କରୋନା କଟକଣା ବେଳେ ହୋଟେଲରେ ଚାଲିଥିଲା ବାର୍ଥ-ଡେ ପାର୍ଟି ଓ ଫୁଲ୍ ମସ୍ତି, ବନ୍ଦ ନୋଟିସ୍ ମାରିଲା ପୋଲିସ-ବିଏମ୍‌ସି

Published By : Prameya-News7 Bureau | August 28, 2020 IST

ଭୁବନେଶ୍ୱର, ୨୮।୦୮: କରୋନା କଟକଣାକୁ ଫୁ । ଗାଇଡଲାଇନ୍ ନମାନି ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରେ ଚାଲିଥିଲା ଜନ୍ମଦିନ ଉତ୍ସବ । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଁଚି ଉତ୍ସବ ବନ୍ଦ କରିଛି ।

ଏବେ ରାଜଧାନୀରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରଦିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥଳେ କୌଣସି ଉତ୍ସବ ଓ ଆୟୋଜନ ଉପରେ କଟକଣା ଲାଗିଛି । କେବଳ ବିବାହ ଉତ୍ସବକୁ ଅନୁମତି ମିଳିଛି । ସେ ପୁଣି ଅତିବେଶୀରେ ୫୦ ଜଣ ଅତିଥୀଙ୍କୁ ନେଇ । ତେବେ ରାଜଧାନୀରେ ଥିବା ପୁରୀ-ଭୁବନେଶ୍ୱର ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ କଟକଣାରୁ ଖୁଲମଖୁଲା ଉଲଙ୍ଘନ କରାଯାଇଥିଲା । ହୋଟେଲରେ ଏକ ଜନ୍ମଦିନ ଉତ୍ସବ ଚାଲିଥିଲା । ଯେଉଁଥିରେ ୭୦ରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଏପରିକି ମଦ୍ୟପାନ ମଧ୍ୟ ଚାଲିଥିଲା । ପଳାଶୁଣୀ ପୋଲିସ ଓ ବିଏମସି ଅଧିକାରୀ ଘଟଣାସ୍ଥଳରେ ପହଁଚି ଉତ୍ସବ ବନ୍ଦ କରିବା ସହ ହୋଟେଲରେ ତାଲା ପକାଇଛନ୍ତି । ଏହାସହ ବନ୍ଦ ନୋଟିସ୍ ମଧ୍ୟ ମାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.