ଢାକା: ବାଂଲାଦେଶରେ ଶେଖ୍ ହିସନା ସରକାର ହଟିବା ପରେ ପଡୋଶୀରେ ସଂଖ୍ୟାଲଘୁ ହିନ୍ଦୁଙ୍କ ମୁସ୍କିଲ୍ ବଢ଼ିବାରେ ଲାଗିଛି । ବାଙ୍ଗାଳୀଙ୍କ ସବୁଠୁ ବଡ଼ ପର୍ବ ‘ଦୁର୍ଗପୂଜା’କୁ ବାରଣ କରିବା ଆରମ୍ଭ କରି ଦେଲେଣି ମୁସଲିମ୍ କଠୋରପନ୍ଥୀ ସଂଗଠନ । ବାଂଲାଦେଶ ଖୁଲମଖୁଲା ଦୁର୍ଗାପୂଜାକୁ ବିରୋଧ କରୁଥିବା କୁହାଯାଉଛି । ଏମାନେ ଦୁର୍ଗାପୂଜାରେ ସର୍ବାଜନିକ ଛୁଟିକୁ ଘୋର୍ ବିରୋଧ କରୁଛନ୍ତି ।
ଜି ବଙ୍ଗଳା ଖବର ମୁତାବକ, କିଛି ଦିନ ତଳେ ଏକ ଚରମପନ୍ଥୀ ଗୋଷ୍ଠୀ ଢାକାର ସେକ୍ଟର ୧୩ ଅଞ୍ଚଳରେ ମାର୍ଚ୍ଚ ଫାଷ୍ଟ୍ କରିଥିଲେ । ବାଂଲାଦେଶରେ ରହୁଥିବା ହିନ୍ଦୁଙ୍କ ଦ୍ବାରା ଆୟୋଜିତ ହେଉଥିବା ଦୁର୍ଗାପୂଜାରେ ଖେଳପଡ଼ିଆ ବ୍ୟବହାରକୁ ବାରଣ କରିଥିଲେ । ଇନସାଫ୍ କିମକାରୀ ଛାତ୍ର-ଜନତା ନାମକ ଏକ ସଂଗଠନ ଏଥିପାଇଁ ବିରୋଧ ପ୍ରଦର୍ଶନ କରିଥିଲା । ସଂଗଠନ ପକ୍ଷରୁ ବ୍ୟାନରରେ ଲେଖାଯାଇଥିଲା, ରାସ୍ତାକୁ ବନ୍ଦ କରି କେଉଁଠି ବି ଦୁର୍ଗାପୂଜା ହେବ ନାହିଁ । ମୂର୍ତ୍ତି ବିସର୍ଜନ କରିବା ଦ୍ବାରା ଜଳ ପ୍ରଦୂଷଣ ହେଉଛି, କୌଣସି ସ୍ଥାନରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ପୂଜା ହେବ ନାହିଁ ବୋଲି ସଂଗଠନ ଚେତାବନୀ ଦେଇଛି ।
ଇନସାଫ୍ କିମକାରୀ ଛାତ୍ର-ଜନତା ନାମକ ଏକ ସଂଗଠନ ତର୍କ ଦେଇଛି, ଦେଶରେ ମାତ୍ର ଦୁଇ ପ୍ରତିଶତକୁ କମ୍ ହିନ୍ଦୁ ରହୁଛନ୍ତି । ସେମାନଙ୍କ ପାଇଁ ଦୁର୍ଗାପୂଜାରେ ସାର୍ବଜନିକ ଛୁଟି ଘୋଷଣା କରିବା ଠିକ୍ ନୁହେଁ । କାରଣ ଏଥିରେ ବହୁସଂଖ୍ୟକ ମୁସଲିମ୍ଙ୍କ କାର୍ଯ୍ୟପନ୍ଥା ପ୍ରଭାବିତ ହେଉଛି । କୌଣସି ମୁସଲିମ୍ ଲୋକ ହିନ୍ଦୁଙ୍କ ପର୍ବରେ ସାମିଲ୍ ନହେବାକୁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି ।