ନା ଶୋଇବା ପାଇଁ ବିଛଣା , ନା ପଙ୍ଖାର ସୁବିଧା : ଜେଲରେ ଏପରି କଟୁଛି ରିୟା ଚକ୍ରବର୍ତ୍ତୀଙ୍କ ଜୀବନ
12/09/2020 at 11:37 AM

ମୁମ୍ବାଇ ୧୨/୯: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ମାମଲାରେ ସେପ୍ଟେମ୍ବର ୯ତାରିଖରେ ଗିରଫ କରାଯାଇଥିଲା। କୋର୍ଟଙ୍କ ଆଦେଶ ପରେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହେପାଜତରେ ରଖା ଯାଇଛି। ଏବେ ରିୟା ଚକ୍ରବର୍ତ୍ତୀ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି ଯେଉଁଠାରେ ତାଙ୍କ ପାଖରେ ଶୋଇବା ପାଇଁ ବିଛଣା ନାହିଁ କି ପଙ୍ଖା ନାହିଁ।

ରିୟା ଚକ୍ରବର୍ତ୍ତୀଙ୍କୁ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସେଲର ସାମନାରେ ରଖାଯାଇଛି। ଇନ୍ଦ୍ରାଣୀ ନିଜ ଝିଅ ଶୀନା ବୋରାଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ। ଶୀନା ବୋରାଙ୍କ ମାମଲା ହାଇ ପ୍ରୋଫାଇଲ୍ ଥିଲା। ଏହା ଖୁବ୍ ଚର୍ଚ୍ଚାରେ ରହିଥିଲା।

ଜେଲରେ ରିୟା ଚକ୍ରବର୍ତ୍ତୀଙ୍କୁ ଶୋଇବା ପାଇଁ ମସିଣା ଦିଆଯାଇଛି। ତାଙ୍କୁ ବିଛଣା ଏବଂ ତକିଆ ମଧ୍ୟ ଦିଆଯାଇନାହିଁ। ଜେଲ୍ ଭିତରେ ଅନ୍ୟ କଏଦୀଙ୍କ ଭଳି ତାଙ୍କ ସହ ବ୍ୟବହାର କରାଯାଉଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାକୁ ନେଇ ଲୋକେ ଉତ୍ତେଜିତ ରହିଛନ୍ତି। ସୋସିଆଲ ମିଡିଆରେ ଲୋକେ ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ଅନେକ କିଛି ଲେଖୁଛନ୍ତି। ବାକି କଏଦୀଙ୍କ ଭଳି ରିୟାଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇପାରେ। ସୁରକ୍ଷା କାରଣରୁ ରିୟାଙ୍କୁ ଏକ ଅଲଗା ରୁମର ସେଲରେ ରଖାଯାଇଛି। ଏହି ସେଲ୍ ବାହାରେ ୩ଟି ଶିଫ୍ଟରେ ୨ଜଣ ପୋଲିସ୍ କର୍ମଚାରୀ ମୁତୟନ ଅଛନ୍ତି।
