ସଂସଦରେ ଥମୁନି ମଣିପୁର ଝଡ଼; କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

Published By : Prameya-News7 Bureau | July 26, 2023 IST

ନୂଆଦିଲ୍ଲୀ: ସଂସଦରେ ଥମୁନି ମଣିପୁର ହିଂସା ଝଡ଼ । ପଞ୍ଚମ ଦିନରେ ସଚଳ ହୋଇପାରୁନାହିଁ ସଂସଦର ଉଭୟ ଗୃହ । ଏହି ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ରଖିବାକୁ ଦାବି କରିଛନ୍ତି ବିରୋଧୀ । ତେବେ ମିଣିପୁର ମୁଦ୍ଦାରେ କେନ୍ଦ୍ର ସରକାରଙ୍କ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । ସେହିପରି ବିଆରଏସ ମଧ୍ୟ ପୃଥକ ଭାବେ ଏକ ଅବିଶ୍ବାସ ପ୍ରସ୍ତାବର ନୋଟିସ୍ ଦେଇଛି । ଏଥିରେ କଂଗ୍ରେସ କହିଛି, ସରକାରଙ୍କ ଉପରୁ ଲୋକଙ୍କ ଭରସା ଉଠିଗଲାଣି । ବିରୋଧୀ ଦଳ ଚାହୁଁନ୍ତି ମଣିପୁର ମୁଦ୍ଦାରେ ପ୍ରଧାନମନ୍ତ୍ରୀ ଉତ୍ତର ରଖନ୍ତୁ ହେଲେ ସରକାରଙ୍କ ଧ୍ୟାନ ଦେଉନାହିନ୍ତି, ତେଣୁ ଅନାସ୍ଥା ପ୍ରସ୍ତାବ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କଂଗ୍ରେସ କହିଛି । ସେପଟେ ଲୋକସଭା ବାଚସ୍ପତି ଏହାକୁ ସ୍ବୀକାର କରି ମଞ୍ଜୁରୀ ପ୍ରଦାନ କରିଛନ୍ତି ।

wp:embed {"url":"https://www.prameyanews7.com/parliamnet-monsoon-session-2023-manipur-violence-what-is-rule/","type":"wp-embed","providerNameSlug":"prameya-news-7"}
https://www.prameyanews7.com/parliamnet-monsoon-session-2023-manipur-violence-what-is-rule/
/wp:embed

ଆଜି ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ସାସଂଦ ଗୌରବ ଗୋଗଇ ସକାଳ ୯ଟା ୨୦ମିନିଟରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେଇଥିଲେ । କୌଣସି ସରକାରଙ୍କ ବିରୋଧରେ  ନୋ କନଫିଡେନ୍ସ ମୋସନ ପାଇଁ ସର୍ବନିମ୍ନ ୫୦ ସାସଂଦଙ୍କ ସମର୍ଥନ ଥିବା ଅବଶ୍ୟକ ।

ଗତ ମେ’ ୩ ତାରିଖରୁ ମଣିପୁରରେ ହିଂସା ଜାରି ରହିଛି । ଏହା ଥମିବା ବଦଳରେ ବଢ଼ିବାରେ ଲାଗିଛି । ଆଦିବାସୀ ମହିଳାଙ୍କ ପ୍ରତି ବର୍ବରକାଣ୍ଡ କରାଯାଉଛି । ମଣିପୁରରେ କୁକି ସମୁଦାୟ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହିତ ବିବିସ୍ତ୍ର କରି ପ୍ୟାରେଡ୍ କରାଯାଇଥିଲା । ଏହାକୁ ନେଇ ୫ ଦିନ ହେଲାଣି ଉଠୁଛିପଡ଼ୁଛି ସଂସଦର ଉଭୟ ଗୃହ । ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ରଖିବା ଦାବିରେ  ଅଟଳ ରହିଛନ୍ତି ବିରୋଧୀ । ହେଲେ ଗୃହମନ୍ତ୍ରୀ ଅମିତ୍ ଶାହା ଖୁବ କମ୍ ସମୟ ଚର୍ଚ୍ଚା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଯାହାକୁ ନେଇ ସଂସଦରେ ହଟଗୋଳ ଜାରି ରହିଛି ।

wp:embed {"url":"https://www.prameyanews7.com/amit-shah-writes-to-leaders-of-opposition-in-both-houses-for-manipur-debate/","type":"wp-embed","providerNameSlug":"prameya-news-7"}
https://www.prameyanews7.com/amit-shah-writes-to-leaders-of-opposition-in-both-houses-for-manipur-debate/
/wp:embed

କଂଗ୍ରେସ ସାଂସଦ ବା ବିରୋଧି ଦଳନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ମଣିପୁର ମୁଦ୍ଦା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ବାହାରେ ଆଲୋଚନା କରୁଛନ୍ତି, ହେଲେ ଗୃହ ଭିତରେ ଆଲୋଚନା କରିବାକୁ ପ୍ରସ୍ତୁତ ହେଉନାହାନ୍ତି । ଏହି ପ୍ରସଂଗରେ କେନ୍ଦ୍ର ସରକାର ଧ୍ୟାନ ଆକର୍ଷଣ କରିବାରେ ବିଫଳ ହେବା ପରେ ବାଧ୍ୟ ହୋଇ ଅନାସ୍ଥା ପ୍ରସ୍ତବ ଆଗତ କରିଛୁ ବୋଲି ଅଧୀର ରଞ୍ଜନ କହିଛନ୍ତି ।

ସେହିପରି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଓ ରାଜ୍ୟସଭା ସାଂସଦ କପିଲ୍ ସିବଲ କହିଛନ୍ତି , ମଣିପୁର ପ୍ରସଂଗରେ ସଂସଦରେ ଉତ୍ତର ରଖିବାକୁ ପିଏମ୍ ମୋଦିଙ୍କ ଆତ୍ମବିଶ୍ବାସ କମୁଛି । ସୁପ୍ରିମକୋର୍ଟଙ୍କ ଟିପ୍ପଣୀରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରରେ  ମୌନ ରହୁଛନ୍ତି, ବ୍ରିଜ୍ ଭୁଷଣ ଉପରେ ପଦଟିଏ ବି କହୁନାହାନ୍ତି, ହେଲେ ଇ-ଣ୍ଡି-ଆକୁ ବିଶ୍ବାସ କେଉଁଠୁ ଆସୁଛି ବୋଲି ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.