କାର୍ତ୍ତିକରେ ନାହିଁ ଶୀତର ଦେଖା, ଶୀତ ବସ୍ତ୍ର ଦୋକାନରେ ନାହିଁ ଭିଡ

Published By : Prameya-News7 Bureau | November 11, 2023 IST

କଟକ ୧୧/୧୧: ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ଏହାର କୌଣସି ପ୍ରଭାବ ଅନୁଭୂତ ହୋଇନାହିଁ । ଶୀତ ହେଉ ନାହିଁ ବରଂ ଗରମ ଅନୁଭୂତ ହେଉଛି। ଯାହାର ସିଧାସଳଖ ପ୍ରଭାବ ପଡିଛି ଶୀତକାଳୀନ ବସ୍ତ୍ର ବ୍ୟବସାୟ ଉପରେ ।

ନଭେମ୍ବର ମାସ ୧ ତାରିଖରୁ କଟକ ମଙ୍ଗଳାବାଗ ନିକଟ ମହାନଦୀ କୂଳରେ ଟିବ୍ଦତୀୟ ରିଫୁଜୀ ୱେଲ ଫେୟାର ଆସୋସିଏସନ୍ ଦ୍ଵାରା ଆରମ୍ଭ ହୋଇଥିବା ଶୀତକାଳୀନ ବସ୍ତ୍ର ମାର୍କେଟ ଉପରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିଛି । ପୂର୍ବ ବର୍ଷ ମାନଙ୍କର ଭଳି ଚଳିତ ବର୍ଷ ସେମିତି ଶୀତ ନାହିଁ ଯାହା ଫଳରେ ବ୍ୟବସାୟ ପୁରା କମି ଯାଇଛି ।

ଆଗକୁ ଯଦି ଶୀତ ବଢିବ ତେବେ ବ୍ୟବସାୟରେ ଉନ୍ନତି ଅସିବ ବୋଲି ଆଶା ବାନ୍ଧି ବସିଛନ୍ତି ବ୍ୟବସାୟୀ ମାନେ। ଶୀତ ର ସିଧସଳଖ ସଂଯୋଗ ଏହି ବସ୍ତ୍ର ବ୍ୟବସାୟ ଉପରେ ରହିଥିବା ଯୋଗୁ ଏବେ ଚିନ୍ତାରେ ପଡ଼ିଛନ୍ତି ବ୍ୟବସାୟୀ ମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.