AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ହୋଇପାରୁନି ବିଦ୍ୟୁତ୍ ବିଲ୍ ପୈଠ, ଅନ୍ଧାରରେ ବହୁ ପଞ୍ଚାୟତ

31/12/2022 at 10:20 AM

ସାନଖେମୁଣ୍ଡି ୩୧/୧୨: ବିଦ୍ୟୁତ୍ ବିଲ୍ ପୈଠ ନକରିବାରୁ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ବହୁ ପଞ୍ଚାୟତ ଅନ୍ଧାରରେ । ରାଧାଦେଇପୁର, ପଟିଗୁଡ଼ା ଓ ପାଟପୁର ପଞ୍ଚାୟତରେ ଜଳୁନି ଷ୍ଟ୍ରିଟ୍ ଲାଇଟ୍ । ବକେୟା ଜମା କଲେ ବିଦ୍ୟୁତ୍ ପୁନର୍ବାହାଲ ହୋଉଛି । ଏଭଳି ସ୍ଥିତି ସମଗ୍ର ସାନଖେମୁଣ୍ଡି ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳର ମୁଖ୍ୟ ଛକ ସହିତ ସାହିବସ୍ତିରେ ଲଗା ଯାଇଛି ଷ୍ଟ୍ରିଟ ଲାଇଟ । ବିଦ୍ୟୁତ୍ ଖୁଣ୍ଟରେ ଲାଗିଛି ସ୍ମାର୍ଟ ମିଟର ।

ମିଟର ରିଡିଂ ଅନୁସାରେ ବିଦ୍ୟୁତ୍ ଦେୟ ଜମା କରିବା ନିୟମ ରହିଛି । ବିଦ୍ୟୁତ୍ ବିଲ୍ ପୈଠ ଓ ରକ୍ଷଣାବେକ୍ଷଣ ପଞ୍ଚାୟତ କରୁଛି । କିନ୍ତୁ ବର୍ଷ ବର୍ଷ ଧରି ଦେୟ ଜମା ନହେବାରୁ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସରବରାହ ବିଚ୍ଛିନ୍ନ କରିଥିବା ଜଣାପଡ଼ିଛି । ହିଞ୍ଜିଳି ବିଦ୍ୟୁତ୍ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ନରୋତ୍ତମ ପଟ୍ଟନାୟକ କହିଛନ୍ତି ଯେ ଷ୍ଟ୍ରିଟ ଲାଇଟ୍ ସ୍ମାର୍ଟ ମିଟର ବ୍ରହ୍ମପୁର ବାଣିଜ୍ୟ ସେକସନ୍ ଆଦାୟ କରୁଛି । ବିଭିନ୍ନ ପଞ୍ଚାୟତରେ ଲାଗିଥିବା ବିଦ୍ୟୁତ୍ ଖୁଣ୍ଟରେ ମିଟର ଲାଗିଛି ।

ମିଟର ବାବଦ ଲକ୍ଷାଧୂକ ଟଙ୍କା ବହୁ ବର୍ଷ ପୂର୍ବରୁ ବକେୟା ରହିଛି । ବାରମ୍ବାର ପଞ୍ଚାୟତକୁ ବିଲ୍ ଦେବା ସତ୍ତ୍ବେ ପୈଠ କରୁନାହାନ୍ତି । ତେଣୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଛି । ପଟିଗୁଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମ ପ୍ରସାଦ ପୃଷ୍ଟି କହିଲେ ଯେ ବିଦ୍ୟୁତ୍ ଦେୟ ପୈଠ ପାଇଁ ସରକାରୀଙ୍କ ପାଣ୍ଠି ମିଳୁନି । ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠି ମିଳିଲେ ସରପଞ୍ଚଙ୍କ ଅନୁମୋଦନ କ୍ରମେ ବକେୟା ଜମା କରାଯିବ । ପୂର୍ବ ବକେୟା ପୈଠ କରିବାକୁ ପାଣ୍ଠି ମଞ୍ଜୁର ହୋଇନାହିଁ । ପାଣ୍ଠି ମିଳିଲେ ବକେୟା ଜମା କରାଯିବ ।

   Related Posts