ବୈପାରୀଗୁଡା ୧୬/୦୪: ଗାଁରେ ବୁଥ ନାହିଁ ତ ଭୋଟ ନାହିଁ । ପ୍ରଶାସନକୁ ଚେତାବନୀ ଦେଲେ ଲଷ୍ମୀପୂର ଗାଁ ଲୋକେ । କୋରାପୁଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈପାରୀଗୁଡା ବ୍ଲକର ଲଷ୍ମୀପୂର ଗାଁ ଲୋକେ ସ୍ଥାନୀୟ ବିଡ଼ିଓଙ୍କୁ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି । ଲୋକେ ଭୋଟ ଦେବା ପାଇଁ ପାଞ୍ଚ କିଲୋମିଟର ଦୂର ବୈପାରୀଗୁଡାକୁ ଯିବାକୁ ପଡେ । ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ, ଗର୍ଭବତୀଙ୍କୁ ଖରାରେ ଯାଆନ୍ତି ।
ଫଳରେ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗାଁଲୋକେ । ଏଣୁ ଲଷ୍ମୀପୁର ଗାଁରେ ବୁଥ କରିବା ପାଇଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଗାଁରେ ବୁଥ୍ ନ ହେବ ଭୋଟ ବର୍ଜନ କରିବେ ବୋଲି ଖୋଲାଖୋଲି ଚେତାବିନୀ ଦେଇଛନ୍ତି ଗାଁ ଲୋକେ । ସେପଟେ ବିଡ଼ିଓ କହିଛନ୍ତି ଗତ ୨୦୧୯ ମସିହା ନିର୍ବାଚନ ଅନୁଯାଇ ବଥ କରାଯାଇଛି । ଆଉ ଗାଁ ଲୋକଙ୍କୁ ଭୋଟ ବର୍ଜନ ନ କରିବାକୁ ବୁଝାଯାଇଛି ।