ବିଶ୍ୱକପ୍‌ ଖେଳସୂଚୀରେ ହେବନି ପରିବର୍ତ୍ତନ, HCAର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା BCCI

Published By : Prameya-News7 Bureau | August 22, 2023 IST

ମୁମ୍ବାଇ ୨୨।୦୮ : ବିସିସିଆଇ ଅରାଜି । ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏସନ୍‌ର ଅନୁରୋଧକୁ ମନା କରିଦେଲା ବିସିସିଆଇ । ଆଉ କୌଣସି ମତରେ ବି ବିଶ୍ୱକପ୍‌ ୨୦୨୩ର ଖେଳସୂଚୀରେ ହେବନି ପରିବର୍ତ୍ତନ।

ଖବର ଅନୁଯାୟୀ, କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩କୁ ଆଉ ଦୁଇ ମାସରୁ କମ୍‌ ଦିନ ବାକି ରହିଛି । ଏହାରି ଭିତରେ ହାଇଦ୍ରାବାଦ୍‌ କ୍ରିକେଟ୍ ଆସୋସିଏସନ୍‌ ବିଶ୍ୱକପ୍‌ରେ ସୂଚୀରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା । ହ୍ରାଇଦ୍ରାବାଦ୍‌ରେ ହେବାକୁ ଥିବା ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍‌ର ତାରିଖ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲା ଏଚ୍‌ସିଏ ( ହାଇଦ୍ରାବାଦ୍‌ କ୍ରିକେଟ୍ ଆସୋସିଏସନ) । ଏହାପୂର୍ବରୁ ନ୍ୟୁଜିଲାଣ୍ଡ-ନେଦରଲାଣ୍ଡ ମ୍ୟାଚ୍‌ ରହିଥିଲା । ତେଣୁ ଆଗାମୀ ମ୍ୟାଚ୍‌ ପାଇଁ ଅଧିକ ସମୟ ଦରକାର ବୋଲି କହିଥିଲା ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏସନ୍‌ । କିନ୍ତୁ ଏବେ ବିସିସିଆଇ ଏହି ଅନୁରୋଧକୁ ଖାରଜ କରିଦେଇଛି ।

ବିସିସିଆଇ ମତରେ, ବିଶ୍ୱକପ ଲାଗି ସମସ୍ତ ମ୍ୟାଚ୍‌ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି । ତେଣୁ ଖେଳସୂଚୀରେ କୌଣସି ବି ପରିବର୍ତ୍ତନ ହୋଇପାରିବ ନାହିଁ । ଏପରି କରିବା ଦ୍ୱାରା ପୁରା ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ପକାଇବ । ତେଣୁ ଖେଳସୂଚୀରେ ଆଉ କୌଣସି ପରିବର୍ତ୍ତନ କରାଯାଇପାରିବନାହିଁ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସମସ୍ତ ମ୍ୟାଚ୍‌ର ଆୟୋଜନ କରାଯିବ । ସମସ୍ତ ବୋର୍ଡଙ୍କୁ ଏନେଇ ଅବଗତ କରାଯାଇଛି । ନିର୍ଦ୍ଧାରିତ ସମୟ ଓ ତାରିଖ ଅନୁସାରେ ମ୍ୟାଚ୍‌ର ଆୟୋଜନ କରାଯାଉ

ପୂର୍ବରୁ ବିସିସିଆଇ ବିଶ୍ୱକପ୍‌ ଖେଳସୂଚୀରେ ୯ଟି ମ୍ୟାଚ୍‌ରେ ସମୟ ଓ ତାରିଖ ପରିବର୍ତ୍ତନ କରିସାରିଛି । ତେବେ ବଦଳିଥିବା ମ୍ୟାଚ୍‌ ଗୁଡିକ ହେଲା-

ଇଂଲଣ୍ଡ ବନାମ ବାଂଲାଦେଶ- ଅକ୍ଟୋବର ୧୦, ସକାଳ ୧୦ଟା ୩୦

ପାକିସ୍ତାନ ବନାମ ଶ୍ରୀଲଙ୍କା- ଅକ୍ଟୋବର ୧୦, ଅପରାହ୍ନ ୨ଟା

ଅଷ୍ଟ୍ରେଲିଆ ବନାମ ଦ. ଆଫ୍ରିକା- ଅକ୍ଟୋବର ୧୨ , ଅପରାହ୍ନ ୨ଟା

ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ- ଅକ୍ଟୋବର ୧୩, ଅପରାହ୍ନ ୨ଟା

ଭାରତ ବନାମ ପାକିସ୍ତାନ- ଅକ୍ଟୋବର ୧୪, ଅପରାହ୍ନ ୨ଟା

ଇଂଲଣ୍ଡ ବନାମ ଆଫଗାନିସ୍ତାନ- ଅକ୍ଟୋବର ୧୫, ଅପରାହ୍ନା ୨ଟା

ଅଷ୍ଟ୍ରେଲିଆ ବନାମ ବାଂଲାଦେଶ- ନଭେମ୍ବର ୧୧, ସକାଳ ୧୦ଟା ୩୦

ଇଂଲଣ୍ଡ ବନାମ ପାକିସ୍ତାନ- ନଭେମ୍ବର ୧୧, ଅପରାହ୍ନ ୨ଟା

ଭାରତ ବନାମ ନେଦରଲାଣ୍ଡ- ନଭେମ୍ବର ୧୨, ଅପରାହ୍ନ ୨ଟା

wp:embed {"url":"https://www.prameyanews7.com/asia-cup-world-cup-free-on-hotstar-in-mobile/","type":"wp-embed","providerNameSlug":"prameya-news-7"}
https://www.prameyanews7.com/asia-cup-world-cup-free-on-hotstar-in-mobile/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.