ବ୍ରିଟେନ ବ୍ୟାଙ୍କରେ ଜମା ୧,୦୦୭,୯୪୦ ପାଉଣ୍ଡ ଦାବିରୁ ଓହରିବାକୁ ଚାହୁଁଛନ୍ତି ହାଇଦ୍ରାବାଦ ଅଷ୍ଟମ ନିଜାମ !

Published By : Prameya-News7 Bureau | July 24, 2020 IST

ଲଣ୍ଡନ : ବ୍ରିଟେନ ବ୍ୟାଙ୍କରେ ପୂର୍ବଜଙ୍କ ଦ୍ୱାରା ଜମା ଟଙ୍କାକୁ ନେଇ ଲଣ୍ଡନ କୋର୍ଟରେ ଜାରି ମୋକଦ୍ଦମାରୁ ହାଇଦ୍ରାବାଦ ଅଷ୍ଟମ ନିଜାମ ଶାହାଜାଦା ମକର୍ରମ ଜାହା ଏବେ ଓହରି ଯିବାକୁ ଚାହୁଁଛନ୍ତି। ଦୀର୍ଘ ଦଶନ୍ଧୀ ଧରି ଚାଲିଥିବା ଏହି ବିବାଦରୁ କୋର୍ଟ ୨୦୧୯ରେ ପାକିସ୍ତାନର ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏବେ ବ୍ୟାଙ୍କରେ ପଡି ରହିଥିବା ବିପୁଳ ଟଙ୍କାରୁ ନିଜର ଦାବି ପ୍ରତ୍ୟାହାର କରିନେଇ ନିଜାମ ମାମଲାରୁ ଅଲଗା କରିବାକୁ ଚାହୁଁଛନ୍ତି।

{"id":305017,"sizeSlug":"large"}

ବ୍ରିଟେନ ବ୍ୟାଙ୍କରେ ଜମା ବିପୁଳ ରାଶି ନିଜାମ, ତାଙ୍କ ସାନଭାଇ ଓ ଭାରତ ସରକାରଙ୍କ ମଧ୍ୟରେ ଆଇନତଃ ବଣ୍ଟନ ହୋଇସାରିଛି। ତଥାପି ମୋକଦ୍ଦମା ସରୁ ନାହିଁ। ଏଣୁ ପୂର୍ବଜଙ୍କ ଜମାଟଙ୍କା ନିଜାମଙ୍କ ଅଧିକାରକୁ ଆସିବାରେ ବିଳମ୍ବ ହେଉଥିବା ବେଳେ ମୋକଦ୍ଦମାରେ ତାଙ୍କର ସାରା ଜୀବନ କଟିଗଲାଣି। ଏଣୁ ନିଜାମ ଏଥିରୁ ନିଜକୁ ଓହରାଇ ନେବାକୁ ଚାହୁଁଥିବା କୋର୍ଟରେ ନିଜାମଙ୍କ ପକ୍ଷରୁ ଲଢୁଥିବା ଲ ଫାର୍ମ ସୂଚନା ଦେଇଛି।

{"id":305018,"width":578,"height":381,"sizeSlug":"large"}

ଫାର୍ମ  ୱିଦର ଏଲଏଲପିର ପଲ ହେୱିଟ୍‌ ଏହି ସୂଚନା ଦେଇ କହିଛନ୍ତି ଯୋ  ମୋକଦ୍ଦମା ପଛରେ ନିଜାମଙ୍କର ପୁରା ଜୀବନକାଳ ବିତିଗଲା ହେଲେ ତାଙ୍କୁ ଟଙ୍କାଟିଏ ବି ଏପର୍ଯ୍ୟନ୍ତ ମିଳିଲା ନାହିଁ। ଏଣୁ ଅଗତ୍ୟା ସେ ବାଧ୍ୟ ହୋଇ ମୋକଦ୍ଦମାରୁ ନିଜକୁ ଦୂରେଇ ନେବାକୁ ଚାହୁଁଛନ୍ତି। ବ୍ରିଟେନ କୋର୍ଟଙ୍କ ପ୍ରସ୍ତାବ ଅନୁସାରେ ନିଜାମ ୪ ଲକ୍ଷ ପାଉଣ୍ଡ ଉପରେ ତାଙ୍କ ଅଧିକାର ମଧ୍ୟ ତ୍ୟାଗ କରିଦେଇଛନ୍ତି। ଏହା ସତ୍ତ୍ୱେ ବିବାଦ ତୁଟୁ ନଥିବାରୁ ନିଜାମ ନିରାଶ ହୋଇପଡିଛନ୍ତି।

