ବଦଳିବ ମେଡିକାଲ କଲେଜରେ ଆଡମିଶନ ପ୍ରକ୍ରିୟା, ମିଳିତ କାଉନସେଲିଂ ପାଇଁ ପ୍ରସ୍ତାବ ଦେଲା ଏନଏମସି
10/06/2023 at 11:18 PM

ନୂଆଦିଲ୍ଲୀ, ୧୦/୦୬: ଖୁବ୍ଶୀଘ୍ର ଘୋଷଣା ହୋଇପାରେ ନିଟ୍ ୟୁଜି ପରୀକ୍ଷା ରେଜଲ୍ଟ। ନାସନାଲ ଟେଷ୍ଟିଂ ଏଜେନ୍ସୀ ତରଫରୁ ଆୟୋଜିତ ହୋଇଥାଏ ନିଟ୍ ୟୁଜି ପରୀକ୍ଷା। ଏହାରି ମଧ୍ୟରେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ଏକ ନୂଆ ପ୍ରସ୍ତାବ ରଖିଛି। ଏହି ପ୍ରସ୍ତାବରେ ଏନଏମସି ନିଟ୍ ୟୁଜି ମେରିଟ୍ ଲିଷ୍ଟ ଆଧାରରେ ଦେଶର ସବୁ ଚିକିତ୍ସା ସଂସ୍ଥାନରେ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏକ ମିଳିତ କାଉନସେଲିଂର ପ୍ରସ୍ତାବ ରଖିଛି।
ଏହି ନୂଆ ନିୟମକୁ ସ୍ନାତକ ଚିକିତ୍ସା ଶିକ୍ଷା ନିୟମ ୨୦୨୩ ବା ଜିଏମଆଇଆର-୨୩ କୁହାଯାଉଛି। ଏନଏମସି ଜୁନ୍ ୨ରେ ଜାରି କରିଥିବା ଏକ ବିଜ୍ଞପ୍ତିରେ କହିଛି ଯେ ‘ନିଟ୍-ୟୁଜି’ର ମେରିଟ୍ ଲିଷ୍ଟ ଆଧାରରେ ଭାରତରେ ସବୁ ଚିକିତ୍ସା ସଂସ୍ଥାନ ପାଇଁ ମେଡିକାଲ ସ୍ନାତକ ପାଠ୍ୟକ୍ରମରେ ଆଡମିଶନ ପାଇଁ ହେଉଥିବା କାଉନସେଲିଂ ମିଳିତ ଭାବରେ ହେବ।
ଆହୁରି ପଢ଼ନ୍ତୁ: NCERT ବିବାଦ; ପରାମର୍ଶଦାତା କମିଟିରୁ ନିଜ ନାଁକୁ ହଟାଇଲେ ସୁବାସ ପଲଶିକର ଓ ଯୋଗେନ୍ଦ୍ର ଯାଦବ
ବିଜ୍ଞପ୍ତି ଅନୁଯାୟୀ, କାଉନସେଲିଂ ସଂପୂର୍ଣ୍ଣ ଭାବରେ ଏନଏମସି ଦ୍ବାରା ପ୍ରଦାନ କରାଯାଇଛି ସିଟ୍ ଢ଼ାଞ୍ଚାରେ ଆଧାରିତ ହେବ। ଆବଶ୍ୟକ ପଡ଼ିଲେ ଅନେକ ପର୍ଯ୍ୟାୟରେ କାଉନସେଲିଂ ଆୟୋଜନ କରାଯାଇପାରେ। ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ବୋର୍ଡ (ୟୁଜିଏମଇବି) ମିଳିତ କାଉନସେଲିଂର ପରିଚାଳନା ପାଇଁ ମାର୍ଗଦର୍ଶିକା ପ୍ରକାଶିତ କରିବ।
ଧାରା ୧୭ ଅନୁଯାୟୀ, ନାମିତ ପ୍ରାଧିକରଣ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କାଉନସେଲିଂର ଆୟୋଜନ କରିବ। ସରକାର କାଉନସେଲିଂ ପାଇଁ ଏକ ନାମିତ ପ୍ରାଧିକାର ନିଯୁକ୍ତ କରିବେ ଏବଂ ସବୁ ସ୍ନାତକ ସିଟ୍ ପାଇଁ ନିଜର ଏଜେନ୍ସୀ ଏବଂ ପଦ୍ଧତି ନିର୍ଦ୍ଧାରିତ କରିବେ। ନିୟମରେ କୁହାଯାଇଛି ଯେ କୌଣସି ଚିକିତ୍ସା ସଂସ୍ଥାନ ଏହି ନିୟମ ଉଲ୍ଲଘଂନ କରି କୌଣସି ଆଶାୟୀଙ୍କୁ ସ୍ନାତକ ଚିକିତ୍ସା ଶିକ୍ଷା ପାଠ୍ୟକ୍ରମ ଦାଖଲ ଦେବେନାହିଁ।
ଆହୁରି ପଢ଼ନ୍ତୁ: ପାଠ୍ୟକ୍ରମରେ ପୁଣି ପରିବର୍ତ୍ତନ କଲା NCERT, ୧୦ମ ବିଜ୍ଞାନ ପୁସ୍ତକରୁ ହଟିଲା Periodic Table