oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଆମେରିକାରେ ଡକାଯାଇଥିଲା ନିଜାମଙ୍କ ହୀରା ମୁଦିର ନିଲାମ : ମୂଲ୍ୟ ଜାଣିଲେ ଉଡ଼ିଯିବ ହୋଶ୍

22/06/2019 at 5:44 PM

ଆମେରିକା ଏଜେନ୍ସିର ନ୍ୟୁୟର୍କ ସହରରେ ଗତ ବୁଧବାର ହୋଇଥିବା ଭାରତୀୟ ଅଳଙ୍କାରର ନିଲାମିରେ ଟଙ୍କା ପଇସା ବର୍ଷା ହୋଇଥିଲା। ଏହି ନିଲାମିରେ ଖାସ୍ ଆକର୍ଷଣର କେନ୍ଦ୍ର ଥିଲା ନିଜାମ୍ ମୀର ଉସ୍ମାନ ଅଲି ଖାନଙ୍କ ହୀରାର ମୁଦି,ନେକଲେସ୍ ଏବଂ ତାଙ୍କ ଖଣ୍ଡା। ନିଲାମିରେ ନିଜାମଙ୍କ ଅତ୍ୟନ୍ତ ଖାସ୍ ୫.୫୮କ୍ୟାରେଟର ହୀରାର ମୁଦି ପାଇଁ ୪୫କୋଟି ଟଙ୍କା ନିଲାମ ଡକାଯାଇଥିଲା।

ଏହି ମୁଦି ମିରର ଅଫ ପାରାଡାଇଜରେ ଲଗାଯାଇଥିବା ହୀରା ଗୋଲକୁଣ୍ଡାର ବିଶ୍ବ ପ୍ରସିଦ୍ଧ ଖଣିରୁ ବାହାର କରାଯାଇଛି। ଏହା ବ୍ୟତୀତ ନିଜାମଙ୍କ ଖଣ୍ଡାକୁ ୧୩.୪କୋଟି ଟଙ୍କାରେ ନିଲାମ କରାଯାଇଥିଲା। ନିଲାମିରେ ନିଜାମଙ୍କ ରତ୍ନ ଭଣ୍ଡାରରେ ଥିବା ଖାସ୍ ହାର ଉପରେ ସମସ୍ତଙ୍କ ନଜର ରହିଥିଲା। ହୀରାରେ ହୋଇଥିବା ଏହି ହାର ପାଇଁ ୧୭କୋଟି ଟଙ୍କାର ନିଲାମ ଡକାଯାଇଥିଲା। ୩୩ଟି ହୀରାରେ ହୋଇଥିବା ଏହି ହାର ସବୁ ଅନୁମାନକୁ ପଛୁଆ କରିଦେଇଥିଲା। ପ୍ରଥମେ ଏପରି ଅନୁମାନ କରାଯାଇଥିଲା ଯେ ଏହି ହାର ୧୦.୫କୋଟି ଟଙ୍କାରେ ବିକ୍ରି ହୋଇପାରିବ।

ନିଲାମୀ ସଂସ୍ଥା କ୍ରିଷ୍ଟିଜ ଏକ ବୟାନ ଜାରି କରି କହିଥିଲା ଯେ ୪୦୦ ଜିନିଷ ନିଲାମ କରାଯାଇଥିଲା ଯେଉଁଥିରୁ କେବଳ ପାଖାପାଖି ୭୫୮କୋଟି ଟଙ୍କା ମିଳିଥିଲା। ଏହା ଭାରତୀୟ କଳା ଏବଂ ମୋଗଲ୍ ବସ୍ତୁର ଏବେ ଯାଏଁ ସବୁଠୁ ଅଧିକ ସଂଖ୍ୟା ଅଟେ।

ଏହି ନିଲାମି ପାଖାପାଖି ୧୨ଘଣ୍ଟା ଯାଏଁ ଚାଲିଥିଲା ଏବଂ ଭାରତ ତଥା ୪୪ଟି ଦେଶର ଲୋକେ ଏହି ନିଲାମିରେ ଅଂଶ ଗ୍ରହଣ କରିଥିଲେ। କୁହାଯାଉଛି ଜୟପୁର,ଇନ୍ଦୋର ଏବଂ ବଡ଼ୈାଦାର ଶାହୀ ପରିବାର ମଧ୍ୟ ଏହି ନିଲାମିରେ ସାମିଲ ହୋଇଥିଲେ।

   Related Posts