Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଦକ୍ଷିଣ ଓଡ଼ିଶାର କୌଣସି ଜଳ ଭଣ୍ଡାରରେ ବିପଦ ନାହିଁ : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

25/09/2021 at 4:16 PM

ଭୁବନେଶ୍ବର ୨୫।୯: ସମ୍ଭାବ୍ୟ ବାତ୍ୟା ନେଇ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ଦକ୍ଷିଣ ଓଡ଼ିଶାର କୌଣସି ଜଳ ଭଣ୍ଡାରରେ ବିପଦ ନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଦକ୍ଷିଣ ଓଡ଼ିଶାର ବନ୍ୟା ପରିସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସତର୍କ ଦୃଷ୍ଟି ରଖିଛି ।

ଦକ୍ଷିଣ ଓଡିଶାରେ ଋଷିକୂଲ୍ୟା ଓ ବଂଶଧାରା ଓ ନାଗାବଳୀ ନଦୀ ଅବବାହିକାରେ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ପ୍ରତି ମୁହୂର୍ତ୍ତରେ ମୁଖ୍ୟାଳୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ସମୟରେ ଆମେ ଚେକ୍ କରୁଛୁ ।

ଆନ୍ଧ୍ର ସରକାରଙ୍କ ଗୋଟା ବ୍ୟାରେଜ ନେଇ ଆନ୍ଧ୍ର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ପାରଳାଖେମୁଣ୍ଡିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସେଠାକୁ ଯାଇଛନ୍ତି ସେଠୁ ସେ ଆମକୁ ରିପୋର୍ଟ ଦେବେ ।

   Related Posts