ଭୁବନେଶ୍ୱର: ବାର୍ରେ ଡ୍ୟାନ୍ସ ପାଇଁ ଅନୁମତି ନାହିଁ। ସଂଶୋଧିତ ବିଜ୍ଞପ୍ତିକୁ ନେଇ ଅବକାରୀ କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତି। ବାର୍ରେ ଡ୍ୟାନ୍ସ ନିଷିଦ୍ଧ, କେବଳ ସଙ୍ଗୀତ ପରିବେଷଣ କରିପାରିବେ। କେବଳ ଅର୍କେଷ୍ଟ୍ରା ଓ ମ୍ୟୁଜିକାଲ ପରଫରମାନ୍ସକୁ ଅନୁମତି ଦିଆଯିବ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ- ଆଗରୁ ଯାହା କଟକଣା ଥିଲା, ସବୁ ବଳବତ୍ତର ଅଛି। ଶୃଙ୍ଖଳିତ କରିବାକୁ ଆଉ କିଛି ନୂଆ କଟକଣା ଜାରି କରାଯାଇଛି। ଡ୍ୟାନ୍ସ ଆଉ ନିୟମରେ ନାହିଁ।
ସେହିପରି ମ୍ୟୁଜିକାଲ ପରଫରମାନ୍ସ ହେଉଥିବା ଷ୍ଟେଜକୁ ସିସିଟିଭି କଭର କରିବ। ସିସିଟିଭି ଖରାପ ହେଲେ ବାର୍ ମାଲିକ ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ କରିବେ। ଏନେଇ ବାର୍ ମାଲିକ ତୁରନ୍ତ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇବେ।
ପରଫମ୍ କରୁଥିବା ମହିଳାଙ୍କ ରେକର୍ଡ ରଖାଯିବ। ଏଥିପାଇଁ ବାର୍ରେ ରେଜିଷ୍ଟର ରହିବ, ଅସ୍ଥାୟୀ ଠିକଣା ଲେଖାଯିବ। ରାଜ୍ୟ କିମ୍ବା ଜିଲ୍ଲା ବାହାରୁ ଆସୁଥିଲେ କେଉଁଠି ରହୁଛନ୍ତି ଠିକଣା ଲେଖାଯିବ। ଅନୁମତି ନେଲା ପରେ ନିୟମ ଉଲ୍ଲଙ୍ଘନ କଲେ ଲାଇସେନ୍ସ ରଦ୍ଦ ହେବ ବୋଲି କମିଶନର କହିଛନ୍ତି।