Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଦିନେ ୧୮୫ କ୍ୟାରେଟ୍‌ର ହୀରା ପିନ୍ଧୁଥିଲେ, ଏବେ ଉତ୍ତରାଧିକାରୀଙ୍କ ପାଖରେ ଖାଇବାକୁ ବି ନାହିଁ, ପାଉଛନ୍ତି ମାତ୍ର ୪ ରୁ ୧୫୦ ଟଙ୍କା

13/03/2023 at 3:05 PM

Nizam descendants

ନୂଆଦିଲ୍ଲୀ, ୧୨/୦୩: ଭାବନ୍ତୁ ଆପଣଙ୍କ ବଂଶରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଥିବେ। କିନ୍ତୁ ଆପଣଙ୍କ ପାଖରେ କିଛି ନଥିବ । ଏବେ ଏଭଳି କିଛି ସ୍ଥିତି ହୋଇଛି ଏକଦା ହାଇଦ୍ରାବାଦରେ ଶାସନ କରୁଥିବା ନିଜାମ ଶାସକଙ୍କ ବଂଶଧରଙ୍କ ସହ। ଖାସ୍‌ କରି ନିଜାମର ସପ୍ତମ ଶାସକ ମୀର ଓସମାନ ଅଲୀ ଖାନ୍‌ଙ୍କ ବଂଶଧରଙ୍କ ସହ। ମୀର ଓସମାନ ଅଲୀ ଏଭଳି ଜଣେ ଧନୀ ଶାସକ ଥିଲେ ଯିଏକି ଏକ ୧୮୫ କ୍ୟାରେଟ୍ ହୀରା ଯାହାକୁ ଜାକବ୍ ହୀରା ବୋଲି କୁହାଯାଉଥିଲା ତାହାକୁ ପେପରଓ୍ବେଟ ଭାବରେ ବ୍ୟବହାର କରୁଥିଲା। ୧୯୩୭ ରେ ସେ ଟାଇମ୍‌ ମାଗାଜିନ୍‌ କଭରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭାବରେ ସ୍ଥାନ ପାଇଥିଲା।

କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଯେ ପ୍ରଥମରୁ ଷଷ୍ଠ ନିଜାମଙ୍କ ବଂଶଧରଙ୍କ ଉତ୍ତରାଧିକାରୀଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ। ତାଙ୍କର ଉତ୍ତରାଧିକାରୀ ଏବେବି ହାଇଦ୍ରାବାଦରେ ରହୁଛନ୍ତି । କିନ୍ତୁ ସେମାନଙ୍କ ପାଖରେ ନିଜାମର ରାଜକୀୟ ଢ଼ଙ୍ଗ ନାହିଁ। ସେମାନେ ପେଟ ପୋଷିବା ପାଇଁ ଭିନ୍ନ ଭିନ୍ନ କାମ କରୁଛନ୍ତି ତଥା ଛୋଟ ବ୍ୟବସାୟ କରୁଛନ୍ତି। ନିଜକୁ ସାହେବଜାଦା କୁହାଉଥିବା ନିଜାମର ୪୫୦୦ ସଦସ୍ୟ ଗଠନ କରିଥିବା ମସଜିଦ୍‌-ଏ-ସାହେବଜାଦାଗାଁ ସୋସାଇଟି ତରଫରୁ ଏମାନଙ୍କୁ ୧୫୦ ରୁ ୪ ଟଙ୍କା ମାସିକ ମିଳିଥାଏ। ଏହା ପୁଣି ଏକ ଦେବାଳିଆ ଟ୍ରଷ୍ଟ। ଏମାନଙ୍କ ପାଖରେ ଏକ ଛୋଟ ଆଇଡି କାର୍ଡ ରହିଛି ଯାହା ଏହାର ସଦସ୍ୟତା ଦର୍ଶାଇଥାଏ।

ନିକଟରେ ଏହି ସଂସ୍ଥାର ସଦସ୍ୟମାନେ ହାଇଦ୍ରାବାଦର ଓଲ୍ଡ ସିଟିରେ ଏକ ବୈଠକ କରିଥିଲେ। ଏହି ବୈଠକରେ ସେମାନେ ମୀର ରୌନକ ୟାର ଖାନ୍‌ଙ୍କୁ ନିଜାମର ଉତ୍ତରାଧିକାରୀ ନିୟୋଜିତ କରିଥିଲେ। ଏହି ସମୟରେ ତାଙ୍କୁ ଏକ ରୁମୀ ଟୋପି ପିନ୍ଧାଯାଇଥିଲା ଯାହାକି ଏହି ନିଜାମର ମହନତାକୁ ପ୍ରଦର୍ଶିତ କରିଥାଏ। ଅବଶ୍ୟ ବର୍ତ୍ତମାନ ସମୟରେ ଅନେକ ସାହେବଜାଦା ସଂଘର୍ଷ କରୁଛନ୍ତି।

