କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଆତ୍ୟବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି-କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

Published By : Prameya-News7 Bureau | September 10, 2022 IST

କଟକ ୧୦।୦୯: କେବଳ ଭାରତ ନୁହେଁ ସମଗ୍ର ବିଶ୍ଵରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି । ତେଣୁ ବଜାର ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି ସଫେଇ ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଦୁଇ ଦିନିଆ କଟକ ଗସ୍ତରେ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଆଜି ସାମ୍ବାଦିକ ସମ୍ମିଳନୀରେ, ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେବା ସହ ଓଡ଼ିଶାକୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ତଥ୍ୟ ରଖିଛନ୍ତି । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟିତ ଥିବା ବେଳେ ରାଜ୍ୟ ସରକାର ଏଦିଗରେ ନିଷ୍କ୍ରିୟ ରହିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ତେବେ ଏଲପିଜି ସିଲିଣ୍ଡର ମହଙ୍ଗା ହେବା ଏବଂ ଉଜ୍ଜଳା ହିତାଧିକାରୀ ମାନେ ସେଥିରୁ ମୁହଁ ଫେରାଇବା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତିଯେ, କୋଭିଡ୍ ଟିକା ଠାରୁ ଆରମ୍ଭ କରି ମାଳ କେନ୍ଦ୍ରୀୟ ଯୋଜନା ଦେଶବାସୀଙ୍କ ହିତ ପାଇଁ କରାଯାଇଛି । ସେ ବାବଦରେ ବିପୁଳ ଅର୍ଥରାଶି ଖର୍ଚ୍ଚ ହେଉଛି । ଯାହା ପ୍ରତି ଦେଶବାସୀ ଧ୍ୟାନ ଦେବା କଥା , ବଜାର ଦର ବୃଦ୍ଧି ଏବେ ସମଗ୍ର ବିଶ୍ୱର ସମସ୍ୟା , ତେଣୁ ଏଲପିଜି ଦର ବୃଦ୍ଧି ହେବା ବିଷୟକୁ ନେଇ ବିରୋଧୀ ମାନେ ଦେଶକୁ ଭ୍ରମିତ କରୁଛନ୍ତି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.