oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଦେଶର ନାମ କୈଳାସ, ଅଧିଶ୍ୱର ବାବା ନିତ୍ୟାନନ୍ଦ : ପ୍ରିୟ ସନ୍ୟାସିନୀ ପ୍ରଧାନମନ୍ତ୍ରୀ , ରହିବା ପାଇଁ ଡୋନେସନ…

4/12/2019 at 6:36 PM

ନୂଆଦିଲ୍ଲୀ୪/୧୨: ଚର୍ଚ୍ଚିତ  ବିବାଦୀୟ ଗଡମ୍ୟାନ ନିତ୍ୟାନନ୍ଦଙ୍କ ଆଉ ଏକ କାରନାମା । ଏଥର ସେ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେବାଭଳି ।ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଏହି ଆତ୍ମଘୋଷିତ ବାବା ଫେରାର ହେବା ପରେ ଭାରତ ଠାରୁ ହଜାର ହଜାର କିଲୋମିଟର ଦୂରରେ ଏକ ଦ୍ବୀପ କିଣି ଏକ ଦେଶ ପ୍ରତିଷ୍ଠା କରିଛନ୍ତି । ଏହି ଦ୍ବୀପଦେଶର ନାମ ରଖିଛନ୍ତି କୈଳାଶ।  

 ବଡ ଅଦ୍ଭୁତ ଆଉ ଜବରଦସ୍ତ କାରନାମା । ପଳାତକ ବାବା ନିତ୍ୟାନନ୍ଦଙ୍କ ଆବିର୍ଭାବ।  ପ୍ରଥମେ ଦୁଷ୍କର୍ମ ପରେ ଛୋଟ ପିଲାଙ୍କୁ ବନ୍ଧକ ରଖି ଭିକ ମଗାଉଥିବା ଅଭିଯୋଗ ଆସିବାପରେ ଫେରାର ହୋଇଯାଇଥିଲେ ଏହି ଗଡମ୍ୟାନ ନିତ୍ୟାନନ୍ଦ। ଏବେ ଆବିର୍ଭୁତ ହୋଇଛନ୍ତି ଏକ ନୂଆ ସ୍ଥାନରେ ଭାରତଠାରୁ ବହୁ ଦୂରରେ।  ନିତ୍ୟାନନ୍ଦ ଏକ ନୂଆ ଦେଶ ଗଢିଥିବା ସୂଚନା ମିଳିଛି। ଯେଉଁ ଦେଶର ନାଁ ସେ ଦେଇଛନ୍ତି କୈଳାସ।

  ଦକ୍ଷିଣ ଆମେରିକାର ଇକ୍ବେଡରରେ ଏକ ଦ୍ବୀପ କିଣି ନିତ୍ୟାନନ୍ଦ ଗଢିଛନ୍ତି ଏହି ନୂଆ ଦେଶ। ସେ ଦାବି କରୁଛନ୍ତି ଏହା କୁଆଡ଼େ ଏକମାତ୍ର ହିନ୍ଦୁରାଷ୍ଟ୍ର- କୈଳାସ।  କୁହାଯାଉଛି ଗୁଜରାଟ ଅହମ୍ମଦାବାଦର ୩ ଜଣ ବଡ ବ୍ୟବସାୟୀ ନିତ୍ୟାନନ୍ଦଙ୍କୁ ବିପୁଳ ଅର୍ଥ ଦେଇ ଏହି ଦ୍ବୀପ କିଣିବାକୁ ସାହାଯ୍ୟ କରିଛନ୍ତି।

କୁହାଯାଉଛି କୈଳାସ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ ତାହା ସ୍ଥିର ହୋଇସାରିଛି। ଦକ୍ଷିଣ ଭାରତର ଜଣେ ଅଭିନେତ୍ରୀ ଯିଏ କି ମା’ ନାମରେ ପରିଚିତ ସିଏ ହେବେ ପ୍ରଧାନମନ୍ତ୍ରୀ। ତାପରେ କ୍ୟାବିନେଟ ଗଢିବେ ବାବା ଓ ପ୍ରଧାନମନ୍ତ୍ରୀ  ମା ।  କୈଳାସ ନାଗରିକତ୍ବ ପାଇଁ ନିୟମ କାନୁନ ବି ରହିଛି । କଣ୍ଡିସନ ଆପ୍ଲାଏ  ଯିଏ ନିତ୍ୟାନନ୍ଦଙ୍କ ଭକ୍ତ ହୋଇଥିବ ଆଉ ପଇସା ଦେଇପାରିବ ସେ ହେବ କୈଳାସର ନାଗରିକ । କୈଳାସ ଦେଶର ଏକ ଜାତୀୟ ପତାକା ବି ବନାଇ ସାରିଛନ୍ତି ନିତ୍ୟାନନ୍ଦ। କୈଳାସ ଦେଶରେ ଇଂରାଜୀ, ସଂସ୍କୃତ, ତାମିଲ  ଏହି ୩ଟି ଭାଷା ପ୍ରଚଳନ ହେବ। 

ଆତ୍ମ ଘୋଷିତ ଭଗବାନ ନିତ୍ୟାନନ୍ଦ ନିଜର ଜଣେ ଭକ୍ତଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ଆସିବା ପରେ ଗିରଫ ହୋଇ ଜେଲ ଯାଇଥିଲେ। ଜେଲରୁ ଫେରି ପୁଣି କିଛି ପିଲାଙ୍କୁ ରଖି ଭିକ ମଗାଉଥିଲେ। ତାଙ୍କ କାରନାମା ପର୍ଦ୍ଦାଫାସ୍ ହେବା ଜାଣି ପୋଲିସ ଧରପଗଡ଼ ପୂର୍ବରୁ ସେ ଫେରାର ହୋଇଯାଇଥିଲେ। ଭାରତ ସରକାର ତାଙ୍କୁ ଧରିବା ଲାଗି ଜାଲ ବୁଣୁଥିବା ବେଳେ ନିତ୍ୟାନନ୍ଦ ମହାଆନନ୍ଦରେ କୈଳାସପତି ହୋଇଗଲେଣି।

   Related Posts