ଏହି ଭଳି ଜଣେ ସଦସ୍ୟ ହେଉଛନ୍ତି ମୀର ସାଜିଦ ଅଲୀ ଖାନ୍, ଜଣେ କାର୍ ମେକାନିକ୍ ପ୍ରାୟ ୧୫ ବ​ର୍ଷ ତଳେ ତାଙ୍କର ଏକ କାର୍ ଦୁର୍ଘଟଣାରେ ଶରୀରର ଗୋଟିଏ ଭାଗ ପାରାଲିସିସ୍‌ ହୋଇଯାଇଛି। ଏହି ୪୦ ବର୍ଷୀୟ ବ୍ୟକ୍ତିଙ୍କ ୩ ସନ୍ତାନ ରହିଛନ୍ତି ଏବଂ ସେ ସେମାନଙ୍କ ପେଟ ପୋଷିବା ପାଇଁ ଭିନ୍ନ ଭିନ୍ନ କାମ କରୁଛନ୍ତି। ସେ କହିଛନ୍ତି ତାଙ୍କୁ ମାତ୍ର ୧୮ ଟଙ୍କା ଟ୍ରଷ୍ଟରୁ ଦରମା ଭାବରେ ମିଳୁଛି।

ଅନ୍ୟ ଜଣେ  ଫତିମା ବରକତ-ଉନ-ନିସା ଯିଏକି ଜଣେ ସ୍କୁଲ ଶିକ୍ଷକ ଭାବରେ କାମ କରୁଥିଲେ। କିନ୍ତୁ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ବନ୍ଦ କରିଥିଲେ। ସେ କହିଛନ୍ତି ତାଙ୍କୁ ତାଙ୍କ ପୁରୁଣା ସହର ଆସି ମାସିକ ଭତ୍ତା ନେବାକୁ ମଧ୍ୟ ସମ୍ଭବ ହେଉନାହିଁ। ସେ କହିଛନ୍ତି ୫୦୦ ଟଙ୍କା ଟ୍ୟାକ୍ସି ଭଡ଼ା ଦେଇ ଏଠାକୁ ଆସିବା ସମ୍ଭବ ହେଉନାହିଁ। ଏହା ସହ ବର୍ଷକୁ ଥରେ ଅଫିସ୍‌ ଯିବାପାଇଁ ଯେ ଜୀବିତ ଅଛନ୍ତି ବୋଲି ଜଣାଇବାକୁ ଯିବାକୁ ମଧ୍ୟ ଅସୁବିଧା ହେଉଛି।

ସେ କହିଛନ୍ତି ଏମିତି ଅନେକ ସାହେବଜାଦା ଅଛନ୍ତି ଯେଉଁମାନେ ଅଟୋ ଡ୍ରାଇଭର ଭାବରେ କାମ କରୁଛନ୍ତି। କିମ୍ବା ଘରୋଇ ସହାୟକ ଭାବରେ କାମ କରୁଛନ୍ତି। ସେମାନଙ୍କୁ ନିଜର ପରିଚୟ ଲୁଚାଇ ରଖିଛନ୍ତି। ସେ କହିଛନ୍ତି ଏବେବି ଅନେକ ସଦସ୍ୟ ରହିଛନ୍ତି ଯେଉଁମାନଙ୍କୁ ଏହି ଛୋଟ ସହାୟତାର ମଧ୍ୟ ଆବଶ୍ୟକତା ରହଛି ଯାହାକି ଟ୍ରଷ୍ଟ ଦ୍ବାରା ଦିଆଯାଉଛି।

କୁହାଯାଉଛି ମୀର ଓସମାନ ଅଲୀ ଖାନ୍‌ଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରେ ଦୁଇ ଟ୍ରଷ୍ଟରେ କୋଟି କୋଟି ଛାଡ଼ିଥିବା ନେଇ କଥା ହେଉଛି । ଏହାର ରାଶି ପ୍ରାୟ ୨ କୋଟି ଏବଂ ୯ କୋଟିର ଟଙ୍କା ପର୍ଯ୍ୟନ୍ତ ରହିଛି। ଯାହା ୧୯୫୦ ରେ ଏକ ବଡ଼ ସଂଖ୍ୟା ରହିଥିବ। ସଦସ୍ୟ ଆଶା କରୁଛନ୍ତି ଯେ ତାଙ୍କୁ ଶେଷ ନିଜାମ ଆଇନ ଉତ୍ତରାଧିକାରୀ ଭାବର ଜଣାଯିବ ଏବଂ କିଛି ହଜିଯାଇଥିବା ଗୌରବକୁ ପୁଣି ଥରେ ହାସଲ କରାଯିବ।

   Related Posts