Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦକ୍ଷତା ବିକାଶ ଯୋଜନାରେ ଦୁର୍ନୀତି ଅଭିଯୋଗ: ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

10/09/2023 at 7:31 PM

ଅମରାବତୀ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତଙ୍କୁ ପଠାଇଲେ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) କୋର୍ଟ।
ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଯୋଜନାରେ ୩୭୧ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଶନିବାର ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି। ରବିବାର ତାଙ୍କୁ ବିଚାର ବିଭାଗୀୟ ହାଜକୁ ପଠାଇ ଦିଆଯାଇଛି। ସେ ବର୍ତ୍ତମାନ ୧୪ ଦିନ  ରାଜମୁନ୍ଦ୍ରୀ ସେଣ୍ଟ୍ରାଲ୍ ଜେଲ୍‌ରେ ରହିବେ।

ନାଇଡୁଙ୍କୁ ଶନିବାର ରାତି ୩.୪୦ ସମୟରେ ଡାକ୍ତରୀ ପରୀକ୍ଷା ପାଇଁ ବିଜୟୱାଡାସ୍ଥିତ ସରକାରୀ ଜେନେରାଲ୍ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ଏହାପୂର୍ବରୁ ତାଙ୍କୁ ଏଠାରେ କୁଞ୍ଚନପାଲ୍ଲୀର ସିଆଇଡି କାର୍ଯ୍ୟାଳୟରେ ପ୍ରାୟ ୧୦ ଘଣ୍ଟା ପଚରାଉଚରା କରାଯାଇଥିଲା।

ସିଆଇଡି ଟିମ୍ ନାଇଡୁଙ୍କୁ ଶନିବାର (ସେପ୍ଟେମ୍ବର ୯) ଦିନ ପ୍ରାୟ ୬ ଟା ସମୟରେ ନନ୍ଦିଆଲ ସହରର ଜ୍ଞାନପୁରମ ସ୍ଥିତ ଆର.କେ ଫଙ୍କସନ୍ ହଲ୍ ବାହାରେ ଗିରଫ କରିଥିଲା। ନାଇଡୁ ସେତେବେଳେ ତାଙ୍କର ସମସ୍ତ ସୁବିଧାଯୁକ୍ତ ବିଳାସମୟ ବସ୍‌ରେ ଶୋଇଥିଲେ।  

କର୍ଟରେ ଶୁଣାଣି ବେଳେ ସିଆଇଡି କହିଥିଲା ଯେ ଚନ୍ଦ୍ରବାବୁ ନାଇଡୁ ପଚରାଉଚରା ବେଳେ ସହଯୋଗ କଲେନି। ସେ ଆମ ପ୍ରଶ୍ନର ଅସ୍ପଷ୍ଟ ଉତ୍ତର ଦେଇଥିଲେ କହିଥିଲେ ଯେ ମୋର କିଛି ମନେ ନାହିଁ।

   Related Posts