{"id":305024,"sizeSlug":"large"}

କୋର୍ଟଙ୍କ ଅନୁସାରେ ୪ ଲକ୍ଷ ପାଉଣ୍ଡ ବାଦେ ଯାହା ବି ମିଳୁଛି ତାହା ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ବାଣ୍ଟି ଦେଇ ମାମଲାରୁ ତାଙ୍କର ଅଧିକାର ସମାପ୍ତ କରିଦିଆଯାଉ ବୋଲି ସେ ଚାହୁଁଛନ୍ତି। ଏହି ମାମଲାରେ ଲଣ୍ଡନ ଉଚ୍ଚନ୍ୟାୟାଳୟ ଗତ ବୁଧବାର ଓ ଗୁରୁବାର ଶୁଣାଣି କରିଥିଲେ। ଏଥିରେ କୋର୍ଟ ନିଜାମଙ୍କ ଟ୍ରେଜରୀ ଉପରେ ତାଙ୍କ ପରିବାର ସଦସ୍ୟମାନଙ୍କର ଦାବିକୁ  ଅଗ୍ରାହ୍ୟ କରିଦେଇଛନ୍ତି।

{"id":305025,"sizeSlug":"large"}

ଏହି ବିବାଦ ପ୍ରାୟ ୧,୦୦୭, ୯୪୦ ପାଉଣ୍ଡର। ଯାହାକୁ ୧୯୪୭ ମସିହାରେ ଭାରତର ସ୍ୱାଧୀନତା ବେଳେ ହାଇଦ୍ରାବାଦ ସପ୍ତମ ନିଜାମ ଗୁପ୍ତରେ  ବ୍ରିଟେନରେ ପାକ୍ ରାଷ୍ଟ୍ରଦୂତଙ୍କ ନିକଟକୁ ଜାହାଜରେ ପଠାଇ ଦେଇଥିଲେ। ସେ ନିଜାମଙ୍କ ଏହି ବିପୁଳ ଟ୍ରେଜରୀକୁ ଲଣ୍ଡନର ଏକ ବ୍ୟାଙ୍କରେ ଜମା କରିଥିଲେ। କଥା ଜଣାପଡିଯିବା ଆଶଙ୍କାରେ ନିଜାମ ତାଙ୍କ ଜୀବଦ୍ଦଶାରେ ଏହି ଜମା ରାଶିରୁ ଟଙ୍କାଟିଏ ବି ଉଠାଇବାକୁ ଲଣ୍ଡନ ଯାଇନଥିଲେ। ଏଣୁ ବ୍ୟାଙ୍କରେ ଜମା ରାଶି ସମୂଳ ସୁଧ ମିଶି ୩.୫ କୋଟି ପାଣ୍ଡରେ ପହଞ୍ଚିବା ପରେ ବ୍ୟାଙ୍କ ନୋଟିସ୍ କରିଥିଲେ।

{"id":305026,"sizeSlug":"large"}

ନିଜାମଙ୍କ ବଂଶଜଙ୍କୁ ଭାରତସରକାରଙ୍କ ସମର୍ଥନ ମିଳିବାରୁ ସେମାନେ ଏହା ଉପରେ ନିଜର ଦାବି ଉପସ୍ଥାପନ କରିଛନ୍ତି। ତେବେ ପାକିସ୍ତାନ ସରକାର ମଧ୍ୟ ଏଥିରେ ତାଙ୍କର ଭାଗ ମାଗିଥିଲେ। ହେଲେ ମାମଲାରେ ପାକିସ୍ତାନ ସରକାରଙ୍କର କୌଣସି ସମ୍ପର୍କ ନଥିବାରୁ କୋର୍ଟ ତାଙ୍କର ଦାବିକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ସମ୍ପୂର୍ଣ୍ଣ ବିବାଦ ଏବେ ଆଇନପେଞ୍ଚରେ ପରିଣତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.