ମଦ ପିଇଲେ ମରିବ, ମୃତ୍ୟୁ ହେଲେ ଦିଆଯିବନି କ୍ଷତିପୂରଣ; ନୀତୀଶ କୁମାର
16/12/2022 at 3:34 PM

ପାଟନା: ମଦ ପିଇ ମୃତ୍ୟୁ ମୁଖରେ ପଡ଼ୁଥିବା ଲୋକଙ୍କ ପାଇଁ ଏବେ କଡ଼ା ଶବ୍ଦ ପ୍ରୟୋଗ କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଗତକାଲି କହିଥିଲେ ଯିଏ ମଦ ପିଇବ ସେ ମରିବ। ଆଉ ଆଜି ମଦମୃତ୍ୟୁ ପାଇଁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି ନୀତୀଶ ଘୋଷଣା କରିଛନ୍ତି। ଶୁକ୍ରବାର ବିହାର ବିଧାନସଭାରେ କଥା ରଖି ସେ କହିଛନ୍ତି “ ଯେଉଁମାନଙ୍କର ମଦ ପିଇ ମୃତ୍ୟୁ ହେଉଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ନାହିଁ। ଆମେ ଆପଣଙ୍କୁ ବାରମ୍ବାର କହୁଛୁ ଯେ ଯଦି ପିଇବି ତେବେ ମରିବ। ଯେଉଁମାନେ ତୁମକୁ ମଦ ପିଇବାକୁ କହୁଛନ୍ତି ସେମାନେ ତୁମର ଭଲ କରୁ ନାହାନ୍ତି।”
ବିହାର ସରଣ ଜିଲ୍ଲାର ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ହେବା ପରେ ବି ଏପରି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶଙ୍କର ଯିଏ ବିହାର ସରଣ ଜିଲ୍ଲାର ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ହେବା ପରେ ବି ଏପରି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶଙ୍କର ଯିଏ ପିଇବି ସିଏ ମରିବା ବୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି।
ଏହି ଘଟଣାରେ ତାଙ୍କ ଇସ୍ତଫା ଦାବି କରିଥିଲା ଦଳ। ନୀତୀଶ ଉତ୍ତରଦାୟୀତ୍ୱରୁ ଖସି ଏଭଳି ବେପରୁଆ ବୟାନ କେମିତି ଦେଉଛନ୍ତି ବୋଲି ବିଜେପି ପ୍ରଶ୍ନ କରିଥିଲା। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଫେରାଦ ହେବାକୁ ବିଜେପି ରାଜ୍ୟପାଳ ପଘୁ ଚୌହ୍ୱାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
#WATCH | "No compensation will be given to people who died after drinking…We have been appealing- if you drink, you will die…those who talk in favour of drinking will not bring any good to you…", said CM Nitish Kumar in assembly earlier today.
— ANI (@ANI) December 16, 2022
(Source: Bihar Assembly) pic.twitter.com/zquukNtRIA
ସେହିପରି ଛପରା ଜିଲ୍ଲାରେ ମଧ୍ୟ ମଦମୃତ୍ୟୁରେ ୩୮ ଜଣଙ୍କର ଜୀବନ ଯାଇଥିବା ବେଳେ ସିୱାନରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଥାଉକି ରାଜ୍ୟରେ ୨୦୧୬ ଏପ୍ରିଲ ମାସରୁ ମଦ ବ୍ୟାନ୍ କରାଯାଇଛି। ମଦ ମିଳୁନଥିବାରୁ ସ୍ଥାନୀୟ ମାଫିଆ ଦେଶ ମଦ ବାହାନାରେ ବିଷାକ୍ତ ମଦ ତିଆରି କରି ବିକ୍ରି କରୁଛନ୍ତି। ଏହାକୁ ପିଇ ସାଧାରଣ ଲୋକର ମୃତ୍ୟୁ ହେଉଛି।
ଅନ୍ୟପଟେ ଆଜି ବିଧାନସଭାରେ ଭାଷଣ ଦେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ନୀତୀଶ। ବିଜେପି କଥାକୁ ଭୁଲ୍ ଦର୍ଶାଇ କଳହ ସୃଷ୍ଟି କରିଛି ବୋଲି ନୀତୀଶ କହିଛନ୍ତି। ଆମ ନାରା ଦେଉଛି ମଦ ପିଇଲେ ମରିବ। ହେଲେ ବିଜେପି ଏହାର ଓଲଟା ଅର୍ଥ କାଢ଼ି ଭ୍ରମାତ୍ମକ ସୂଚନା ଦେଉଛି ବୋଲି ନୀତୀଶ କହିଛନ୍ତି। ଏହା ଛଡ଼ା ମଦମୃତ୍ୟୁ ୟୁପି ଓ ମଧ୍ୟପ୍ରଦେଶରେ ହେଉଛି। ଏମ୍ପିରେ ଅଧିକ ହେଉଛି ବୋଲି ନୀତୀଶ କହିଛନ୍ତି।