ତିରୁଅନନ୍ତପୁରମ ୨୯।୯: କେରଳ ଓ ଦକ୍ଷିଣ ରାଜ୍ୟମାନଙ୍କରେ ବ୍ୟାପୁଥିବା ‘ନିପାହ’ ଭାଇରସର ଉତ୍ପତି ବାଦୁଡି ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ ହୋଇଛନ୍ତି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୁଧବାର ଏ ନେଇ ସୂଚନା ଦେଇଥିବା ବେଳେ କହିଛନ୍ତି ଯେ ବାଦୁଡିଙ୍କ ଦୁଇଟି ପ୍ରଜାତୀଙ୍କ ନମୁନାରୁ ଭୂତାଣୁର ଆଣ୍ଟିବଡି ମିଳିଛି। ଏଣୁ ଭୂତାଣୁ ବ୍ୟାପିବାର କାରଣ ବାଦୁଡି ବୋଲି ଏବେ ସ୍ପଷ୍ଟ ହୋଇଯାଇଛି।
{"id":519627,"width":840,"height":560,"sizeSlug":"full","linkDestination":"none"}ଏନଆଇଭି ପୁଣେ ଓ କୋଝିକୋଡ ବିଭିନ୍ନ ପ୍ରଜାତିର ବାଦୁଡିଙ୍କ ନମୁନା ସଂଗ୍ରହ କରିଥିଲେ। ଏଥିରୁ ଯାଞ୍ଚ ବେଳେ ଦୁଇଟି ପ୍ରଜାତିଙ୍କ ଦେହରେ ଭୂତାଣୁର ‘ଆଇଜି’ ଆଣ୍ଟିବଡି ଥିବା ଦେଖା ଯାଇଛି। ରାଜ୍ୟର ଯେଉଁ ଯେଉଁ ସ୍ଥାନରୁ ନିପାହ ଭାଇରସର ଅଭିଯୋଗ ମିଳିଥିଲା ସେହି ସବୁ ସ୍ଥାନମାନଙ୍କରୁ ଏହି ବାଦୁଡି ନମୁନା ସଂଗ୍ରହ ହୋଇଥିଲା। ଗତ ସେପ୍ଟେମ୍ବର ୫ ତାରିଖରେ ପ୍ରାଣ ହରାଇଥିବା ଏକ ୧୨ ବର୍ଷର ବାଳକ ନିପାହ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିଲା। ସେ ଯେଉଁ ସ୍ଥାନର ସେହି ଅଞ୍ଚଳର ବାଦୁଡିଙ୍କ ଦେହରେ ଏହି ଆଣ୍ଟିବଡିର ପ୍ରମାଣ ମିଳିଛି।
{"id":519628,"sizeSlug":"full","linkDestination":"none"}ଏଣୁ ବାଳକଟି ଭୂତାଣୁ ସଂସ୍ପର୍ଶରେ କିପରି ଆସିଲା ସେ ନେଇ ଅଧ୍ୟୟନ ଜାରି ରହିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁସାରେ ଅନ୍ୟ ବାଦୁଡି ପ୍ରଜାତିଙ୍କ ନମୁନାରୁ ପୃଥକ ପୃଥକ ଆଣ୍ଟିବଡି ମିଳିଥିବାର ମଧ୍ୟ ଜଣାପଡିଛି। ତେବେ ଏ ନେଇ ଆଇସିଏମଆର ଅଧ୍ୟୟନ କରୁଥିବା ମନ୍ତ୍ରୀ ସୂଚିତ କରିଛନ୍ତି। ଏ ବାବଦେ ଖୁବ୍ ଶୀଘ୍ର ଆମକୁ ନିଶ୍ଚିତ ରୂପେ ନୂଆ ତଥ୍ୟ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।