oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳା ଓ ଶିଶୁ ବିରୋଧୀ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମିଳିବନି ଆଗୁଆ ଜାମିନ; CrPC ନିୟମରେ ପରିବର୍ତ୍ତନ ପାଇଁ ନିୟମ ଆଣୁଛନ୍ତି ସରକାର

23/09/2022 at 6:55 PM

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମହିଳା ବିରୋଧୀ ଅତ୍ୟାଚାର ବଢ଼ି ଚାଲିଥିବାରୁ କଡ଼ା ନିୟମ ଆଣିବାକୁ ଯାଉଛନ୍ତି ଯୋଗୀ ସରକାର। ମହିଳା ଓ ଶିଶୁ ବିରୋଧୀ ଅପରାଧ ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣାଇ ୟୁପି ବିଧାନସଭାରେ ଏକ ବିଲ୍ ପାରିତ ହୋଇଛି। ଏଭଳି ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତି ଆଗୁଆ ଜାମିନ ଆବେଦନ କରିପାରିବେ ନାହିଁ। ଏଥିରେ ପ୍ରତିବନ୍ଧକ ଲଗାଇବା ପାଇଁ କୋଡ୍‌ ଅଫ୍ କ୍ରିମିନାଲ୍‌ ପ୍ରସିଡ୍ୟୁର(ଆମେଣ୍ଡମେଣ୍ଟ) ବିଲ୍ ୨୦୨୨ ଗୃହରେ ପାରିତ ହୋଇଛି।

ମହିଳାଙ୍କ ବିରୋଧରେ ଅତିଘୃଣ୍ୟ ଅପରାଧ ଘଟାଉଥିବା ଅପରାଧିକୁ ମିଳୁଥିବା ଆଗୁଆ ଜାମିନ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ଗୃହରେ ଏହି ବିଲ୍ ଆଗତ ହୋଇଥିଲା। ସିଆର୍‌ପିସିରେ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଆଗତ ହୋଇଛି। ମିଳିଥିବା ସୂଚନା ଅନୁସାରେ. ରାଜ୍ୟରେ ମହିଳା ସୁରକ୍ଷା ନେଇ ଆଲୋଚନା ବେଳେ ଗୁରୁବାର ଏହି ବିଲ୍ ପାରିତ ହୋଇଥିଲା।  


ଏହି ବିଲ୍ ଆଇନ୍‌ରେ ପରିଣତ ହେଲେ ମହିଳା ବିରୋଧୀ ଜଘନ୍ୟ ଅପରାଧ ଯଥା ଦୁଷ୍କର୍ମ,ଗଣଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ଅପରାଧରେ ଅଭିଯୁକ୍ତଙ୍କୁ ଆଉ ଆଗୁଆ ଜାମିନ ମିଳିବ ନାହିଁ। ପୋକ୍ସୋ ଆକ୍ଟରେ ଲାଗିଥିବା ଦୋଷୀ ମଧ୍ୟ ଆଣ୍ଟିସିପେଟୋରି ବେଲ୍ ଆବେଦନ କରିପାରିବେ ନାହିଁ।

ଏହି ବିଲ୍‌ରେ କୋଡ୍‌ ଅପ୍ କ୍ରିମିନାଲ ପ୍ରସିଡ୍ୟୁରର ୪୩୮ ସେକ୍ସନ ଓ ପୋକ୍ସୋ ଆକ୍ଟରେ ପରିବର୍ତ୍ତନ କରାଯିବ। ଫଳରେ ମହିଳା ବିରୋଧୀ ଅପରାଧିଙ୍କୁ ଆଗୁଆ ଜାମିନ ମିଳିବ ନାହିଁ କି ସେମାନେ ଜାମିନରେ ଆସି ପ୍ରମାଣ ନଷ୍ଟ କରିପାରିବେ ନାହିଁ ବୋଲି ଯୋଗୀ ସରକାର କହିଛନ୍ତି।  

   Related Posts