିଙ୍କୁ ଜଣାଇଥିଲେ ବି କେହି ଶୁଣୁ ନଥିବା କହିଛନ୍ତି ପ୍ରଧାନ ଶିକ୍ଷକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.