Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୫୦ ଘଣ୍ଟା ପରେ ବି ମିଳୁନି ଆଇଏଏଫ୍ ବିମାନ ଏଏନ୍-୩୨ର ସନ୍ଧାନ, ଚିନ୍ତାରେ ଯାତ୍ରୀ ଓ ଚାଳକଦଳ ସଦସ୍ୟଙ୍କ ପରିବାର

5/06/2019 at 5:23 PM

ନୂଆଦିଲ୍ଲୀ ୫।୬:   ଜୋରହଟରୁ ମେଚୁକା ଯାଇଥିବା ବାୟୁସେନା ବିମାନ ଏଏନ-୩୨ର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ । ବିମାନ ନିଖୋଜ ହେବାର ପ୍ରାଯ ୫୦ ଘଣ୍ଟା ବିତିଥିବା ବେଳେ ବିମାନରେ ଯାତ୍ରାକରୁଥିବା ୫ ଯାତ୍ରୀ ଓ ୮ ଚାଳକଦଳ ସଦସ୍ୟଙ୍କ ପରିବାରଚିନ୍ତାରେ ପଡିଯାଇଛନ୍ତି।  ସୋମବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଜୋରହଟ ବିମାନଘାଟି ସହ ସମ୍ପର୍କ ବିଛିନ୍ନ ହୋଇଥିଲା। ତା ପରଠାରୁ ବିମାନର ସନ୍ଧାନ ମିଳିପାରୁନଥିବା ବେଳେ ଖରାପ ପାଗ ଯୋଗୁ ସର୍ଚ୍ଚ ଅପରେସନରେ ମଧ୍ୟ ବାଧା ଉପୁଜୁଛି। ଯାହା ଏବେ ବିମାନରେଯାତ୍ରା କରୁଥିବା ସମସ୍ତ ୧୩ଜଣ ଯାତ୍ରୀଙ୍କ ପରିବାରକୁ  ଚିନ୍ତାରେ ପକାଇଛି। 

ବିମାନ ନିଖୋଜ ହୋଇଥିବା ବେଳେ ଚାଳକଦଳ ସଦସ୍ୟଙ୍କ ମଧ୍ୟରେ ଥିବା ୨୯ ବର୍ଷିୟ ପାଇଲଟ ଆଶିଷ ତମ୍ବରଙ୍କର ମଧ୍ୟ କୌଣସି ସୂଚନା ମିଳୁନାହିଁ। ବିମାନ ସହ ଆଶିଷ ନିଖୋଜ ହେବା ନେଇ ସୂଚନା ମିଳିବା ପରଠାରୁ ପୁରା ପରିବାର ଆତଙ୍କିତ ହୋଇପଡିଥିବା ତାଙ୍କ କାକା ଉଦୟବୀର କହିଛନ୍ତି। ବିମାନ ନିଖୋଜ ନେଇ ମଙ୍ଗଳବାର ଅପରାହ୍ନରେ ପ୍ରଥମ ସୂଚନା ଆଶିଷଙ୍କ ପତ୍ନୀ ସନ୍ଧ୍ୟାଙ୍କୁ ଦିଆଯାଇଥିଲା। ସନ୍ଧ୍ୟା ବାୟୁସେନାରେ ରାଡାର ଅପରେଟର ଭାବେ ଅବସ୍ଥାପିତ ଅଛନ୍ତି। ବି.ଟେକ୍ ଛାତ୍ର ଆଶିଷ ୨୦୧୩ରେ ବାୟୁସେନାରେ ଯୋଗଦେଇଥିଲେ। କମିଶନ ପାଇବାପରେ ୨୦୧୫ ମେ ମାସରୁ ପାଇଲଟ ଭାବେ କାର୍ଯ୍ୟ କରୁଛନ୍ତି।

ଆଶିଷଙ୍କ ଏହି ବିମାନରେ କାନପୁର ବିହ୍ଲୋରର ୱାରେଣ୍ଟ ଅଫିସର କିପଲ କୁମାର ମିଶ୍ର ମଧ୍ୟ ଯାତ୍ରା କରୁଥିଲେ। ତେବେ ବିମାନ ନିଖୋଜ ସୂଚନା ମିଳିବା ପରଠାରୁ ଜୋରହଟରେ ରହୁଥିବା ଏହି ସେନା ଅଧିକାରୀଙ୍କ ପରିବାରର ଅବସ୍ଥା ସୋଚନୀୟ ହୋଇପଡିଛି । ତାଙ୍କପତ୍ନୀ ଉଷା ଓ ଝିଅ ସ୍ନେହା ବାରମ୍ବାର ବେହୋସ ହେଉଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

ସେହିପରି ବିମାନକୁ ଚଳାଉଥିବା ଫ୍ଲାଇଂ ଲେଫ୍ଟନାଣ୍ଟ ମୋହିତ ଗର୍ଗଙ୍କ ପାରିବାରିକ ଅବସ୍ଥା ମଧ୍ୟ ଅସମ୍ଭାଳ ଥିବା ତାଙ୍କ କାକା ପ୍ରେମପାଲ କହିଛନ୍ତି। ମୋହିତ ଓ ତାଙ୍କ ବିମାନର କୁଶଳ କାମନା କରୁଛନ୍ତି ତାଙ୍କ ପରିବାର।ତେବେ ଗ୍ରାଉଣ୍ଡ କଣ୍ଟ୍ରୋଲ ବିଛିନ୍ନ ହେବା ପୂର୍ବରୁ ବିମାନ  ଚୀନ ସୀମା ନିଟବର୍ତ୍ତି ଅଋଣାଚଳର ପଶ୍ଚିମ ସିଆଙ୍ଗ ଜିଲ୍ଲା ଆକାଶରେ ଉଡୁଥିଲା ବୋଲି  କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ବିମାନର କୌଣସି ସୂଚନା ମିଳି ନପାରିବା ପାରିବାର ଲୋକଙ୍କ ସମେତ ବାୟୁସେନାର ଚିନ୍ତା ମଧ୍ୟ ବଢାଇଦେଇଛି।

   Related Posts