ରାଜଧାନୀର ଡ୍ୟାନ୍ସ ବାର୍ ଉପରେ ପୋଲିସ ଚଢଉ କରି ଉଦ୍ଧାର କରିଥିବା ୯୬ ଅଣ ଓଡ଼ିଆ ବାର୍ ଡ୍ୟାନ୍ସର କୁଆଡେ ଗଲେ ଓ କ'ଣ ହେଲା ଜାଣନ୍ତୁ...

Published By : Prameya-News7 Bureau | July 27, 2019 IST

ଭୁବନେଶ୍ବର ୨୭|୭: ରାଜଧାନୀରେ ବେଆଇନ୍‌  ଡ୍ୟାନ୍‌ସ୍‌ ବାର ଉପରେ ପୋଲିସର ଛାପା । କଟକ ରୋଡରେ ୧୧ଟି  ବାରରେ ରେଡ୍‌ । ୯୬ ଅଣ ଓଡ଼ିଆ ବାର୍‌ ଡ୍ୟାନ୍‌ସର ଉଦ୍ଧାର । ହେଲେ ବାର୍‌ ମାଲିକଙ୍କ ବିରୋଧରେ ହେଲାନି କୌଣସି କାର୍ଯ୍ୟାନୁଷ୍ଠାନ ।

{"id":137951}

ବାର୍‌ ଖୋଲିବାକୁ ସରକାରଙ୍କ ଠାରୁ ଲାଇସେନ୍‌ସ୍‌ ନେଲେ । ହେଲେ ଅଧିକ ମୁନାଫା କମାଇବା ଲୋଭରେ ଚଳାଇଥିଲେ ଡ୍ୟାନ୍‌ସ୍‌ ବାର୍‌ । ରାଜ୍ୟ ବାହାରୁ ବାର୍‌ ଡ୍ୟାନସରମାନଙ୍କୁ ଆଣି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଖୋଲି ଚଳାଇଥିଲେ ବେଆଇନ୍‌ କାରବାର । ଗଲା ରାତିରେ ଛାପା ମାରିଲା କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ଭୁବନେଶ୍ବର କଟକ ରୋଡ୍‌ରେ ଥିବା ୧୧ଟି ଡ୍ୟାନ୍‌ସ୍‌ ବାର୍‌ ଉପରେ ପୋଲିସ ରେଡ୍‌ କରିଛି । ଯେଉଁଠାରୁ ୯୬ଜଣ ଅଣ ଓଡ଼ିଆ ବାର୍‌ ଡ୍ୟାନ୍‌ସରଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପୋଲିସ କେବଳ ଝିଅ ମାନଙ୍କ ନାଁ ଗାଁ ଠିକଣା ରଖି ପୁଣି ବାର୍‌ ମ୍ୟାନେଜରଙ୍କ ଜିମାରେ ଛାଡ଼ିଦେଇଥିଲା ସେଇ ବାର୍‌ ଡ୍ୟାନ୍‌ସର ମାନଙ୍କୁ ।  

{"id":137952}

ରାଜଧାନୀରେ ଡ୍ୟାନ୍‌ସ୍‌ ବାର୍‌ ଉପରେ ପୋଲିସ ଚଢ଼ଉ ନୂଆ ନୁହେଁ । ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଚଢ଼ଉ ହୋଇଛି । ବାର୍‌ ଡ୍ୟାନ୍‌ସର ଉଦ୍ଧାର ହୋଇଛନ୍ତି । ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହେଉଥିବାରୁ ବାରମ୍ବାର ଚାଲୁ ରହୁଛି ଡ୍ୟାନ୍‌ସ୍‌ ବାର୍‌ । ତେବେ ଏଭଳି ଚଢ଼ଉ ଉପରେ ଭିନ୍ନ ଯୁକ୍ତି ରଖିଛି ହୋଟେଲ ମାଲିକ ସଂଘ । ସେମାନଙ୍କ ମତରେ ଏହା ବେଆଇନ୍‌ ନୁହେଁ । ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ବାର୍‌ରେ ଏଭଳି ନୃତ୍ୟ ପରିବେଷଣ କରାଯାଏ । ହାଇକୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ ସରକାର ଏହାକୁ ନେଇ କୌଣସି ଆଇନ୍‌ ତିଆରି କରିନଥିବାରୁ ଏହା ବେଆଇନ୍‌ କେମିତି ହେଲା ?

{"id":137953}

ଗତ ବର୍ଷ ଏଇ ଜୁଲାଇ ମାସରେ ୮ଟି ଡ୍ୟାନ୍‌ସ୍‌ ବାର୍‌ ଉପରେ ଚଢ଼ାଉ କରିଥିଲା କମିଶନରେଟ୍‌ ପୋଲିସ । ତାପରେ ମଧ୍ୟ ରାଜଧାନୀରେ ଡ୍ୟାନ୍‌ବାର୍‌ ଗୁଡ଼ିକ ଚାଲିଥିଲା । ଏବେ ପୁଣି ଚଢ଼ାଉ କରାଯାଇଛି । ହେଲେ ଯଦି ଏହାକୁ ବେଆଇନ୍‌ ବୋଲି କୁହାଯାଉଛି ତାହେଲେ ଡ୍ୟାନ୍ସ ବାର୍‌ ଚଳାଇଥିବା ବାର୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି ? ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.